ଦୁବାଇରେ କାମ କରୁଥିବା ସ୍ୱାମୀଙ୍କୁ ଧୋକା ଦେଉଥିଲା ପତ୍ନୀ, ସ୍ୱାମୀ ଫୋନ କଲାରୁ କହିଲା ମୁଁ ବ୍ୟସ୍ତ ଅଛି:

Uncategorized

ଏହି ଘଟଣାଟି ଓଡ଼ିଶାର ଏକ ଜିଲ୍ଲାରୁ ସାମନାକୁ ଆସିଛି ଯେଉଁଠାରେ ଜଣେ ବ୍ୟକ୍ତି ଏକ ପ୍ରାଇଭେଟ ସଂସ୍ଥାରେ କାମ କରନ୍ତି ଓ ସେ ଏଥିପାଇଁ ଦୁବାଇରେ ରୁହନ୍ତି। ଓଡ଼ିଶାରେ ତାଙ୍କର। ପରିବାର କଥା କହିବାକୁ ଗଲେ, ବାପା, ବୋଉ, ସ୍ତ୍ରୀ ଓ ଦୁଇଟି ପିଲା ରୁହନ୍ତି। ନିଜର ପରିବାରକୁ ଖୁସିରେ ରଖିବାପାଇଁ ବ୍ୟକ୍ତି ଜଣକ ଦୁବାଇରେ ରହି ଦିନରାତି କଠିନ ପରିଶ୍ରମ କରି ଘରକୁ ଟଙ୍କା ପଠାନ୍ତି।

କିନ୍ତୁ ସେହି ପରିବାରର ଜଣେ ବିଶ୍ବସ୍ତ, ତାଙ୍କ ପତ୍ନୀ ତାଙ୍କ ସହିତ ଧୋଖା ଦେବାର ଖେଳ ଖେଳି ଦେଇଛନ୍ତି।ବ୍ୟକ୍ତି ଜଣକ ଦୁବାଇରେ କାମରୁ ଫ୍ରି ହେବା ମାତ୍ରକେ ନିଜ ସ୍ତ୍ରୀ ସହିତ କଥା ହେବାକୁ ଫୋନ କରନ୍ତି କିନ୍ତୁ ତାଙ୍କ ପତ୍ନୀ ଫୋନ ଉଠାନ୍ତି ନାହିଁ। ସବୁବେଳେ ତାଙ୍କ ପତ୍ନୀଙ୍କ ମୋବାଇଲ ବ୍ୟସ୍ତ ଦେଖାଉଥାଏ।

ଏଥିରେ ପ୍ରଥମେ ତ ବ୍ୟକ୍ତି ଜଣକ ଅଧିକ କିଛି ଭାବନ୍ତି ନାହିଁ ଓ ସେ ନିଜ ମନକୁ ବୁଝାଇ କୁହନ୍ତି କି, ପତ୍ନୀ ତାଙ୍କ ଘର ଲୋକଙ୍କ ସହିତ କଥା ହେଉଥିବ।ବାରମ୍ବାର ତାଙ୍କ ପତ୍ନୀ ଏହିପରି ତାଙ୍କ ଫୋନ ନଉଠାଇବାରୁ ସେ ବିଚଳିତ ହୋଇଗଲେ ଓ ଖବର ପାଇଲେ କି, ତାଙ୍କ ପତ୍ନୀ ଗ୍ରାମର ଜଣେ ଯୁବକ ମଦନା ସହିତ

ଫୋନରେ କଥା ହେଉଛନ୍ତି ଓ ସେ ମଦନା ସହିତ ମଧ୍ୟ ଶାରୀରିକ ସମ୍ଵନ୍ଧ ବନାଇ ସାରିଛନ୍ତି। ଏହାଶୁଣି ବ୍ୟକ୍ତି ଜଣକ ସମ୍ପୂର୍ଣ୍ଣ ଭାବରେ ଭାଙ୍ଗିଗଲେ ଓ ସେ ବାରମ୍ବାର ନୋଟିସ କଲେ ଯେ, ତାଙ୍କ ପତ୍ନୀ ରାତିସାରା ଅନଲାଇନ ରହୁଛନ୍ତି କିନ୍ତୁ ତାଙ୍କ କଲ ର କିମ୍ବା ମେସେଜର କୌଣସି ଉତ୍ତର ଦେଉନାହାନ୍ତି।

ଏହାପରେ ବ୍ୟକ୍ତି ଜଣକ ଦୁବାଇରୁ ନିଜ ଘରକୁ ଆସିବାପାଇଁ ଯୋଜନା ବନାଇଲେ ଓ ସେ ନିଜ ପତ୍ନୀଙ୍କୁ ଏହା ବିଷୟରେ କହିଥିଲେ। ବ୍ୟକ୍ତି ଜଣକ ଘରକୁ ଆସିବାପରେ ଦେଖନ୍ତି କି, ତାଙ୍କ ସ୍ତ୍ରୀ ଘରେ ନାହାଁନ୍ତି ଓ ଜଣେ ସମ୍ପର୍କୀୟଙ୍କ ବାହାଘରକୁ ଯାଇଛନ୍ତି। କିଛିଦିନ ପରେ ତାଙ୍କ ସ୍ତ୍ରୀ ଘରକୁ ଆସିଲେ କିନ୍ତୁ ନିଜ

ସ୍ୱାମୀଙ୍କୁ ଦୁବାଇରୁ ଫେରିଥିବାର ଦେଖି ସେ ସେତେ ଖୁସି ହୋଇନଥିଲେ।ଦିନେ ରାତିରେ ବ୍ୟକ୍ତି ଜଣକ ଶୋଇ ରହିଥିବା ସମୟରେ ତାଙ୍କ ସ୍ତ୍ରୀ ମଦନା ନାମକ ସେହି ବ୍ୟକ୍ତି ସହିତ କଥାବାର୍ତ୍ତା ହେଉଥିଲେ ଓ ତାଙ୍କ ସ୍ବାମୀ ତାଙ୍କୁ ଧରି ନେଇଥିଲେ। ପରଦିନ ବ୍ୟକ୍ତି ଜଣକ ନିଜର କିଛି ସାଙ୍ଗମାନଙ୍କୁ ନେଇ ମଦନା ନାମକ

ଯୁବକକୁ ଧମକ ଦେବାକୁ ଯାଇଥିଲେ ଓ ସେ ମଦନାକୁ ଧମକ ଦେଇ ଆସିଥିଲେ କିନ୍ତୁ ସେ ସୁଧୁରିନଥିଲା।ମଦନା ଓ ବ୍ୟକ୍ତିଙ୍କ ପତ୍ନୀ ବ୍ୟକ୍ତିଙ୍କ ସାମ୍ନାରେ ଅସଂଯତ ଅବସ୍ଥାରେ ଦିନେ ଥିବାର ଦେଖିବାପରେ ସେ ଆଉ ସହ୍ୟ କରି ପାରିଲେନାହିଁ। ପରେ ସେ ଏକ ଚିଠି ଲେଖି ନିଜ ପତ୍ନୀକୁ ସମ୍ପୂର୍ଣ୍ଣ ଭାବରେ ଦୋଷୀ ସାବ୍ୟସ୍ତ କରି ଆତ୍ମହତ୍ୟା କରିଦେଲେ।

Leave a Reply

Your email address will not be published. Required fields are marked *