ଜଣେ ଅତି ଗରିବ Normal ଝିଅ ଜାଇ କିପରି ହେଲେ ମା କାଳିଜାଇ,ଏହି ରହସ୍ୟ ଜାଣିଲେ ଆପଣ ମଧ୍ୟ ହାତ ଯୋଡିକି ମୁଣ୍ଡିଆ ମାରିବେ…

ମା କାଳିଜାଈଙ୍କ ମନ୍ଦିର ଓଡ଼ିଶାର ଚିଲିକା ହ୍ରଦର ଏକ ଛୋଟ ଦ୍ବୀପ ମଧ୍ୟରେ ଅବସ୍ଥିତ।ନୀଳ ଜଳ ରାଶିରେ ଆବୃତ ହୋଇଥିବା ଏହି ସ୍ଥାନ ଓଡ଼ିଶା ପର୍ଯ୍ୟଟନର ଏକ ମୁଖ୍ୟ ସ୍ଥାନ ଭାବରେ ବେଶ ଜଣାଶୁଣା।ଏହି ଦ୍ଵୀପରେ ମା କାଳିଜାଈ ପୂଜା ପାଉଛନ୍ତି।ପ୍ରତି ବର୍ଷ ଲକ୍ଷ ଲକ୍ଷ ଲୋକ ଏଠାକୁ ମାଆଙ୍କ ଦର୍ଶନ ପାଇଁ ଆସିଥାନ୍ତି।ମକର ସଂକ୍ରାନ୍ତିରେ ମା କାଳିଜାଈଙ୍କ ପୀଠରେ ପ୍ରସିଦ୍ଧ ମକର ମେଳା ଅନୁଷ୍ଠିତ ହୁଏ।

ଜାନୁଆରୀ ମାସରେ ପଡ଼ୁଥିବା ମକର ମେଳା ଏଠାକାର ଏକ ଲୋକପ୍ରିୟ ପର୍ବ।ଏହି ପର୍ବରେ ଆଖପାଖ ଅଞ୍ଚଳରେ ବହୁତ ଲୋକ ମାନଙ୍କ ସମାଗମ ହେଇଥାଏ।କିମ୍ବଦନ୍ତୀ ଅନୁସାରେ କାଳୀ ଓ ଜାଈ ମାଆଙ୍କ ଦୁଇଟି ପୃଥକ ପୃଥକ ସ୍ୱରୂପ।ମା କାଳୀ ହିନ୍ଦୁ ଧର୍ମର ଅଧିଷ୍ଠାତ୍ରୀ ଦେବୀ ହୋଇଥିବା ବେଳେ ଯାଇ ସ୍ଥାନୀୟ ଅଞ୍ଚଳର

ଏକ ସାଧାରଣ ଝିଅ ଥିଲେ।ଯିଏ କି ଚିଲିକାର ଗଭୀର ଗଣ୍ଡ ମଧ୍ୟରେ ବିଲୀନ ହୋଇ ଯାଇଥିଲେ।ସେଠାରେ ଅବସ୍ଥିତ ଅନେକ ଦ୍ବୀପ ପାରିକୁଦଙ୍କୁ ବିବାହ କରି ନିଜ ପିତାଙ୍କ ସହ ଯାଉଥିବା ବେଳେ ଭୟଙ୍କର ଝଡ଼ର ସମ୍ମୁଖୀନ ହୋଇଥିଲେ।ଝଡ଼ର ବେଗ ବହୁତ ତୀବ୍ର ହୋଇ ଥିବାରୁ ନାଆଟି ଗଣ୍ଡ ମଧ୍ୟରେ ଓଲଟି ପଡ଼ିଥିଲା।

ପରେ ଜାଈର ବାପା ଓ ନାବିକ କୌଣସି ମତେ ବର୍ତ୍ତି ଯାଇଥିଲେ।କିନ୍ତୁ ଜାଈ କୌଣସି ପତ୍ତା ମିଳିଲା ନାହିଁ।କୁହାଯାଏ ଯେ ସେଇ ବାଟ ଦେଇ ଯାଉଥିବା ନାବିକ ମାନେ ଜାଈର କାନ୍ଦଣା ଶୁଣିବା ପାଇଁ ପାଇଥିଲେ।ତେଣୁ ଧୀରେ ଧୀରେ ତାଙ୍କୁ ମା କାଳୀଙ୍କ ଆଖ୍ୟା ଦେଇ ବିପଦ ସମୟରେ ସ୍ମରଣ କରିବା ପାଇଁ ଲାଗିଲେ।

ଇତିହାସ ଅନୁସାରେ ଏହି ମନ୍ଦିର ପ୍ରାୟ ୧୭୧୭ ମସିହାରେ ପାରିକୁଦ ରାଜା ଶ୍ରୀ ଜଗନ୍ନାଥ ମାନସିଂହଙ୍କ ଦ୍ଵାରା ନିର୍ମାଣ ହୋଇଥିଲା।ଏହା ପରଠାରୁ ମା ସେଠାରେ ଅଧିଷ୍ଠାତ୍ରୀ ଦେବୀ ଭାବରେ ପୂଜା ପାଇ ଆସୁଛନ୍ତି।ତେବେ ଲକ୍ଷ ଲକ୍ଷ ଲୋକ ନିଜ ଜୀବିକା ପାଇଁ ଚିଲିକା ନଦୀ ଉପରେ ନିର୍ଭର କରି ଥାଆନ୍ତି।

ବିଶ୍ୱାସ ଯେ ମା କାଳିଜାଈ ମତ୍ସ୍ୟଜୀବୀ ମାନଙ୍କୁ ପ୍ରତି ବିପଦରୁ ରକ୍ଷା କରି ଥାଆନ୍ତି।ବିଭିନ୍ନ ଝଡ଼ରୁ ମାଆ କରିଥାନ୍ତି ରକ୍ଷା।ତେଣୁ ଚିଲିକାର ମତ୍ସ୍ୟଜୀବୀ ମାନେ ତାଙ୍କୁ ଇଷ୍ଟଦେବୀ ଭାବରେ ପୂଜା କରି ଥାଆନ୍ତି।ମାଆଙ୍କ ଦୟାରୁ ଲୋକମାନେ ଭଲରେ ବୁଲିକରି ଆସିପାରନ୍ତି,ସବୁ ମାଆଙ୍କ ଦୟା।ସେଠାକୁ ଯିବା ପାଇଁ

ହେଲେ ପ୍ରଥମେ ରାଜଧାନୀ ଠାରୁ ବାଲୁଗାଁ ପର୍ଯ୍ୟନ୍ତ ୯୧ କିମି ଅତିକ୍ରମ କରିବା ପାଇଁ ପଡିବ, ଏହା ପରେ ବାଲୁଗାଁ ଠାରୁ ୧୮ କିମି ଦୂର ମା କାଳିଜାଈଙ୍କ ପୀଠକୁ ଜଳପଥ ଦେଇ ଯିବାକୁ ହେବ, ଏଥିପାଇଁ ଅନେକ ସୁବିଧା ରହିଛି, ଯାହା ମାଆଙ୍କ ଦୟାରୁ ଯିବା ଆସିବା କରିପାରନ୍ତି

Leave a Reply

Your email address will not be published. Required fields are marked *