Bhandaripokhari ରେ ପ୍ରବଳ ବର୍ଷା ରେ ଘର ଭିତରେ ପଶିଗଲା ବିଶାଳ ଅହିରାଜ ସାପ,ଆଉ ସାପ କୁ ଧରିବା ବେଳେ ଯାହା ଘଟିଗଲା ଆପଣ ଜାଣିଲେ…

ଭଦ୍ରକ ଜିଲ୍ଲାରେ ଏକ ବିରଳ ପ୍ରଜାତିର ସାପ ଦେଖିବାକୁ ମିଳିଥିଲା। ଯେତେବେଳେ ଜଣେ ସାପ ଧରାଳି ଏକ ବାସଭବନ ଭିତରୁ ଏହାକୁ ଉଦ୍ଧାର କଲେ ସେତେବେଳେ ସେ ମଧ୍ୟ ଏହାକୁ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ। କାରଣ ଏହି ସାପ ଖାଆସ କରି ସନ୍ତସନ୍ତିଆ ଅଞ୍ଚଳରେ ରହିବାକୁ ପସନ୍ଦ କରିଥାଆନ୍ତି ଓ ଏହାକୁ ବାସଭବନ ଭିତରେ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।

ଘଟଣାଟି ହେଉଛି ଭଦ୍ରକ ଟାଉନର, ଏଠାରେ ଏକ ବାସଭବନ ଭିତରେ ଏକ ବିଶାଳକାୟ ୭ ଫୁଟ ଲମ୍ବ ରଣା ସାପ ଯାହାକୁ ଅହିରାଜ ବା ଇଂରାଜୀରେ Bnaded Krait ବୋଲି କୁହନ୍ତି ଯାହାକି ପଶିଯାଇଥିଲା। ଘର ସଦସ୍ୟ ଏହାଦେଖି ଭୟଭୀତ ହୋଇଗଲେ ଓ ଘରେ ରହିଥିବା କୁକୁର ଏହାକୁ ଦେଖି

ଭୁକିବା ଆରମ୍ଭ କରିଦେଲା। ଏତେ ବଡ଼ ସାପ ଘର ଭିତରେ ଯେପରି ପ୍ରବେଶ ନକରିଯିବ ଏଥିରେ ଲୋକେ ସତର୍କ ହୋଇ ସ୍ଥାନୀୟ ସ୍ନେକ କ୍ୟାଚରଙ୍କୁ ଖବର ଦେଲେ। ଖବର ପାଇ ଭଦ୍ରକ ବନବିଭାଗରୁ ଅଭିଜ୍ଞ ସାପ ଧରାଳି ସେଠାରେ ଆସି ପହଞ୍ଚିଲେ ଓ ନିଜର ଉଧାର କାର୍ଯ୍ୟ ଆରମ୍ଭ କରିଦେଲେ।

ବହୁତ ଛକାପଞ୍ଝାର ଖେଳ ଭିତରେ ସେ ସାପକୁ ନିଜ ଆୟତ୍ତରେ ଆଣିଥିଲେ ଓ ଏହି ସାପକୁ ଧରି ସ୍ଥାନୀୟ ଲୋକଙ୍କୁ ଏହା ବିଷୟରେ ଜଣାଇଥିଲେ। ସର୍ବପ୍ରଥମେ ସେ କହିଥିଲେ କି, ଏହା ଏକ ରଣା ସାପ ଅଟେ ଯାହାକୁ ଆମେ ଇଂରାଜୀରେ Banded Krait ବୋଲି କହିଥାଉ, ଏହି ସାପ ମୁଖ୍ୟତଃ ସନ୍ତସନ୍ତିଆ

ଜାଗାରେ ରହିବାକୁ ଭଲ ପାଉଥିବାରୁ ମଣିଷକୁ ଏହା ବହୁତ କମ ମାତ୍ରାରେ କାମୁଡ଼ିଥାଏ କିନ୍ତୁ ଏହାର ବିଷ ବହୁତ ଖତରନାକ ହୋଇଥାଏ।ଏହି ସାପର ମୁଖ୍ୟ ଖାଦ୍ୟ ହେଉଛି ଅନ୍ୟସବୁ ସାପ ଯଥା: ଏହି ସାପ ବୋଡା, ନାଗ, ତମ୍ପ, ମାତିବିରାଡ଼ି ନିଜର ଖାଦ୍ୟ ରୂପରେ ବାଛିଥାଏ। ଏହି ସାପ ସାଧାରଣତଃ ଅନ୍ୟ

ସାପ ଗୁଡ଼ିକୁ ନିଜର ଭୋଜନ ବନାଇଥାଏ। ଏହାସହ ସେ କହିଥିଲେ, ଯଦି ବା ଏହିପ୍ରକାରର ସାପ ଦେଖୁଛନ୍ତି ତାହେଲେ ଏହାଠାରୁ ଯେତେ ଦୂରେଇ ରହିବେ ଆପଣଙ୍କ ପାଇଁ ସେତେ ଭଲ।

Leave a Reply

Your email address will not be published. Required fields are marked *