ପଟାମୁଣ୍ଡାଇ ରେ ଟିଉସନ Master ପ୍ରେମରେ ଅନ୍ଧ ହୋଇଗଲା ମାଆ,ଆଉ ନିଜ ଛୁଆ ସହିତ କରିଲେ ଏଭଳି କାମ ଯେ…

Uncategorized

ଘଟଣାଟି ସାମ୍ନାକୁ ଆସିଛି ପଟାମୁଣ୍ଡାଇ ଥାନା ଅନ୍ତର୍ଗତ ଏକ ଗ୍ରାମରୁ, ଏଠାରେ ଜଣେ ବିବାହିତା ମହିଳା ରହୁଥିଲେ। ଯାହାର ତିନୋଟି ସନ୍ତାନ ମଧ୍ୟ ଥିଲେ। ସ୍ୱାମୀ ବିଦେଶରେ କାମ କରି ଘର ଚଳାଇବା ପାଇଁ ଟଙ୍କା ପଠାନ୍ତି କିନ୍ତୁ ଏପଟେ ସ୍ତ୍ରୀ ସମସ୍ତ ସୀମା ଡେଇଁ ଯାଇ ନିଜର ସତୀତ୍ଵକୁ ଖାତିର ନକରି ଗାଁ ର ଜଣେ ଯୁବକ ଲକ୍ଷ୍ମମୀଧର ସହିତ ପ୍ରେମ ସମ୍ପର୍କ ଆରମ୍ଭ କରିଥିଲା।

ମହିଳାଙ୍କ ତିନି ସନ୍ତାନ ମଧ୍ୟରୁ ଦୁଇଜଣ ସେମାନଙ୍କ ମାମୁଁ ଘରେ ରହୁଥିଲେ ଓ ଗୋଟିଏ ୩ବର୍ଷର ପିଲା ମହିଳାଙ୍କ ପାଖରେ ରହୁଥିଲା। ସ୍ୱାମୀ ବିଦେଶରେ ଦିନରାତି ପରିଶ୍ରମ କରିବାରେ ବ୍ୟସ୍ତ କିନ୍ତୁ ଏପଟେ ସ୍ତ୍ରୀ କୁ ରାସଲୀଳା କରିବାପାଇଁ ଜଣେ ସାଥି ଦରକାର ଥିଲା ସେଥିପାଇଁ ସେ ଲକ୍ଷ୍ମୀଧର ସହିତ ଅନୈତିକ

ସମ୍ପର୍କ ରଖିଲା ଓ ଟିକେ ବି ଚିନ୍ତା କଲାନି ଯେ, ତାର ତିନୋଟି ଛୁଆ ଓ ସ୍ୱାମୀ ଅଛି ବୋଲି, ସେ ସମ୍ପୂର୍ଣ୍ଣ ଭାବରେ ବେଲଜ୍ୟା ହୋଇଗଲା।ଲକ୍ଷ୍ମୀଧର ସହିତ ସେ ରାତି କଟାଇଲା ଓ ନିଜ ତିନିବର୍ଷର ପୁଅ ସହିତ ଅତ୍ୟାଚାର କରିବାକୁ ଆରମ୍ଭ କଲା। ଏବେ ମାମଲା ସାମ୍ନାକୁ ଆସିଛି ଯେ, କୁଆଡେ ମହିଳା ଜଣକ ନିଜ

ପ୍ରେମୀ ଲକ୍ଷ୍ମୀଧର ସହିତ ମିଶି ନିଜ ୩ବର୍ଷର ଛୁଆକୁ କଚାଡି କଚାଡି ମାରିଦେଇଛି। ଏହିକଥା ଶୁଣିବାପରେ ସମସ୍ତେ ଆଶ୍ଚର୍ଯ୍ୟ କାହିଁକି ନା କେମିତି ଜଣେ ମାଆ ନିଜ ଅନ୍ତ ଫାଡ଼ି ଜନ୍ମ ଦେଇଥିବା ଶିଶୁର ପ୍ରାଣ ନେଇପାରିବ? ସେ ଗୋଟିଏ ମାଆ ନୁହେଁ ଜଣେ ରାକ୍ଷସୀ ଥିଲା।ସେଦିନ ବଡ଼ ଝିଅ ମାମୁଁ ଘରେ ନଥିଲା।

ସେ ନିଜ ମାଆ ସହିତ ଘରେ ଥିଲା ଓ ଲକ୍ଷ୍ମୀଧର ତାଙ୍କ ଘରେ ରାହୁଥିବାର 12 ବର୍ଷର ଝିଅଟି ଦେଖିବାକୁ ପାଇଲା। ଝିଅଟି ଦିନେ ଦେଖିଲା ଯେ, ତା’ ବୋଉ ଆଉ ଲକ୍ଷ୍ମୀଧର ତା’ ତିନିବର୍ଷର ସାନ ଭାଇକୁ ଗାଧୋଇବାକୁ ନେଲେ ଓ।ସେଠାରେ ତାକୁ କଚାଡି ମାରିଦେଲେ। ଏହିକଥା ଝିଅଟି ମିଡ଼ିଆ ସମ୍ମୁଖରେ କହିବାପରେ

ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ।ପରିଶେଷରେ ସାରା ବ୍ଲକରେ କଥା ଭାଇରାଲ ହୋଇଗଲା। ଆରୋପୀ ଲକ୍ଷ୍ମୀଧର ଓ ମହିଳାଙ୍କୁ ପୋଲିସ ଗିରଫ କରିସାରିଛି। ସ୍ଥାନୀୟ ଏସଡ଼ିପିଓ ଓ ତାହସିଲଦାରଙ୍କୁ ଏହି ବିଷୟରେ ପଚାରିବା ପରେ ସେ କହିଥିଲେ, ପୋଲିସ ସୂତ୍ରରୁ ଆମେ ଜାଣିବାକୁ ପାଇଲୁ ଯେ, ମହିଳାଙ୍କ ସ୍ୱାମୀ

ବିଦେଶରେ ରାହୁଥିବାରୁ ଏପଟେ ମହିଳା ଜଣକ ଲକ୍ଷ୍ମୀଧର ନାମକ ପର ପୁରୁଷ ସହ ଅନୈତିକ ସମ୍ପର୍କ ରଖି ନିଜ ପୁଅ ସହିତ ହିଂସାକାଣ୍ଡ ଘଟାଇଥିଲା। ଏବେ ତଦନ୍ତ କରାଯିବାପରେ ସେମାନଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

Leave a Reply

Your email address will not be published. Required fields are marked *