ପେଟର ଚର୍ବି ବଢ଼ିଯାଇଥିଲେ ଏହି ଡାଏଟ ଫଲୋ କରନ୍ତୁ, ଦେଖିବେ ଚର୍ବି ବହୁତ ଜଲଦି କମିଯିବ,ଶୁଣନ୍ତୁ କଣ କହୁଛନ୍ତି ଡାକ୍ତର Niharika Dash

ଆଜିକାଲିର ଲାଇଫ ଷ୍ଟାଇଲ ଯେମିତି ହେଲାଣି ଜଣେ ବ୍ୟକ୍ତି ପାଖରେ ବ୍ୟାୟାମ କିମ୍ବା ଯୋଗ କରିବାପାଇଁ ଟିକେ ମାତ୍ର ସମୟ ନାହିଁ। ଆଜିର ଲୋକମାନେ ପ୍ରାୟତଃ ୧୦ ଘଟିକାରୁ ୪ ଘଟିକା ପର୍ଯ୍ୟନ୍ତ ଡେ଼କ୍ସ ଜବ କରୁଛନ୍ତି ଓ ଖାଦ୍ୟ ପାନୀୟ ଓ ୱାର୍କ ଆଉଟ ଉପରେ ଫୋକସ କରୁନାହାଁନ୍ତି ଯାହାଦ୍ୱାରା ତାଙ୍କ ପେଟର ଚର୍ବି ବଢ଼ିବାରେ ଲାଗିଛି।

ସେଥିପାଇଁ ଆଜି ଆମେ ସେମାନଙ୍କ ପାଇଁ କିଛି ଟିପସ ନେଇ ଆସିଛୁ ଯାହାକୁ ଫଲୋ କରି ସେମାନେ ନିଜ ପେଟର ଚର୍ବି କମାଇପାରିବେ। ଆସନ୍ତୁ ଜାଣିବା ଟିପସ ଗୁଡିକ ବିଷୟରେ।ଫଲୋ କରନ୍ତୁ ଏହି ଡାଏଟ:-ପ୍ରତିଦିନ କାମରେ ବ୍ୟସ୍ତ ରହୁଥିବା ଜଣେ ବ୍ୟକ୍ତି ନିଜ ଶରୀର ଉପରେ ଧ୍ୟାନ ଦେଇ ପାରୁନାହିଁ ଓ ଯେତେବେଳେ

ଯାହା ମିଳିଲା ତାକୁ ସବୁ ସେ ଖାଉଛି। ଏହି ଭୁଲ ସାଧାରଣତଃ ପେଟ ବଢ଼ିବାର ମୁଖ୍ୟ ସମସ୍ୟା ଅଟେ। ଯଦି ଆପଣ ଜଣେ କାର୍ଯ୍ୟରତ ବ୍ୟକ୍ତି ଅଟନ୍ତି ତାହେଲେ ସକାଳୁ ୩୦ ମିନିଟ ବାହାର କରି ସୂର୍ଯ୍ୟ ନମସ୍କାର ଭଳି ବ୍ୟାୟାମ କିମ୍ବା ସକାଳୁ ୩୦ ମିନିଟ ପର୍ଯ୍ୟନ୍ତ ଚାଲି ପାରିବେ। ଏହି ୱାର୍କ ଆଉଟ କରିବାର ୧୦ ମିନିଟ

ପୂର୍ବରୁ ଆପଣଙ୍କୁ ଏକ କଦଳୀ କିମ୍ବା ବ୍ରେଡ଼ ସହିତ ପିନଟ ବଟର ଖାଇପାରିବେ।୩୦ ମିନିଟ ଦୌଡ଼ିବାପରେ ଆପଣ ଫ୍ରେଶ ହୋଇସାରି ଅଫିସ ଯିବାବେଳକୁ ଫଳରସ କିମ୍ବା ଅଣ୍ଡା ଆମଲେଟ ଭଳି ହାଲୁକା ବ୍ରେକଫାଷ୍ଟ କରିପାରିବେ କିମ୍ବା ଏହା ପରିବର୍ତ୍ତେ ଆପଣ ଅଫିସ ଯିବାବେଳକୁ ଓଟସ ସହିତ କ୍ଷୀର ଓ କଦଳୀ

ଖାଇପାରିବେ।ମିଡ଼ ଡେ କିମ୍ବା ଦ୍ୱିପ୍ରହର ମିଲରେ ଆପଣ ଯେତେ ହାଲୁକା ଖାଦ୍ୟ ଖାଇବେ ତାହା ଆପଣଙ୍କ ପେଟର ଚର୍ବି କମାଇବାରେ ବହୁତ ସାହାର୍ଯ୍ୟ କରିବ। କିଛିଲୋକ ଦ୍ୱିପ୍ରହର ସମୟରେ ପ୍ରଚୁର ମାତ୍ରାରେ ଭାତ ଓ ଏହାସହ ଡାଲି, ଭଜା ଇତ୍ୟାଦି ଖାଇଥାନ୍ତି ଓ ଏହାପରେ କାମ କରିବାପାଇଁ ବସି ଯାଆନ୍ତି

କିନ୍ତୁ ଆପଣଙ୍କୁ ଏହି ଭୁଲ ରୁ ବର୍ତ୍ତିବାକୁ ହେବ ଆପଣ ଦ୍ୱିପ୍ରହର ସମୟରେ ଅଳ୍ପ ପରିମାଣର ଭାତ ଓ ଏହାସହ କିଛି ପୁଷ୍ଟିକର ଖାଦ୍ୟ ଯେମିତି ଡାଲି, ପନିର କିମ୍ବା ମାଛ ବା ମାଂସ ନେଇପାରିବେ। ଏହାକୁ ଖାଇବାପରେ ତୁରନ୍ତ କାମ କରିବାକୁ ନବସି ୧୫ ମିନିଟ ଚଲାବୁଲା କରନ୍ତୁ।ସନ୍ଧ୍ୟା ସମୟରେ କିଛିଲୋକ

ଖାଇବା ପସନ୍ଦ କରନ୍ତି ନାହିଁ କିନ୍ତୁ ଏହି ସମୟରେ ଆପଣ ଫଳରସ କିମ୍ବା ଛେନା ଖାଇପାରିବେ। ନଚେତ ଆପଣ ସନ୍ଧ୍ୟାରେ ଗ୍ରୀନ ଟି ସହିତ ମୁଗ, ବୁଟକୁ ମସଲା ଦେଇ ଖାଇପାରିବେ। ରାତ୍ରି ସମୟରେ ଆପଣ ଯେତେ ହାଲୁକା।ଖାଦ୍ୟ ଖାଇବେ ଆପଣଙ୍କ ପାଇଁ ସେତେ ଭଲ ହେବ, ଏହି ସମୟରେ ଆପଣ ସନ୍ତୁଳା

ରୁଟି କିମ୍ବା ଆମଲେଟ, ଚିକେନ୍ ତରକାରୀ ଭଳି ଖାଦ୍ୟ ନେଇପାରିବେ।ରାତ୍ରି ଖାଦ୍ୟ ଆପଣ ଯେତେ ଜଲଦି ଖାଇବାକୁ ଚେଷ୍ଟା କରନ୍ତୁ। ଆପଣ ରାତି ୮ ଘଟିକା ସମୟରେ ନିଜ ରାତ୍ରି ଭୋଜନ ସାରିବାକୁ ଚେଷ୍ଟା କରନ୍ତୁ। ରାତ୍ରି ଭୋଜନ ଖାଇବାପରେ ଆପଣ ବାହାରେ କିଛି ସମୟ ଚଳାବୁଲା କରନ୍ତୁ ଓ ଏହାପରେ ନିଜ ବିଛଣାକୁ ଯାଆନ୍ତୁ। ଏହିପରି ନିୟମିତ ଆପଣ ରୁଟିନ ଫଲୋ କରିପାରିଲେ ଆପଣଙ୍କ ପେଟ ବହୁତ ଜଲଦି କମିଯିବ।

Leave a Reply

Your email address will not be published. Required fields are marked *