ଗାତ ଖୋଲିବା ବେଳେ ବାହାରିଲେ ସହ ସହ ନାଗସାପ,Mirza ଭାଇ ତାପରେ ଯାହା କରିଲେ ଦେଖିଲେ ଆପଣ ମୁଣ୍ଡରେ ହାତ ଦେବେ…

ଓଡ଼ିଶାରେ ଏକ ଚମତ୍କାର ଘଟଣା ଘଟି ସାମ୍ନାକୁ ଆସିଛି। ଏଠାରେ ଭଦ୍ରକ ଜିଲ୍ଲାର ଏକ ଗ୍ରାମରେ ପୋଖରୀ ଖୋଳିବା ସମୟରେ ଡୋଜର ମାଟି ଖୋଳୁ ଖୋଳୁ ଏକ ଗାତ ଖୋଳିଦେଲା ଓ ସେହି ଗାତରୁ ପାଖାପାଖି ୨୦ ଟି ବିଷାକ୍ତ ନାଗ ଓ ତମ୍ପ ସାପ ବାହାରିଲେ। ଲୋକେ ଏହାକୁ ଦେଖିବାପରେ ଭୟଭୀତ ହୋଇଗଲେ

କାରଣ ସାପ ଗୁଡ଼ିକ ଏଣେତେଣେ ଧାଇଁବାକୁ ଆରମ୍ଭ କଲେ। ତଥାପି ସାପ ଗୁଡ଼ିକ ପୋଖରୀ ଖୋଳା ଯାଉଥିବା ସେହି ଗାତ ଭିତରେ ଘୁରି ବୁଲିଥିଲେ, ଲୋକମାନେ ଭୟରେ କାମ କରିବା ବନ୍ଦ କରିଦେଲେ ଓ ସାପ ମାନଙ୍କୁ କୌଣସି କ୍ଷତି ନପହଞ୍ଚାଇ ସ୍ନେକ ହେଲ୍ପଲାଇନକୁ ଖବର ଦେଇଥିଲେ।

ବନ ବିଭାଗ ଟିମ ଖବର ପାଇବାପରେ ଘଟଣାସ୍ଥଳକୁ ବାହାରିଥିଲା। ସେଠାରେ ଟିମର ଦୁଇ ତିନିଜଣ ମେମ୍ବର ପହଞ୍ଚି ସାପ ଗୁଡ଼ିକୁ ଧରିବା ଆରମ୍ଭ କରିଦେଲେ। ସାପ ଗୁଡ଼ିକ ବହୁତ ଚଞ୍ଚଳ ଥିଲେ ଓ ସହଜରେ ଧରା ଦେଉନଥିଲେ ବହୁତ ପରିଶ୍ରମ ପରେ ସମସ୍ତ ସାପକୁ ସେମାନେ ଧରିବାରେ ସଫଳ ହୋଇଥିଲେ।

ସାପ ମାନଙ୍କୁ ଧରିବାପରେ ସ୍ନେକ କ୍ୟାଚର ଲୋକମାନଙ୍କୁ ଧନ୍ୟବାଦ ଜଣାଇଲେ କାରଣ ଲୋକେ ସାପ ମାନଙ୍କୁ ନମାରି ସ୍ନେକ ହେଲ୍ପଲାଇନକୁ ଖବର ଦେଇଥିଲେ।ଏହାପରେ ସେମାନେ ସାପ ମାନଙ୍କୁ ନେଇ ଏକ ପାହାଡ଼ିଆ ସ୍ଥାନରେ ଛାଡ଼ିଥିଲେ। ଏଠାରେ ବହୁତ ଘଞ୍ଚ ଜଙ୍ଗଲ ଓ ପ୍ରକୃତିର ପରିବେଶ ଥିଲା

ଯେଉଁଠି ସାପ ମାନଙ୍କୁ ଚରିବା ପାଇଁ କୌଣସି ଅସୁବିଧା ହେବାର ନଥିଲା ଓ ସେମାନେ ଅତିସହଜରେ ରହିପାରିବେ। ଏଠାରେ ସୁରକ୍ଷିତର ସହିତ ସେମାନେ ସାପ ମାନଙ୍କୁ ଛାଡ଼ିଦେଲେ।ସୋସିଆଲ ମିଡ଼ିଆରେ ଏହି ଘଟଣାର ଭିଡ଼ିଓ ଭାଇରାଲ ହେବାପରେ ଲୋକମାନେ କମେଣ୍ଟ ଜରିଆରେ ନିଜର ରାୟ ଦେଇଥିଲେ।

କିଛି ୟୁଜର୍ସ ଲୋକମାନଙ୍କୁ ସେମାନଙ୍କ ମାନବିକତା ପାଇଁ ପ୍ରଶଂସା ଜଣାଇଥିବା ବେଳେ ଆଉକିଛି ଲୋକେ ସ୍ନେକ କ୍ୟାଚରଙ୍କ କାମ ପାଇଁ ସେମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି।

Leave a Reply

Your email address will not be published. Required fields are marked *