ପୋଲିସ ଏଣେ ତେଣେ ତଦନ୍ତ କରୁଛି ଦୋଷୀକୁ ଦେଖିଲେ ତ ମୁଁହରେ ଜଣା ପଡ଼ିଯିବ ସିଏ ଦୋଷ କରିଛି କି ନାହିଁ : Driver

ସାଙ୍ଗମାନେ ଆପଣ ମାନେ ତ ଏବେ ସୌମ୍ୟରଞ୍ଜନଙ୍କ ମୃତ୍ୟୁ ଘଟଣା ବିଷୟରେ ଚାରିଆଡ଼େ ଖବର ଶୁଣୁଥିବେ।ଏହି ହତ୍ୟା ଏବେ ରୋଚକ ମୋଡ଼ ନେଇଛି।ପୋଲିସ ମଧ୍ୟ ଦୀର୍ଘ ଦିନ ହେବ ତାର ତଦନ୍ତ ଚଳାଇଛି।ପ୍ରତିଦିନ କିଛି ନା କିଛି ନୂଆ ଘଟଣା ସାମ୍ନାକୁ ଚାଲି ଆସୁଛି।ଆଜି ମୁଁ ଆପଣ ମାନଙ୍କୁ ଏହି ଘଟଣା ବିଷୟରେ ଆଉ ଏକ ରୋଚକ ତଥ୍ୟ ଜଣେଇବି।

ସୌମ୍ୟରଂଜନ ମୃତ୍ୟ ଘଟଣାରେ ବାହାରିବାରେ ଲାଗିଛି ନୂଆ ତଥ୍ୟ।ଦିନକୁ ଦିନ ଘଟଣା ଅଡ଼ୁଆ ସୂତା ପରି ଗୁଡ଼ାଇ ହେବାରେ ଲାଗିଥିବା ବେଳେ ଡ଼୍ରାଇଭର ବଖାଣିଛନ୍ତି ସେହି ରାତିର କଥା।ଇଏ ହେଉଛନ୍ତି ସେହି ଡ଼୍ରାଇଭର ଯିଏ କି ଘଟଣା ଦିନ ବିଦ୍ୟାଭାରତୀଙ୍କ ମାଆ ଏବଂ ବାପାକୁ ନେଇ କଟକ ଏସସିବି ଯାଇଥିଲେ ଏବଂ ସେଠାରୁ ବିଦ୍ୟଭରତିଙ୍କୁ ସାଙ୍ଗରେ ନେଇ ଗୌଡ ଗାଁ ଫେରିଥିଲେ।ଏବେ ସେ ଏମିତି କିଛି କହିଛନ୍ତି ଯାହା ଆପଣ ଶୁଣି ଚକିତ ହୋଇଯିବେ। ସେଦିନ ରାତି ସାଢେ଼ ନଅଟାରେ ସେ କପ୍ତିପଦାରୁ ବାହାରି ପାରଳାଖେମୁଣ୍ଡି ଅଭିମୁଖେ ଯାଉଥିବାବେଳେ ରାତି ପ୍ରାୟ ୨ଟା ସମୟରେ ଭୁବନେଶ୍ୱରରୁ ସେମାନେ ଫେରିଥିଲେ କଟକ ଏସିବି କୁ।କଟକ ଏସସିବି ରେ ପହଞ୍ଚି ସେଠାରେ ସୌମ୍ୟ ଚିକିତ୍ସା ନିମନ୍ତେ ଭର୍ତି ହୋଇଥିଲେ।

ତାଙ୍କୁ କଟକ ଅଶ୍ଵିନୀ ହସ୍ପିଟାଲ ନେବା ନିମନ୍ତେ କଥା ହେଉଥିଲେ ବୋଲି ଉଭୟ ପରିବାର ତାଙ୍କ ଡ଼୍ରାଇଭର କହିଥିଲେ।ସେ ଏହା ମଧ୍ୟ କହିଛନ୍ତି କି ସେଠାରେ ଯେ ଥିଲେ ତାଙ୍କୁ ପଚରା ଉଚରା କରାଯିବା ପରିବର୍ତ୍ତେ ମତେ କଣ ପାଇଁ ପଚାରୁଛନ୍ତି।ଦୋଷୀକୁ ଦେଖିଲେ ତା ମୁହଁରୁ ଜଣା ପଡ଼ିବ ସେ ଦୋଷ କରିଛି କି ନାହିଁ।
ସବୁ ପରେ ସେଦିନ ରାତି ପ୍ରାୟ ୨ଟା ରୁ ୩ଟା ସମୟରେ ଗାଡ଼ି ଏସିବି ରେ ପହଞ୍ଚିଥିବା ବେଳେ ସେଠାରେ ଯେତେବେଳେ ସୌମ୍ୟ ଙ୍କ ମୃତ୍ୟୁ ଘଟଣା ହେଲା ଦିନ ପ୍ରାୟ ୧୧ଟା ପାଖା ପାଖି ବିଦ୍ୟା ଭାରତୀଙ୍କୁ ତାଙ୍କ ବାପା ମା ସାଙ୍ଗରେ ଧରି ଫେରି ଆସିଥିଲେ ଗୋଡ଼ ଗାଁ।

ହେଲେ ବାଟରେ ଆସିବ ସମୟରେ ବିଦ୍ୟା ଭାରତୀଙ୍କ ମନରେ କୌଣସି ଦୁଃଖ ନଥିବା କଥା କହିଛନ୍ତି ଡ଼୍ରାଇଭର।କ୍ୟାମେରା ସାମ୍ନାରେ କିଛି ନ କହିବେ କହି କ୍ୟାମେରା ପଛରେ ବହୁତ କହି ଦେଇଛନ୍ତି ଡ଼୍ରାଇଭର।ଡ୍ରାଇଭରଙ୍କ କଥା ଶୁଣିଲେ ବିଦ୍ୟା ଭାରତୀ ଓ ତାଙ୍କ ପରିବାର ଲୋକଙ୍କ ଉପରେ ସନ୍ଦେହ ଅଧିକ ଦୃଢଭୂତ ହେଉଛି।ତେବେ ଦେଖାଯାଉ ପୋଲିସ ଏହି ଘଟଣାର ତଦନ୍ତ କିପରି ଭାବରେ କରୁଛି। ଆଶା କରୁଛି କି ଏହି ଘଟଣାର ସଠିକ ତଦନ୍ତ ହେଉ ଓ ଦୋଷୀ ଉପଯୁକ୍ତ ଦଣ୍ଡ ପାଉ।ଏହି ଖବର ଏବେ ପ୍ରାୟ ଭାଇରଲ ହେବାରେ ଲାଗିଅଛି।ଦେଖାଯାଉ କେଉଁ ମୋଡ଼ ନେଉଛି।

Leave a Reply

Your email address will not be published. Required fields are marked *