ଫୁସଫୁସ କର୍କଟ କାହିଁକି ହେଇଥାଏ ? ଜାଣନ୍ତୁ କଣ ଏହାର ଲକ୍ଷଣ ଓ ଚିକିତ୍ସା ବିଷୟରେ,Dr Sampat Dash

କ୍ୟାନସର ଏକ ମାରାତ୍ମକ ରୋଗ।ଆମେ ମାନେ ବି କ୍ୟାନସର ଭାବିଲେ ବହୁତ ଡର ଲାଗେ କି ଏଟା କଣ ଏଟା ହେଲେ ଲୋକ ବଞ୍ଚିବ କି ମରିଯିବ।ଫୁସଫୁସ ଆମର ପୁରା ଦେଶ କହିବାକୁ ଗଲେ ହାର୍ଟ ପଛରେ ହେଉ କିମ୍ୱା ଲିଭର ପଛରେ ହେଉ, କିଡନୀ ପଛରେ ହେଉ ୟା ବିଷୟରେ ସବୁ ପ୍ରକାର ଆଲୋଚନା ହେଉଛି।ଯଦି କ୍ୟାନସର ଭାବେ କହିବାକୁ ଯାଏ ତାହେଲେ ବ୍ରେଷ୍ଟ କ୍ୟାନସର,ସର୍ଭାଇକାଲ କ୍ୟାନସର, ବୋନ କ୍ୟାନସର ଇତ୍ୟାଦି ବିଷୟରେ ସବୁ ଲୋକଙ୍କୁ ବୁଝା ଯାଉଛି।ଯଦି ଭାରତ ବର୍ଷରେ ଅଧିକ କ୍ୟାନସର ହେଉଛି ତାହା ହେଉଛି ଫୁସଫୁସ କ୍ୟାନସର ବା ଲଂଗସ କ୍ୟାନସର।ସାମାଜିକ ତରଫରୁ ଏ ରୋଗଟି କଣ ଏହା କଣ ପାଇଁ ହୁଏ ତା ବିଷୟରେ ଜାଣି ରଖିବା ଉଚିତ।ତେଣୁ ଯଦି ସେ ପ୍ରକାରର କୌଣସି ଲକ୍ଷଣ ଅଛି ଆଉ ଯେଉଁ ମାନଙ୍କର ଏହି ସବୁ ଲକ୍ଷଣ ଅଛି ସେ ଯଥା ଶୀଘ୍ର ଡାକ୍ତରଙ୍କୁ ଦେଖା କରିବ ଉଚିତ।

ଫୁସଫୁସ କ୍ୟାନସରର ମୁଖ୍ୟ କାରଣ ହେଉଛି କିଛି ମୋଡ଼ିଫାଇବେଲ କାରଣ ଓ କିଛି ନନ ମୋଡ଼ିଫାଇବଲ କାରଣ। ମୋଡିଫାଇବଲ ମାନେ ଯୋଉଟା ଆପଣଙ୍କ ହାତରେ ଅଛି ଓ ଆପଣ ତାକୁ ଚେଞ୍ଜ କରି ପାରିବେ।ନନ ମୋଡ଼ିଫାଇବଲ ହେଉଛି ଯୋଉଟା ଆପଣଙ୍କ ହାତରେ ନାହିଁ।ଏହା ଆପଣଙ୍କ ଦେହ ପାଇଁ ହିଁ ଅଛି।ନନ ମୋଡିଫାଇବେଲ କାରଣ ମଧ୍ୟରୁ ପ୍ରଥମ ହେଉଛି ନିଜ ବୟସ।

ଅଧିକ ବୟସ ହେଲେ ଫୁସଫୁସ କ୍ୟାନସରର ଷ୍ଟ୍ରେସ ବଢ଼ିଥାଏ।ଦ୍ୱିତୀୟ ହେଉଛି ଜେନେଟିକ।ନିଜ ଜିନ ଅନୁସାରେ କିଛି ଲୋକଙ୍କ ଦେହରେ କ୍ୟାନସରର ମାତ୍ରା ଅଧିକ ଦେଖେଇ ଥାଏ।ତୃତୀୟରେ ହେଉଛି ମେଲ ସେକ୍ସ ବା ପୁରୁଷ ଲୋକଙ୍କ ଦେହରେ ଏହି କ୍ୟାନସର ଅଧିକ ଦେଖା ହୋଇଥାଏ।ଫୁସଫୁସ କର୍କଟର ପ୍ରଥମ ଲକ୍ଷଣ ହେଉଛି କାଶ ଲାଗିରହିବ।ବହୁତ ଦିନ ଧରି ଲାଗି ରହିବ।

ମାସେ ଦିମାସ ଇତ୍ୟାଦିରୁ ଅଧିକ କାଶ ଲାଗିରହେ।କାଶରେ ରକ୍ତ ପଡ଼ିବ।ଛାତି ବ୍ୟଥା ହେବ।କାଶ ହେଲା ବେଳେ ନିଃଶ୍ୱାସ ନେବାରେ କଷ୍ଟ ହେବ ଏବଂ ଓଜନ ମଧ୍ୟ କମିଯିବ।ଏହି ସବୁ ଯଦି ଆପଣଙ୍କର ଅସୁବିଧା ରହୁଛି ଏବଂ ଯଦି ଫୁସଫୁସ କ୍ୟାନସର ହେବାର ଯଦି ରିସ୍କ ଅଧିକ।ଆପଣ ଯଦି ଅଧିକ ସ୍ମୋକିଂ କରୁଥିଲେ,ଧୂଳି ଧୁଆଁ ଜାଗାରେ କାମ କରୁଛନ୍ତି

କାଠ ଚୁଲି ବା ଗୋବର ଘଷି ଇତ୍ୟାଦିରେ ରୋଷେଇ କରୁଥିଲେ ବା ଆପଣଙ୍କ ପରିବାରରେ କାହାକୁ ଫୁସଫୁସ କ୍ୟାନସର ଅଛି ତାହେଲେ ଡାକ୍ତରଙ୍କ ପରାମର୍ଶ ନେଇ ଟେଷ୍ଟ କରିକି ତାର ଜଲଦି ଚିକିତ୍ସା କରନ୍ତୁ।ପ୍ରଥମେ ଜାଣି ରଖିବା ଦରକାର କି ରୋଗୀର ରୋଗଟି କେଉଁଠୁ ଆରମ୍ଭ ହେଲା,ସେ କେଉଁଠି କାମ କରୁଥିଲେ,ତାଙ୍କ ଘରେ କିଏ ଏହି ରୋଗରେ ପୀଡିତ ଥିଲେ କି ନାହିଁ ଇତ୍ୟାଦି।ଏହାପରେ ରାଡ଼ିଓଲୋଜିକାଲ ବା ସିଟି ସ୍କାନ କରିବା ଦରକାର।

Leave a Reply

Your email address will not be published. Required fields are marked *