ବିଷାକ୍ତ Naguni କୁ କ୍ଷୀର ପିଇବାକୁ ଦେଉଥିଲେ ଗାଁ ଲୋକ,ଆଉ ତାପରେ ସାପ ଯାହା ସବୁ କରିଦେଲା ଜାଣିଲେ ଆପଣ ମଧ୍ୟ ହେଇଯିବେ ଭାବୁକ…

Uncategorized

ବର୍ଷାଦିନ ପରିସ୍ଥିତି ସାରା ଓଡ଼ିଶାରେ ଲାଗିରହିଛି ଓ ଏହି ସମୟରେ ସାପ ମାନଙ୍କ ଗାତରେ ପାଣି ପଶିଯିବାରୁ ସେମାନେ ଖାଦ୍ୟ ଅନ୍ୱେଷଣରେ ମଣିଷଙ୍କ ବସତି ଆଡ଼କୁ ଚାଲିଆସୁଛନ୍ତି। ଯାହାଦ୍ୱାରା କିଛିଲୋକେ ଭୟରେ ସାପକୁ ବାଡ଼େଇ ମାରି ଦେଉଥିବା ବେଳେ କିଛିଲୋକ ସାପ କାମୁଡ଼ାରେ ମୃତ୍ୟୁବରଣ କରୁଛନ୍ତି। ଏମିତି ଏକ ଘଟଣା ଦେଖିବାକୁ ମିଳିଛି ଓଡ଼ିଶାର ବାଲେଶ୍ୱର ଜିଲ୍ଲାର ଏକ ଗ୍ରାମାଞ୍ଚଳରୁ

ଏଠାରେ ସାପଟି ଏକ ଘର ଭିତରେ ପଶିଗଲା। ଏହାପରେ ଯାହାହେଲା ଆସନ୍ତୁ ଏହି ଖବର ମାଧ୍ୟମରେ ଜାଣିବା ବାଲେଶ୍ୱର ଜିଲ୍ଲା କରିଡ଼ା ଗ୍ରାମରେ ବର୍ଷା ଯୋଗୁଁ ଏକ ତମ୍ପ ସାପ ଜଣେ ଗରିବ ଲୋକର ମାଟି ଘର ଭିତରେ ପଶିଗଲା। ସମୟ ଏହି ସମୟରେ ରାତ୍ରି 12 ଘଟିକା ହୋଇଯାଇଥିଲା।

ସାପଟି ଘର ଭିତରେ ପଶିବା ପରେ ସୁସୁ ଶବ୍ଦ କରିଥିଲା ଓ ଘର ଲୋକଙ୍କ ନିଦ ଭାଙ୍ଗିଯାଇଥିଲା। ସାପକୁ ଦେଖିବାପରେ ଘରଲୋକେ ଭୟଭୀତ ହୋଇ ଚିଲାଇବାକୁ ଲାଗିଲେ ଓ ବାହାରକୁ ଚାଲିଆସିଲେ।ଘରଲୋକେ ବାହାରକୁ ଚାଲିଆସିବା ପରେ ପାଟି କରିଥିଲେ ଯାହାପରେ ଗ୍ରାମଲୋକେ କଣ ହେଲା କହି

ନିଦରୁ ଉଠି ସେମାନେ ମଧ୍ୟ ନିଜ ଘରୁ ବାହାରକୁ ଆସିଲେ। ଗାଁ ଲୋକେ ଦେଖନ୍ତି ତ ପଡ଼ିଶାଘର ଭିତରେ ଗୋଟିଏ ତମ୍ପ ସାପ ପଶିଯାଇଛି, ଏହାଦେଖି ଗାଁ ର ଜଣେ ଲୋକ ବାଲେଶ୍ଵର ଜିଲ୍ଲା ଫରେଷ୍ଟ ଅଫିସକୁ ଫୋନ କରିଥିଲେ କିନ୍ତୁ ତାଙ୍କ ଫରେଷ୍ଟ ବିଭାଗ ରେସପନ୍ସ କରିନଥିଲେ ଯାହାଦ୍ୱାରା ସେମାନେ ବାଧ୍ୟହୋଇ

ଭଦ୍ରକ ଜିଲ୍ଲା ଫରେଷ୍ଟ ଅଫିସକୁ ଖବର ଦେଇଥିଲେ।ଖବର ପାଇ ଭଦ୍ରକ ସ୍ନେକ କ୍ୟାଚର 35 କିଲୋମିଟର ଅତିକ୍ରମ କରି ଗାଁ ରେ ଆସି ପହଞ୍ଚିଥିଲେ। ପହଞ୍ଚିବା ପରେ ସେ ତୁରନ୍ତ ସାପ ଉଦ୍ଧାର କରିବାରେ ଲାଗିଗଲେ ଓ ସେ ଦେଖିଲେ ଯେ, ସାପ ପାଖରେ ଏକ କ୍ଷୀର ପାତ୍ର ରଖାଯାଇଛି। ସାପକୁ ଧରି ସେ ଘରୁ

ବାହାରକୁ ଆସିଲେ।ଗାଁ ର କିଛିଲୋକ ତାଙ୍କୁ ପଚାରିଲେ,କଣ ଏଇଟା ନାଗସାପ କି? ଏଥିରେ ସାପ ଧରାଳି ଜଣକ କହିଲେ, ନା ଏଇଟା ତମ୍ପ ସାପ ଭାରି ବିଷାକ୍ତ, ଥରେ ଚୋଟ ମାରିଲା ମାନେ ବ୍ୟକ୍ତିର ମୃତ୍ୟୁ ହେବାର ସମ୍ଭାବନା ବହୁତ ରହିଥାଏ”। ସାପ ଧରାଳିଙ୍କ ଏହିକଥା ଶୁଣି ଜଣେ ବ୍ୟକ୍ତି କହିଲେ, ସାପଟିକୁ ମାରି ଦେଇଥିଲେ ଭଲ ହୋଇଥାନ୍ତ।

ଏଥିରେ ସାପ ଧରାଳି ଜଣକ କହିଲେ, “ଭାଇ ସାପ ମାରିବାର ଭୁଲ ବିଲକୁଲ କରିବେନାହିଁ କାରଣ ଏହାର ବିଷରୁ ବହୁତ ସାରା ମେଡ଼ିସିନ ବନାଯାଉଛି ଓ ଭଗବାନ ତାକୁ ଜୀବନ ଦେଇଛନ୍ତି ଓ ମଣିଷକୁ ବି ଜୀବନ ଦେଇଛନ୍ତି ତା’ର ପାଟି ଫିଟୁନି ଓ ସେ କିଛି କହିପାରୁନି ତା’ମାନେ ନୁହେଁ ତାକୁ ଆମେ ମାରିଦେବା।

Leave a Reply

Your email address will not be published. Required fields are marked *