Dutee ଚାନ୍ଦ ନିଜ ବଡ଼ ଭଉଣୀ ର ଗୁମର ଖୋଲିଦେଲେ,କହିଲେ ତୁ ସେ ଝିଅ ସହିତ ରୁମ ଭିତରେ…

ଆନ୍ତର୍ଜାତୀୟ ଦୌଡାଳି ଦୂତୀ ଚାନ୍ଦ ପୁଣିଥରେ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇ ସାମ୍ନାକୁ ଆସିଛନ୍ତି। ସେ ସୋସିଆଲ ମିଡ଼ିଆରେ ନିଜର ଏକ ପୋଷ୍ଟ ଜରିଆରେ ନିଜ ଭଉଣୀଙ୍କ ବିଷୟରେ ଲେଖିଛନ୍ତି ଓ ସେ ଖୋଲାଖୋଲି ନିଜା ଭଉଣୀକୁ ଏହି ପୋଷ୍ଟରେ ଧମକ ଦେଇଥିବାର ନଜର ଆସିଛନ୍ତି। ଆସନ୍ତୁ ଦେଖିବା ସେ ଏହି ପୋଷ୍ଟ ମାଧ୍ୟମରେ କଣ ଲେଖିଛନ୍ତି।

ଦୂତୀ ଚାନ୍ଦ ସେପ୍ଟେମ୍ବର ୨୫ ତାରିଖ ଦିନ ନିଜର ସୋସିଆଲ ମିଡ଼ିଆ ଆକାଉଣ୍ଟରେ ଏକ ପୋଷ୍ଟ ଶେୟର କରିଥିଲେ ଓ ଏଥିରେ ସେ ଡ଼ାଇରେକ୍ଟ ସେ ନିଜ ଭଉଣୀଙ୍କୁ ଟାର୍ଗେଟ କରିଥିଲେ। ଏଥିରେ ସେ ଲେଖିଥିଲେ, “ତୁ ନିଜକୁ ଷଣ୍ଢ ବୋଲି ଭାବି ଗୋଟିଏ ବାଂଲାଦେଶୀ ଝିଅକୁ ଆଣି ନିଜ ପାଖରେ ରଖିଛୁ ଆଉ କହୁଛୁ କି

ତୁ ତା’କୁ ଖେଳ ଶିଖାଉଛୁ”। କୋଉ ଖେଳ ତାକୁ ତୁ ଶିଖାଉଛୁ? ପଡ଼ିଆ ଭିତରେ ଶିଖାଉଛୁ ନା ନିଜ ବେଡ଼ରୁମରେ ଶିଖାଉଛୁ?ସେ ବାଂଲାଦେଶୀ ଝିଅକୁ ଆଣି ତୁ ତା’ ଡ୍ରାଇଭିଂ ଲାଇସେନ୍ସ ବନାଇଲୁ ଆଉ ତା’ ପାସପୋର୍ଟ ବନାଇ ତା’କୁ ଭାରତର ବାସିନ୍ଦା କଲୁ, ଯାହାକି ଉଚିତ ନୁହେଁ। ଯାହା କରୁଛୁ କିଛି ଭଲ

କରୁନୁ ଆଉ ସୁଧୁରିବାର ଅଛି ଯଦି ସୁଧୁରିଯା। ଏହାପରେ ଦୂତୀ ଲେଖିଥିଲେ, ବାପା ଓ ମାଆଙ୍କ ମନରେ ମୋ ପ୍ରତି ବିଷ ଭରିଦେଲୁ ଆଉ ତାଙ୍କ ଠାରୁ ମୋତେ ଅଲଗା କରିଦେଲୁ ଯାହାକି ବହୁତ ଭୁଲ ଥିଲା। ଏବେ ସମୟ ଅଛି ସୁଧୁରିଯା ନଚେତ ମୁଁ ଯାହା କରିବି ତୁ ଭଲ ଭାବରେ ଜାଣିଛୁ।ଏହିପରି ଧମକ

ଦୂତୀ ନିଜ ଭଉଣୀଙ୍କ ନାଁ ରେ ଲେଖିବାପରେ ସୋସିଆଲ ମିଡ଼ିଆରେ କିଛିକ୍ଷଣ ଭିତରେ ଏହି ମେସେଜ ଭାଇରାଲ ହୋଇଯାଇଥିଲା। କିଛି ୟୁଜର୍ସ ଏହାଉପରେ ଧ୍ୟାନ ଦେଇନଥିବା ବେଳେ ଆଉକିଛି ଦୂତୀଙ୍କ ଏହି ଟାର୍ଗେଟ ମେସେଜକୁ ନେଇ ତାଙ୍କ ଭଉଣୀଙ୍କୁ ସଜାଗ ରହିବାକୁ କହିଛନ୍ତି।

Leave a Reply

Your email address will not be published. Required fields are marked *