ଜାଲରେ ଫସିଲା 30 ବର୍ଷର ପୁରୁଣା ବିଶାଳ ନାଗସାପ,ଏହାପରେ Nagasapa ସହିତ ଯାହା ହେଲା ଜାଣିଲେ ଆପଣ ହେବେ ଆଶ୍ଚର୍ଯ୍ୟ…

ଭଦ୍ରକ ଜିଲ୍ଲାରେ ମତ୍ସ୍ୟ ବିଭାଗ କାର୍ଯ୍ୟାଳୟ ସାମ୍ନାରୁ ଏକ ସାପ ଉଦ୍ଧାର କରାଯାଇଥିବା ଖବର ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି। ସ୍ଥାନୀୟ ଡିପାର୍ଟମେଣ୍ଟ ଲୋକଙ୍କ କହିବାହେଲା ସାପଟି ୩୦ ବର୍ଷର ପୁରୁଣା ସାପ ଅଟେ ଓ ଏହା ଖାଦ୍ୟ ସନ୍ଧାନରେ ସର୍ବଦା ଅଫିସ ଭିତରକୁ ଚାଲିଆସେ। ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଘଟଣା ବିଷୟରେ।

ଭଦ୍ରକ ଜିଲ୍ଲା ମତ୍ସ୍ୟ ବିଭାଗ କାର୍ଯ୍ୟାଳୟ ସାମ୍ନାରେ ଥିବା ଏକ ବଗିଚା ଚାରିପଟେ ଜାଲି ଘେର କରାଯାଇଥିଲା। ଅଚାନକ ଏକ ନାଗସାପ ଖାଦ୍ୟ ଅନ୍ୱେଷଣ କରୁଥିବା ସମୟରେ ଜାଲରେ ଛନ୍ଦି ହୋଇଯାଇଥିଲା। ମୁଖ୍ୟତଃ ସାପ ବେକ ଜାଲରେ ଲାଗିଯାଇଥିଲା ଓ ଯେ ଯେତେ ଚେଷ୍ଟା କରୁଥିଲା ଜାଲରୁ ବାହାରି ପାରୁନଥିଲା।

ଶେଷରେ ଡିପାର୍ଟମେଣ୍ଟର କର୍ମଚାରୀ ମିର୍ଜା ଭାଇ ନାମକ ଜଣେ ସ୍ନେକ କ୍ୟାଚରଙ୍କୁ ଡ଼କାଇଥିଲେ ଓ ସେ ଆସି ସାପକୁ ଉଦ୍ଧାର କରିବା କାର୍ଯ୍ୟରେ ଲାଗିପଡ଼ିଲେ।ସାପଟିକୁ ଧରିବାପାଇଁ ତାଙ୍କୁ ବହୁତ ପ୍ରୟାସ କରିବାକୁ ପଡ଼ିଥିଲା। ପ୍ରଥମେ ସେ ଜାଲ ଗୁଡ଼ିକୁ କାଟିଲେ ଓ କଇଁଚି ଦ୍ୱାରା ସାପ ବେକରେ ଲାଗିଥିବା

ଜାଲକୁ ମଧ୍ୟ ହଟାଇଥିଲେ। ସାପକୁ ବାହାର କରିବାପରେ ଡିପାର୍ଟମେଣ୍ଟର କର୍ମଚାରୀ ସେଠାରେ ରୁଣ୍ଡ ହୋଇଗଲେ ଓ ସେମାନେ ମିର୍ଜା ଭାଇଙ୍କୁ କହିଲେ, ଭାଇ ଏହିପରି ଆହୁରି ବଡ଼ ବଡ଼ ନାଗସାପ ଅଫିସ ଭିତରକୁ ଚାଲିଆସୁଛନ୍ତି ଆଉ ଆମକୁ ସବୁବେଳେ ଭୟଭୀତ ହୋଇ କାମ କରିବାକୁ ପଡ଼ୁଛି।

ମିର୍ଜା ଭାଇ କହିଥିଲେ, ହଉ ଆଉ କେଉଁଦିନ ଆସି ସବୁ ସାପକୁ ଖୋଜି ନେଇଯିବି। ଏହାପରେ ସେ ସମସ୍ତଙ୍କୁ ମେସେଜ ଦେଇ କହିଥିଲେ, ଯଦି କାହାକୁ ସାପ କାମୁଡ଼ୁଛି ତାହେଲେ ସେ ଅନ୍ଧବିଶ୍ବାସରେ ଝଡାଫୁଙ୍କା ନକରି ସିଧା ଚିକିତ୍ସା ପାଇଁ ହସ୍ପିଟାଲ ଚାଲିଯାଆନ୍ତୁ।

Leave a Reply

Your email address will not be published. Required fields are marked *