ବ୍ୟକ୍ତିଙ୍କର ୧୫ ପତ୍ନୀ ଏବଂ 107 ସନ୍ତାନ,ତଥାପି କମୁନି ଯୌବନ,କହିଲେ ଆହୁରି ଇଚ୍ଛା ଅଛି ହେଲେ…

ଗୋଟିଏ ପତ୍ନୀର ଖୁସି ନୁହଁନ୍ତି।ବ୍ୟକ୍ତିଙ୍କର ୧୫ ପତ୍ନୀ ଏବଂ ୧୦୭ ସନ୍ତାନ।ତଥାପି କାମୁନି ଯୌବନ।୬୧ ବର୍ଷରେ ବିବାହ କରିବାକୁ ଇଚ୍ଛା।ମହଙ୍ଗା ଯୁଗ ଏବଂ ସବୁର ଦର ଦାମ ବଢି ଚାଲିଛି।ଏଭଳି ପରିସ୍ଥିତିରେ ପ୍ରତ୍ୟେକ ଲୋକ ଚାହାନ୍ତି କିପରି ନିଜ ପରିବାରକୁ ସୀମିତ ରଖିବା ପାଇଁ।କିନ୍ତୁ ଗରିବ ଲୋକଙ୍କ କ୍ଷେତ୍ରରେ ପରିବାର ସହ ଗୋଟିଏ ପିଲାକୁ ସମ୍ଭାଳିବା କଷ୍ଟକର ହୋଇପଡେ।

ଏଠି କିନ୍ତୁ ବ୍ୟକ୍ତିଙ୍କ ୧୫ ପତ୍ନୀ ଏବଂ ୧୦୭ ସନ୍ତାନ। ଏହା ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଥିବ କିନ୍ତୁ ଏହି ବ୍ୟକ୍ତି ଜଣକ ନିଜର ସମସ୍ତ ପତ୍ନୀଙ୍କ ସହିତ ମିଶି ରହୁଛନ୍ତି।ସମସ୍ତଙ୍କ ଦାୟିତ୍ୱ ନିଅନ୍ତି।ସମସ୍ତଙ୍କ ପାଇଁ ସବୁ କର୍ତ୍ତବ୍ୟ କରନ୍ତି।କାହାକୁ କେବେ ବି ଅବହେଳା କରନ୍ତି ନାହିଁ।ବ୍ୟକ୍ତିଗତ ଜଣକ ନିଜକୁ ରାଜା ସୁଲେମାନ ଭଳି ମନେ କରନ୍ତି

ଯାହାଙ୍କର ୭୦୦ ପତ୍ନୀ ଥିଲେ। ସେ ହେଉଛନ୍ତି ପଶ୍ଚିମ କେନିଆ ବାସିନ୍ଦା ଡେଭିଡ ସକେୟା କଲୁଭାନା।ଏକ ଗଣମାଧ୍ୟମ ସହିତ କଥାବାର୍ତ୍ତା ବେଳେ ସେ କହିଛନ୍ତି ଯେ, ତାଙ୍କ ମସ୍ତିଷ୍କ ବହୁତ ତୀକ୍ଷଣ।ତେଣୁ ତାଙ୍କ ପାଇଁ ଜଣେ ମହିଳା ଯଥେଷ୍ଟ ନୁହନ୍ତି।ତାଙ୍କ ମସ୍ତିଷ୍କ ଉପରେ ବହୁତ ଭାର ରହିଛି।ତାଙ୍କୁ ଜଣେ ମହିଳା ସମ୍ଭାଳି ପାରିବେ ନାହିଁ।

ସେଥିପାଇଁ ସେ ଏକାଧିକ ବିବାହ କରିଛନ୍ତି।ଡେଭିଡ ଆହୁରି ମଧ୍ୟ କହିଛନ୍ତି ଯେ,ଯଦି ମୋର ୨୦ ଟି ପତ୍ନୀ ଥାଆନ୍ତେ, ତେବେ ମଧ୍ୟ ମୋର କୌଣସି ସମସ୍ୟା ହୋଇ ନଥାନ୍ତା।ମୁଁ ରାଜା ସୁଲେମାନଙ୍କ ଭଳି। ତାଙ୍କର ୭୦୦ ପତ୍ନୀ ଏବଂ ୩୦୦ ଦାସୀ ଥିଲେ।ସର୍ବମୋଟ ତାଙ୍କର ୧୦୦୦ ପତ୍ନୀ।ମୁଁ ମଧ୍ୟ ସେହିଭଳି।

ଡେଭିଡଙ୍କ ପତ୍ନୀମାନେ ମଧ୍ୟ ତାଙ୍କ ସହିତ ବହୁତ ଖୁସିଟର ଅଛନ୍ତି।ପତ୍ନୀ ଜେସିକା ଏବଂ ଡେଭିଡଙ୍କ ୧୩ ଟି ସନ୍ତାନ।ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ମୃତ୍ୟୁ ରହିଛି।ଜେସିକା କହିଛନ୍ତି,ଆମେମାନେ ବହୁତ ଭଲରେ ରାହୁ। ଶାନ୍ତିର ସହିତ ଏକାଠି ହୋଇ ରହୁ। ମୁଁ ମୋ ସ୍ୱାମୀଙ୍କୁ ବହୁତ ଭଲ ପାଏ।

ଡେଭିଡଙ୍କ ଅନ୍ୟ ଜଣେ ପତ୍ନୀ ଡୁରିନା କଲୁଭାନା କହିଛନ୍ତି,ମୁଁ କାହାକୁ ବି ଇର୍ଷା କରେ ନାହିଁ।ଆମେ ସମସ୍ତେ ସମନ୍ୱୟର ସହିତ ରାହୁ। ଡେଭିଡଙ୍କ ସପ୍ତମ ପତ୍ନୀ ରୋଜ କୁହନ୍ତି,ଆମେମାନେ ଉତ୍ତମ ଜୀବନ ନିର୍ବାହ କରୁଛୁ।ଆମେ ପରସ୍ପରକୁ ବହୁତ ଭଲ ପାଉଛୁ।ଆମର ୧୫ ଟି ସନ୍ତାନ। ତେବେ ଡେଭିଡଙ୍କ କାର୍ଯ୍ୟକୁ ମାନିବାକୁ ପଡିବ।ନିଜର ୧୫ ପତ୍ନୀ ଏବଂ ପିଲାଙ୍କୁ ରଖିଛନ୍ତି ଏବଂ ସମ୍ଭାଳୁଛନ୍ତି। ସମ୍ପୂର୍ଣ୍ଣ ପରିବାର ଅତି ଖୁସିରେ ରହୁଛନ୍ତି।

Leave a Reply

Your email address will not be published. Required fields are marked *