ଏହି ମନ୍ଦିରରେ ମାଙ୍କ ପୂଜା କରିବା ପାଇଁ ପୂରା ପରିବାର ସହିତ ଜଙ୍ଗଲରୁ ଆସିଥାନ୍ତି ଭାଲୁ – ଏହି ମନ୍ଦିର ର ଚମତ୍କାରିତା ଜାଣିରଖନ୍ତୁ

ଏହା କହିବା ଭୁଲ୍ ହେବ କି କେବଳ ମଣିଷ ଭିତରେ ଭକ୍ତି ଭାବନା ହୋଇଥାଏ , ପଶୁଙ୍କ ଭିତରେ ଭକ୍ତି ନଥାଏ, ଏହା ବହୁତଥର ଦେଖାଯାଏ କି ବହୁତ ପାଳିତ ପଶୁ ଅଛନ୍ତି ଯିଏକି କେଉଁ କେଉଁ ଦିନ ଖାଦ୍ୟ ଖାଆନ୍ତି ନାହିଁ । ମନୁଷ୍ୟ ଯେପରି ଉପବାସ ରହିଥାଏ ଠିକ୍ ସେହିପରି ସେ ବି ଉପବାସ କରନ୍ତି । ଭଗବାନ ଶଙ୍କରଙ୍କ ମନ୍ଦିରରେ ବି ବହୁତଥର ସାପଙ୍କୁ ଦେଖା ଯାଇପାରିବ । ସେ ବି ଭଗବାନ ଶଙ୍କରଙ୍କ ଭକ୍ତିର କାରଣରୁ ସେ ହୋଇଥାନ୍ତି । ସମୟ ସମୟରେ ଏମିତି ବହୁତ ଉଦାହରଣ ଦେଖିବାକୁ ମିଳିଯାଏ , ଯାହା ପ୍ରମାଣିତ କରେ କି ପଶୁଙ୍କର ବି ଭକ୍ତି ଭାବନା ହୋଇଥାଏ ।

ଆଜି ଆମେ ଆପଣଙ୍କୁ ଏମିତି ଏକ ଘଟଣା ବିଷୟରେ କହିବାକୁ ଯାଊଛୁ , ମା ଚଣ୍ତିଙ୍କ ମନ୍ଦିର ଏକ ଏପରି ଜାଗା ଯେଉଁଠି ଭାଲୁ ନିଜ ପୁରା ପରିବାର ସହ ପୂଜା କରିବାକୁ ଆସନ୍ତି ଓ ମନ୍ଦିରରୁ ପ୍ରସାଦ ନେଇକରି ଚୁପ୍ ଚାପ୍ ଚାଲିଯାଆନ୍ତି ।

ମାତା ଚଣ୍ତିଙ୍କ ଏହି ମନ୍ଦିରର ଛତିଶଗଡର ମହାସମୁଂଦ ଜିଲ୍ଲାର ବାଗବହରା ରୁ ୫ କିମି ଦୁର ଜଙ୍ଗଲରେ ସ୍ଥିତ ଅଛି, ଏହି ମନ୍ଦିରରେ ଦର୍ଶନ କରିବା ପାଇଁ ଦୁର ଦୁରରୁ ଲୋକ ଆସିଥାନ୍ତି । ନବରାତ୍ରୀର ସମୟରେ ଏଠାରେ ବହୁତ ଭିଡ ହୋଇଥା , ଏହି ଭିଡରେ ସାମିଲ୍ ହୋଇଥା ଏକ ଭାଲୁର ପରିବାର , ଭାଲୁ ନିଜ ପୁରା ପରିବାର ସହ ଚଣ୍ତିଙ୍କ ଦର୍ଶନ ପାଇଁ ମନ୍ଦିର ଆସେ , ଭାଲୁଙ୍କ ପରିବାରର ମୁକିଆ ମନ୍ଦିର ମୁଖ୍ୟଦ୍ୱାରରେ ଅଟକିଥାଏ, ଓ ବାକି ପରିବାର ମନ୍ଦିର ଭିତରେ ପୁଜା କରିବା ପାଇଁ ଯାଆନ୍ତି । ମନ୍ଦିରରେ ସବୁ ଭାଲୁ ପରିକ୍ରମା କରିଥାନ୍ତି ,ଓ ଶାନ୍ତିରେ ପ୍ରସାଦ ନେଇକରି ବାହାରକୁ ଚାଲି ଆସନ୍ତି ।

ଭାଲୁଙ୍କ ଏହି ଦଳରେ ଏକ ନର, ଏକ ମାତା ଓ ଏକ ଛୁଆ ଭାଲୁ ବି ଅଛି, ମନ୍ଦିରର ପୁଜାରୀଙ୍କ କହିବା କଥା କି ଏହି ଭାଲୁ ବହୁତ ଦିନରୁ ଆସୁଛନ୍ତି ଓ ଶାନ୍ତିରେ ପୁଜା କରି ପ୍ରସାଦ ନେଇକରି ଚାଲିଯାଆନ୍ତି । ଲୋକ ଆସ୍ଥାରେ ସେହି ଭାଲୁଙ୍କୁ ପ୍ରସାଦ ଓ କିଛି ଜିନିଷ ଖୁଆନ୍ତି । ଆଶ୍ଚର୍ଯ୍ୟର କଥା ଭାଲୁଙ୍କ ଏହି ପରିବାର ଏବେ ପର୍ଯ୍ୟନ୍ତ କେଉଁ ବ୍ୟକ୍ତିଙ୍କୁ ବି କିଛି କ୍ଷତି ବା ଆଘାତ କରିନାହାନ୍ତି , ଲୋକଙ୍କ କହିବା କଥା କି ଜଙ୍ଗଲରେ ଏହି ମନ୍ଦିରରେ ଦେବୀଙ୍କ ମୁର୍ତ୍ତୀ ସ୍ୱୟଂ ପ୍ରକଟ ହୋଇଥିଲେ , ଏହି ମନ୍ଦିର ପ୍ରାୟ ୧୫୦ ବର୍ଷ ପୁରୁଣା ଅଟେ,  ଓ ଆଜି ବି ଏହି ଲୋକଙ୍କର ଆସ୍ଥାର ମୁଖ୍ୟ କେନ୍ଦ୍ର ହୋଇଛି, ଆଖପାଖର ଲୋକଙ୍କ କହିବା କଥା କି ଜଙ୍ଗଲର ଭାଲୁଙ୍କ ଉପରେ ମାଙ୍କ କୃପା ଅଛି, ଆଜିର ସମୟରେ ଏମିତି କିଛି ବି ଘଟଣା ମଣିଷକୁ ବାରମ୍ବାର ଭାବିବାକୁ ବାଧ୍ୟ କରିଦେଉଛି ।

Leave a Reply

Your email address will not be published. Required fields are marked *