ଯାତ୍ରା ହିରୋଇନ Rajasree କହିଲେ ଶାଳୀ ହେଇଥାନ୍ତି କିନ୍ତୁ ସ୍ତ୍ରୀ ହେଇଗଲି ଆଉ ବାପା ମତେ ବାପା ବାଡେଇ ବାଡେଇ ଯାତ୍ରାରୁ…

ଯଦି କେଉଁ ଇଣ୍ଡଷ୍ଟ୍ରି ସବୁଠାରୁ ଅଧିକ କ୍ଷତି ସହିଛି ତାହେଲେ ତାହା ହେଉଛି ଯାତ୍ରା ଇଣ୍ଡଷ୍ଟ୍ରି। ଏହି ଇଣ୍ଡଷ୍ଟ୍ରିରେ କାମ କରୁଥିବା ପ୍ରତ୍ୟେକ ବ୍ୟକ୍ତି କଟଣା ସମୟରେ ବହୁତ ଅସୁବିଧାର ସାମ୍ନା କରିଥିବାର ନଜର ଆସିଥିଲେ। ଏବେ କରୋନା ସ୍ଥିତି ସୁଧୁରିବା ପରେ ଯାତ୍ରା ଜଗତ ପୁଣିଥରେ ଦୃଢ଼ୀଭୂତ ହେବାର ନଜର ଆସିଛି।

ଏହି ସମୟରେ ଯାତ୍ରା ଜଗତର ଜଣେ ଜଣାଶୁଣା ମୁହଁ ରାଜଶ୍ରୀ ସାହୁ (କୁନି) ମିଡ଼ିଆ ସାମ୍ନାରେ ନଜର ଆସିଛନ୍ତି। ରାଜଶ୍ରୀ ସାହୁ ଯାହାକୁ ଆପଣ ଶିବାନୀ ଗଣନାଟ୍ୟର ‘ସୁନା ଝିଅ ଶିବାନୀ’ ଯାତ୍ରାରୁ ଭଲ ଭାବରେ ଜାଣିଥିବେ। ମିଡ଼ିଆଙ୍କ ପ୍ରଶ୍ନ ଥିଲା କୁନି ଦିଦି ଆପଣ କେବେଠାରୁ ଓ କେମିତି ଯାତ୍ରା ଜଗତକୁ ଆସିଲେ?

ଏହି ପ୍ରଶ୍ନରେ ସେ କହିଥିଲେ 1994 ମସିହାରେ ମୋତେ ଯେତେବେଳେ 14 ବର୍ଷ ବୟସ ହୋଇଥିଲା ମୁଁ ଯାତ୍ରା ଜଗତକୁ ଆସିଥିଲି ଓ ମୋତେ କମେଡ଼ି ଚରିତ୍ରରେ କାମ କରିବାକୁ ମିଳୁଥିଲା।ଯାତ୍ରାରେ ଆସିବାପରେ ମୋ ବାପା ମୋତେ ବାଡ଼େଇ ବାଡ଼େଇ ଘରକୁ ନେଇଛନ୍ତି ଓ ସାହି ପଡ଼ିଶା ଲୋକେ ଆମ ଘର

ଲୋକଙ୍କୁ ଦେଖେଇ ବହୁତକଥା କହିଛନ୍ତି। କିନ୍ତୁ 1999 ମସିହା ପରଠାରୁ ମୋତେ ମାଆ ଓ ଭାଉଜ ଭୂମିକା ଦିଆଯାଇଥିଲା ସେତେବେଳେ ମୋତେ ବହୁତ ଲୋକ ଭଲ ପାଇବାର ଦେଇଥିଲେ ଆଉ ମୁଁ ନିଜ ନାଁ ବନାଇଥିଲି।1999 ରେ ମୁଁ ଆମ ଗାଁର ଯାତ୍ରାରେ ସଙ୍ଗୀତ ବୋଲୁଥିବା ଜଣେ ବ୍ୟକ୍ତିଙ୍କୁ ବିବାହ କରିଥିଲି

ଓ ଏବେ ଆମର ଗୋଟିଏ ପୁଅ ଅଛି ଯିଏକି +୨ ରେ ପାଠ ପଡ଼ୁଛି ଓ ମୋର ଯାତ୍ରା ଦୁନିଆରେ କାମ କରିବାକୁ ନେଇ ତାର କିଛି ସମସ୍ୟା ନାହିଁ। ସେ ପରିପକ୍ଵ ହୋଇଗଲାଣି ଓ ବୁଝିସାରିଲାଣି ଯେ, ଏହି କଳାରୁ ଯାହା ରୋଜଗାର ହେଉଛି ତା’ ପଢ଼ାଖର୍ଚ୍ଚ ଚାଲୁଛି।ମିଡ଼ିଆ ଆଉ ଏକ ପ୍ରଶ୍ନ କରିଥିଲେ

କୁନି ଦିଦି କଣପାଇଁ ଆପଣ ଦୁଇବର୍ଷ ଯାତ୍ରା ଇଣ୍ଡଷ୍ଟ୍ରିରୁ ବିରାମ ନେଇଥିଲେ? ଏହି ପ୍ରଶ୍ନର ଉତ୍ତର ଦେଇ ସେ କହିଥିଲେ, ମଝିରେ ମୋ ପୁଅର ପାଠପଢ଼ାରେ ବାଧା ସୃଷ୍ଟି ହେବାରୁ ଆମେ କଟକରେ ରହିଲୁ ଓ ସେଠାରେ ତାକୁ ପାଠ ପଢ଼ାଇଲୁ। ଏବେ ତା’ ଯୁକ୍ତ ୨ ପରୀକ୍ଷା ସରିଗଲାଣି ଓ ମୁଁ ପୁଣିଥରେ ଯାତ୍ରା ଜଗତରେ ପାଦ ଥାପିବାକୁ ନିର୍ଣ୍ଣୟ ନେଇଛି।

Leave a Reply

Your email address will not be published. Required fields are marked *