Rayagada ଝିଅ କହିଲା ପ୍ରଥମେ ନିର୍ବନ୍ଧ ସରୁ ସରୁ ଆମ ଭିତରେ ସବୁ ହେଲା ଆଉ ଏବେ କହୁଛି ପଇସା ନେଇକି…

ଆଜିର ଯୁବପିଢ଼ି ଉଚିତ ସଂସ୍କାର ଓ ଶିକ୍ଷା ଅଭାବରୁ ଏମିତି ଅସାମାଜିକ କାମ କରି ବସୁଛନ୍ତି ଯାହାଦ୍ୱାରା ସେମାନଙ୍କ ବାପା ଓ ମାଆଙ୍କ ମୁଣ୍ଡ ତଳକୁ ନଇଁଯାଉଛି। ବାପା- ମାଆ ପିଲାଙ୍କୁ ଜନ୍ମଦେଇ ଭାବିଥାନ୍ତି ଏହି ପିଲା ଦିନେ ତାଙ୍କୁ ଗର୍ବିତ କରିବ କିନ୍ତୁ ସେମିତି କିଛି ହେଉନାହିଁ। ସୋସିଆଲ ମିଡ଼ିଆ ରୋଗରେ ରୋଗାଗ୍ରସ୍ତ ହୋଇ, ଚିନ୍ତା କରିବା ଓ ବୁଝିବା ଶକ୍ତି ହରାଇ

ସେମାନେ ବିଭିନ୍ନ କାଣ୍ଡ କରି ବସୁଛନ୍ତି।ଏମିତି ଏକ ଘଟଣା ସାମ୍ନାକୁ ଆସିଛି ଯେଉଁଥିରେ ମିଡ଼ିଆ ସାମ୍ନାରେ ଜଣେ ଯୁବତୀ ଅଭିଯୋଗ କରୁଛି କି, ମୁଁ ରାୟଗଡ଼ାର ଝିଅ କିଛି ମାସ ପୂର୍ବରୁ ସୋସିଆଲ ମିଡ଼ିଆରେ ମୁଁ ଏକ ଯୁବକ ସହିତ ଭେଟ ହୋଇଥିଲା ଓ ତାଙ୍କ ଘର ଭୁବନେଶ୍ୱର ଅନ୍ତର୍ଗତ ଷ୍ଟେସନ ବଜାର ପାଖରେ।

ସୋସିଆଲ ମିଡ଼ିଆରେ କଥାବାର୍ତ୍ତା ହେବାପରେ ଆମ ଦୁହିଁଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା ଓ ଆମେ ପରସ୍ପରକୁ ବିବାହ କରିବୁ ବୋଲି ଧାର୍ଯ୍ୟ କଲୁ।କିନ୍ତୁ ମୁଁ ଜାଣିନଥିଲି ବିବାହର ଭରସା ଦେଇ ସେ ଯୁବକ ମୋ ସହ ଏମିତି କାମ କରିବ। ବିବାହର ଭରସା ନେଇ ଆମେ ଦୁହେଁ ସମ୍ଵନ୍ଧ

ବନାଇଲୁ ଓ ଏବେ ଯୁବକର ମନ ପରିବର୍ତ୍ତନ ହୋଇଯାଇଛି। ସେ ଏବେ କହୁଛି,ତୁ ମୋତେ ପସନ୍ଦ ଆସିଲୁନାହିଁ, ଏଇ ଦଶ ହଜାର ଟଙ୍କା ନେଇ ତମ ଘରକୁ ପଳା ମିଡ଼ିଆ ସାମ୍ନାରେ ଏବେ ଯୁବତୀ ଜଣକ କହୁଛି କି, ସେ ମୋତେ ଦଶ ହଜାର ଟଙ୍କା ଦେଇ ଆମ ଘରକୁ ଚାଲିଯିବାକୁ କହୁଛି ଆଉ ବିବାହ ପାଇଁ

ମନା କରିଦେଉଛି। ଯୁବତୀ କହୁଛନ୍ତି, ମୋ ଇଜ୍ୱତର ମୂଲ୍ୟ କଣ ଦଶ ହଜାର ଟଙ୍କା? ମିଡ଼ିଆ ଏହାପରେ ପଚାରିଥିଲେ କଣ ଆପଣ ମହିଳା କମିଶନରେଟଙ୍କ ପାଖରେ ଏହାର ଅଭିଯୋଗ କରିଛନ୍ତି କି, ଏହି ପ୍ରଶ୍ନର ଉତ୍ତର ଦେଇ ମହିଳା ଜଣକ କହିଲେ ତା’ ବିଷୟରେ ମୁଁ ଜାଣିନଥିଲି। ଏବେ ନ୍ୟାୟ ପାଇଁ ମୁଁ ସେଠାକୁ ନିଶ୍ଚୟ ଯିବି

Leave a Reply

Your email address will not be published. Required fields are marked *