ଆଜିଠୁ ଜୋରଦାର ବଢ଼ିବ ବର୍ଷା,ପବନ ସହ ଘଡଘଡି, ବିଜୁଳି ଆଗାମୀ 24 ଘଣ୍ଟାରେ ମହା ତାଣ୍ଡବ ରଚିବା ଏହି ସବୁ ଜିଲ୍ଲାରେ…

ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଏକ ଘୁର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ସୃଷ୍ଟି ହୋଇଛି।ପରବର୍ତ୍ତୀ ୪୮ ଘଣ୍ଟା ମଧ୍ୟରେ ଏହା ଲଘୁଚାପରେ ପରିଣତ ହୋଇପାରେ।ଏଥି ସହିତ ମୌସୁମୀ ନିମ୍ନ ଚାପ ରେଖା ଆଜି ପଶ୍ଚିମବଙ୍ଗର ଦୀଘାର ପୂର୍ବ ଦକ୍ଷିଣ ପୂର୍ବ ଦିଗରେ ଉତ୍ତର ପୁର୍ବ ବଙ୍ଗୋପୋସାଗର ପର୍ଯ୍ୟନ୍ତ ଲମ୍ବିଛି।

ଏହାର ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ବିଜୁଳି ଏବଂ ଘଡଘଡି ସହିତ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଥିବାରୁ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ନିଙ୍ଗ ଜାରି କରାଯାଇଛି। ତେବେ ଲଘୁଚାପ ସୃଷ୍ଟି ହେବା ପରେ ୮ ତାରିଖ ଠାରୁ ବର୍ଷାର ପରିମାଣ ବଢିବ।

ପୁରୀ, ଖୋର୍ଦ୍ଧା, ଗଂଜାମ, ଗଜପତି, ଜଗତସିଂହପୁର, ନୟାଗଡ଼, କଟକ, ମାଲକାନଗିରି, କୋରାପୁଟ, ରାୟଗଡା, ନବରଙ୍ଗପୁର, କଳାହାଣ୍ଡି , କନ୍ଧମାଳ, ବୌଦ୍ଧ, ଅନୁଗୁଳ, ଢେଙ୍କାନାଳ, ଯାଜପୁର , ମୟୁରଭଞ୍ଜ ଏବଂ କେନ୍ଦୁଝରର କିଛି ଅଞ୍ଚଳରେ ବଜ୍ରପାତକୁ ଦୃଷ୍ଟିରେ ରଖି ୟେଲୋ ୱାର୍ନିଙ୍ଗ ଜାରି କରାଯାଇଛି।

ତେବେ ଗଂଜାମ, ଗଜପତି, ମାଲକାନଗିରି, କୋରାପୁଟ, ରାୟଗଡା, କନ୍ଧମାଳ ଏବଂ ନବରଙ୍ଗପୁରରେ ପ୍ରବଳ ବର୍ଷାର ସମ୍ଭାବନା ଥିବାରୁ ସତର୍କ ସୂଚନା ଜାରି କରାଯାଇଛି।ପାରାଦ୍ୱୀପ, ପୁରୀ, ପାରଳେଖାମୁଣ୍ଡିରେ ଅଳ୍ପ ପରିମାଣର ବର୍ଷା ହୋଇଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ସରଳାଖୁଣ୍ଟାରେ ୩୯ ମିଲିମିଟର

ବେତନଟିରେ ୧୩ ମିଲିମିଟର, ଭଞ୍ଜନଗରରେ ୧୨.୨ ମିଲିମିଟର ଏବଂ ବାଲିକୁଦରେ ୯ ମିଲିମିଟର ବର୍ଷାର ରେକର୍ଡ କରାଯାଇଛି।ତେବେ ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି ଯେ, ଜଣା ପଡୁଛି ଯେ ଆଜି ମଧ୍ୟାହ୍ନ ପୂର୍ବରୁ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ଏକ ଘୁର୍ଣ୍ଣିବଳୟ ସୃଷ୍ଟି ହୋଇଛି।

ତେବେ ଆସନ୍ତାକାଲି ଏହା କେନ୍ଦ୍ରୀୟ ବଙ୍ଗୋପସାଗରରେ ଘନୀଭୂତ ହୋଇ ଲଘୁଚାପର ରୂପ ନେବ ଏବଂ ଧୀରେ ଧୀରେ ଆନ୍ଧ୍ର ଉପକୂଳ ଆଡକୁ ମୁହାଁଇବ।୯ ତାରିଖରେ ଉତ୍ତର ଆନ୍ଧ୍ର ଉପକୂଳ ସ୍ପର୍ଶ କରି ପଶ୍ଚିମ ଆଡକୁ ମୁହାଁଇବ ଏବଂ ଏହି ସମୟରେ ପବନର ବେଗ ଘଣ୍ଟା ପ୍ରତି ୬୦ କିମି ରହିବ।ଏମସିଏଚ କହିବା ଅନୁସାରେ ଏହା ୧୨ ତାରିଖରେ ଓଡିଶା ଉପକୂଳ ଦେଇ ଗତି କରିବ।

୮ ରୁ ୩ ଦିନ ପର୍ଯ୍ୟନ୍ତ ବର୍ଷା ହେବ।ଏହା ପରେ ଆଉ ଏକ ଲଘୁଚାପ ମଧ୍ୟ ସୃଷ୍ଟି ହେବ।ଯାହାଦ୍ୱାରା ପ୍ରବଳ ବର୍ଷା କାରଣରୁ ବନ୍ୟା ପରିସ୍ଥିତି ମଧ୍ୟ ସୃଷ୍ଟି ହୋଇପାରେ।ତେବେ ଉପକୂଳ ଅଞ୍ଚଳ ସମେତ ଆଭ୍ୟନ୍ତରୀଣ ଅଞ୍ଚଳରେ ମଧ୍ୟ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।ତେବେ ଆପଣ ସତର୍କ ରୁହନ୍ତୁ।

Leave a Reply

Your email address will not be published. Required fields are marked *