କଳିଯୁଗର ମଣିଷ କେମିତି ହେବେ ଏହାକୁ ନେଇ Mahabharat ସମୟରେ ଭବିଷ୍ୟବାଣୀ କରିଥିଲେ ଶ୍ରୀକୃଷ୍ଣ…

ମହାଭାରତ ଯୁଦ୍ଧ ଶେଷ ହେବାର କିଛି ସମୟ ପରେ ପଞ୍ଚୁ ପାଣ୍ଡବ ଶ୍ରୀକୃଷ୍ଣଙ୍କୁ ପଚାରି ଜାଣିବାକୁ ଚାହିଁଥିଲେ କି, ଭବିଷ୍ୟତର କଳିଯୁଗ କିପରି ହେବ? ପଞ୍ଚୁ ପାଣ୍ଡବଙ୍କ ଏହି ପ୍ରଶ୍ନର ଉତ୍ତର ଦେଇ କୃଷ୍ଣ କହିଥିଲେ କି, କଳିଯୁଗ ସମ୍ପୂର୍ଣ୍ଣ ଭାବରେ ଭିନ୍ନ ହୋଇଯିବ ଓ ସେ ଏହା ଉପରେ ଚାରିଟି ଉଦାହରଣ ଦେଇଥିଲେ। ଆସନ୍ତୁ ଜାଣିବା ସେସବୁ କଣଥିଲା।

୧:- ଲୋକଙ୍କ ଦୋମୁହାଁ ନୀତି

କଳିଯୁଗରେ ଲୋକେ ଜଣକୁ ଗୋଟିଏ କଥା କହିବେ ଓ ଗୋଟିଏ କଥା କରିବେ। ଯେମିତିକି ଜଣେ ରାଜନେତା ଲୋକଙ୍କୁ ପ୍ରତିଶ୍ରୁତି ଦେଇ କହିବ ଯେ, ସେ ସବୁ କାମ କରିବ ଓ ଲୋକଙ୍କ ଉନ୍ନତି କରାଇବ କିନ୍ତୁ ସେ ଭୋଟ ପାଇ ବିଜୟୀ ହେବାପରେ ଏହିସବୁ ଭୁଲିଯିବ।

୨:- ବାପା-ମାଆ ନଷ୍ଟ କରିବେ ପିଲାଙ୍କ ଭବିଷ୍ୟତ

ଶ୍ରୀକୃଷ୍ଣ କହିଥିଲେ କି, କଳିଯୁଗରେ ମାଆ ବାପା ହିଁ ଗୋଟିଏ ପିଲାର ଭବିଷ୍ୟତକୁ ନଷ୍ଟ କରିବେ। କାରଣ କଳିଯୁଗରେ ପିଲା ଜନ୍ମ ହେବାମାତ୍ରକେ ମାଆ ଓ ବାପା ତାକୁ ଏତେ ଭଲ ପାଇବା ଦେବେ ଯେ, ସେ ଠିକ ଆଉ ଭୁଲ ବୁଝିବନାହିଁ ଓ ଏହିପରି ଭାବରେ ପିଲାଟି ନିଜ ଭବିଷ୍ୟତକୁ ଖରାପ କରି ବସିବ।

୩:- ଏହି ଛୋଟିଆ କାମ କରିବାକୁ ନାରାଜ

ଶ୍ରୀକୃଷ୍ଣ କହିଥିଲେ କଳିଯୁଗରେ ଲୋକେ ଏତେ ହିଂସାରେ ରହିବେ ଯେ, ସେମାନେ ମଣିଷତ୍ଵ ଭୁଲିଯିବେ ଓ ତାଙ୍କ ଜୀବନ ବହୁତ କଷ୍ଟସାଧ୍ୟ ହୋଇଯିବ କିନ୍ତୁ ସେମାନେ ଜାଣିପାରିବେ ନାହିଁ ଯେ, ଏକ ଛୋଟିଆ ହରିନାମ ଜପ କରିଥିଲେ ସେମାନେ ସଂସାରର ଏହି ମୋହମାୟା ଓ ଦୁଃଖ ଯନ୍ତ୍ରଣାରୁ ମୁକ୍ତି ପାଇଥାନ୍ତେ।

୪:- ଝିଅ ବାହାଘରରେ ଖର୍ଚ୍ଚ

ଶ୍ରୀକୃଷ୍ଣ କହିଥିଲେ କଳିଯୁଗରେ ଜଣେ ମଣିଷ ନିଜ ଝିଅର ବାହାଘର କରିବା ପାଇଁ ମୋଟା ଅଙ୍କର ଟଙ୍କା ଖର୍ଚ୍ଚ କରିବ ଓ ଗୋଟିଏ ଭିକାରୀକୁ ଦେଖିଲେ ନିଜ ପକେଟରୁ କଉଡ଼ିଟିଏ ମଧ୍ୟ ବାହାର କରିବନାହିଁ।

Leave a Reply

Your email address will not be published. Required fields are marked *