ବ୍ରହ୍ମପୁରରୁ ଦେହଜୀବୀଙ୍କୁ ଗେଷ୍ଟ ହାଉସ ଭିତରୁ ଗିରଫ କଲା Police,ଗେଷ୍ଟ ହାଉସ ଭିତରେ ଚାଲିଥିଲା ଧୂମ ଖେଳ…ଦେଖନ୍ତୁ Video

ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ସହରରୁ ଏକ ହାଇଲାଇଟ ଖବର ସାମ୍ନାକୁ ଆସିଛି। ବ୍ରହ୍ମପୁର ସହରର ଏକ ଛକ ଠାରେ ଥିବା ଗେଷ୍ଟ ହାଉସ ଭିତରୁ ପୋଲିସ ଦେହଜୀବୀଙ୍କ ସମେତ କିଛି ଗ୍ରାହକଙ୍କୁ ମଧ୍ୟ ଗିରଫ କରିବାର ଖବର ସାମ୍ନାକୁ ଆସିଛି। ଏହି ଗେଷ୍ଟ ହାଉସ ଭିତରୁ ପୋଲିସ ୪ ଜଣ ରୂପସୀ ଦେହଜୀବୀଙ୍କ ସମେତ ପ୍ରାୟ ଦଶଜଣ ଗ୍ରାହକଙ୍କୁ ଗିରଫ କରିନେଇଛି।

ପୋଲିସ ଆଗରୁ ଜାଣିଥିଲା କି, ଏହି ଗେଷ୍ଟ ହାଉସର ଉପର ମହଲାରେ ରାକେଟ ଚାଲୁଛି, ଜାଣିବା ସତ୍ତ୍ୱେ ମଧ୍ୟ ପୋଲିସ ଏହା ଉପରେ କିଛି ପଦକ୍ଷେପ ଉଠାଇ ପାରୁନଥିଲା। ଶେଷରେ ସହରର ଏସପି ଶ୍ରବଣ ବିବେକ ନିଜେ ଗ୍ରାହକ ରୂପରେ ରାତିରେ ଏହି ଗେଷ୍ଟ ହାଉସ ଭିତରକୁ ପ୍ରବେଶ କଲେ ଓ

ସେଠାରେ ରାକେଟ ଚାଲୁଥିବାର ଦେଖି ସେ ନିକଟସ୍ଥ ଥାନାକୁ ଖବର କରିଥିଲେ।ଖବର ପାଇ ଏକ ପୋଲିସ ପ୍ଲାଟୁନ ଭ୍ୟାନ ଜରିଆରେ ଆସି ଗେଷ୍ଟ ହାଉସ ସମ୍ମୁଖରେ ପହଞ୍ଚିଲେ। ଅଚାନକ ପୋଲିସକୁ ଦେଖି ସେମାନେ କିଛିବି କରି ପାରିଲେନାହିଁ ଓ ପୋଲିସ ସେମାନଙ୍କୁ ରେଡ଼ ହ୍ୟାଣ୍ଡେଡ଼ ଧରିଥିଲା।

ସହରର ଏସପି ଶ୍ରବଣ ବିବେକଙ୍କ ଏହି କାରନାମା ପାଇଁ ତାଙ୍କୁ ଚାରିଆଡ଼ୁ ପ୍ରଶଂସାର ସୁଅ ଛୁଟି ଆସୁଛି। ବର୍ତ୍ତମାନ ପୋଲିସ ଦେହଜୀବୀ ଓ ଗ୍ରାହକଙ୍କୁ ଗିରଫ କରି ସେମାନଙ୍କୁ ବହୁତ ଜଲଦି କୋର୍ଟ ଚାଲାଣ କରିବ ବୋଲି ସୂଚନା ଆସୁଛି।

Leave a Reply

Your email address will not be published. Required fields are marked *