ମୁଣ୍ଡରେ ଚୁଟି ପିନ୍ଧିବା ପାଇଁ ଏକ Cap ର ବ୍ୟବହାର କରିଛନ୍ତି,ଆଉ ନିଜକୁ ଜଣେ ମହିଳା ଭାବେ ସଜାଇ ନେଇଛନ୍ତି…

Uncategorized

ନିଶ ଦାଢ଼ି ଉଡେଇ ଦେଲେ ଆପଣ ଜାଣି ପାରିବେ ଏହା ଦୁଇ ଜଣ ବ୍ୟକ୍ତି ନୁହେଁ ଏହା ଜଣେ ବ୍ୟକ୍ତି।ଏହି ବ୍ୟକ୍ତିଙ୍କ ନାମ ହେଉଛି ଚିରଞ୍ଜିବୀ।ଯିଏ କି ବାଲେଶ୍ଵର ସୋରର ଜଣେ ଯୁବତୀଙ୍କୁ ବିବାହ କରିଥିଲେ।ଆଉ ଏହା ସହିତ ଯୁବତୀ ଆଣିଛନ୍ତି ତାଙ୍କ ସ୍ବାମୀଙ୍କ ବିରୋଧରେ ଏକ ସଙ୍ଗୀନ ଅଭିଯୋଗ।ତାଙ୍କ ସ୍ୱାମୀ ପୁରୁଷ କିନ୍ତୁ ସେ ପୁରୁଷ ନୁହନ୍ତି।

ସେ ଜଣେ କିନ୍ନର।ଯିଏ କି ଦିନରେ ପୁରୁଷ ଥାଆନ୍ତି ଆଉ ରାତି ହେବା ପରେ ତାଙ୍କ ଦେହର ହର୍ମୋନ ବଦଳି ଯାଏ।ଆଉ ସେ ପୁରୁଷ ରୂପ ଛାଡି ମହିଳା ରୂପ ନିଅନ୍ତି।ଦେହରେ ଟାଟୁ ତ କରିଛନ୍ତି କିନ୍ତୁ ମୁଁହର ସବୁ ଦାଢ଼ି ଉଡେଇ ଦେଇଛନ୍ତି।ଆଉ ସେପଟେ ମୁଣ୍ଡରେ ଚୁଟି ପିନ୍ଧିବା ପାଇଁ ଏକ ଟୋପିର ବ୍ୟବହାର କରିଛନ୍ତି।

ଆଉ ନିଜକୁ ଜଣେ ମହିଳା ଭାବେ ସଜାଇ ନେଇଛନ୍ତି।ଏହି ଭଳି ଲୋକଙ୍କୁ କିନ୍ନର ବା ସମଲିଙ୍ଗୀ କୁହାଯାଏ।ଆଉ ତାଙ୍କ ସ୍ଵାମୀ ଜଣେ ହୋମୋ ସେକ୍ସୁଆଲ।ଏହା ସହିତ ସେ ସେକ୍ସ କାରବାର ମଧ୍ୟ କରନ୍ତି।ଚାରି ବର୍ଷ ତଳେ ଅନେକ ସ୍ବପ୍ନ ନେଇ ଯୁବତୀ ଜଣଙ୍କ ବିବାହ କରିଥିଲେ ଚିରଞ୍ଜିବୀଙ୍କ ସହିତ।ତାଙ୍କ ପରିଚୟ

ଏକ ଇଞ୍ଜିନିୟର ଭାବେ ଦିଆ ଯାଇଥିଲା।ସେ ସୁରଟରେ ଏକ ଉଚ୍ଚ ବେତନ ଓ ୫୦ ହଜାର ଟଙ୍କା ପାଉଥିବା କଥା କୁହା ଯାଇଥିଲା।ଆଉ ଏହି ସବୁ ପରେ ତାଙ୍କୁ ବିବାହ କରାଗଲା।ବିବାହ ପରେ ତାଙ୍କୁ ନେଇ ସେ ସୁରଟ ଚାଲି ଗଲେ।କିନ୍ତୁ ସେଠାରେ ତାଙ୍କ ସ୍ବାମୀଙ୍କ ହାଵ ଭାବ ସବୁ ଦେଖି ସ୍ତ୍ରୀଙ୍କ ହୋସ ଉଡ଼ିଗଲା।

ଜାଣିବାକୁ ପାଇଲେ କି ତାଙ୍କ ସ୍ଵାମୀ ପୁରୁଷ ନୁହନ୍ତି ସେ ଜଣେ ସମଲିଙ୍ଗୀ।ତାଙ୍କ ସ୍ଵାମୀ ବେଶ୍ୟା ବୃତ୍ତି କରନ୍ତି।ଦିନରେ ପୁରୁଷ ଭଳି ରୁହନ୍ତି ଆଉ ରାତି ହେଲେ ମହିଳା ବେଶ ଧାରଣ କରନ୍ତି।କେବଳ ତାହା ନୁହେଁ କି ନିଜ ଭଳି ଲୋକଙ୍କୁ ନେଇ ଏହି ଭଳି କରନ୍ତି ନିଜେ ମଧ୍ୟ ସେକ୍ସ କାରବାରରେ ବୁଡି ରୁହନ୍ତି।

ଏହି ସବୁ କଥା ତାଙ୍କ ସ୍ତ୍ରୀ ଯେତେବେଳେ ସାମ୍ନାକୁ ଆଣିବେ କହିଲେ ସେ ତାଙ୍କୁ ବୁଝାଇ ସୁଝାଇ ନେଇ ଆସିଲେ।୨୦୧୯ ମସିହାରେ ଏହି ମହିଳା ଜଣକ ଚିରଞ୍ଜିବୀଙ୍କୁ ବିବାହ କରିଥିଲେ।ଏହା ପରେ ସେ ଅନେକ ମାଡ଼ ଗାଳି ଶୁଣିଥିଲେ ତାଙ୍କ ଘର ଲୋକଙ୍କ ତରଫରୁ।ଆଉ ଏହା ପରେ ସେ ସୁରଟ ଚାଲି ଯାଇଥିଲେ।

ସେଠି ଯାଇ ସେ ଯେଉଁ ସବୁ ଚିତ୍ର ଦେଖିଲେ ତାଙ୍କ ହୋସ ଉଡ଼ିଗଲା।ମହିଳାଙ୍କ କହିବା କଥା କି ତାଙ୍କ ସ୍ଵାମୀ କେବଳ ସମାଜ ଆଗରେ ପୁରୁଷର ପରିଚୟ ଦେଇ ତାଙ୍କ ସହ ସମ୍ପର୍କ ରଖିଥିଲେ।କିନ୍ତୁ ମନ ଭିତରୁ ତାଙ୍କ ସ୍ତ୍ରୀଙ୍କ ପ୍ରତି କୌଣସି ଭାବନା ତାଙ୍କ ମନରେ ନାହିଁ।ତେବେ ଏହା ରିପୋର୍ଟକୁ ନେଇ ପ୍ରସ୍ତୁତ ଅଟେ।

Leave a Reply

Your email address will not be published. Required fields are marked *