Kamakhyanagar ରେ ପୁଅ ଆଉ ସ୍ୱାମୀକୁ ଛାଡ଼ି ପ୍ରେମିକ ସହିତ ଚାଲିଗଲା ଏହି ମହିଳା ଆଉ ଏବେ ଚାରିବର୍ଷ ପରେ ଫେରି କହୁଛି ମୋ ପୁଅକୁ ମୋତେ ଦିଅ ତାପରେ ଯାହା ହେଲା..

ଘଟଣାଟି ସାମ୍ନାକୁ ଆସିଛି ଢେ଼ଙ୍କାନାଳ ଜିଲ୍ଲା କାମାକ୍ଷାନଗର ଅନ୍ତର୍ଗତ ପଦ୍ମପୁରା ଗ୍ରାମରୁ, ଏଠାରେ ଜଣେ ମହିଳା 2017 ମସିହାରେ ନିଜର ୬ ମାସର ଶିଶୁ ପୁତ୍ର, ସ୍ୱାମୀ ଆଉ ଶାଶୁ ଶଶୁରଙ୍କୁ ଛାଡ଼ି ନିଜ ପ୍ରେମିକ ସହିତ ଫେରାର ହୋଇଗଲା। ମହିଳାଙ୍କ ସ୍ୱାମୀ ନିଜ ପତ୍ନୀଙ୍କୁ ଝୁରିଝୁରି 2019 ମସିହାରେ ଦେହତ୍ୟାଗ କରିଥିଲେ ଓ ନିଜ ପୁଅର ଦାୟିତ୍ୱ ବାପା-ମାଆଙ୍କୁ ଦେଇ ଯାଇଥିଲେ।

ବୃଦ୍ଧ ବୟସରେ ବୁଢା ବୁଢ଼ୀ ଦୁଇଜଣ ମୂଲ ଲାଗି ଛୁଆଟିକୁ ବଡ଼ କଲେ। କରିବେନି ବା କାହିଁକି ଯେହେତୁ ସେ ତାଙ୍କ ପୁଅର ଏକ ଅଂଶ ଅଟେ। ଆଜି ପୁଅ ବଡ଼ ହୋଇ ୪ ବର୍ଷ ବୟସର ହୋଇଗଲାଣି। ଏବେ ଅସଲ ଘଟଣାଟି ହେଉଛି କି, ଯେଉଁ ମହିଳା ୪ ବର୍ଷ ପୂର୍ବରୁ ନିଜ ସ୍ୱାମୀ ଓ ଶିଶୁ ପିଲାକଥା ଟିକେବି ନଭାବି

ଚାଲିଯାଇଥିଲେ ଆଜି ସେ ଫେରିଛନ୍ତି ଆଉ ପୁଅକୁ ତାଙ୍କ ସହିତ ନେଇଯିବେ ବୋଲି କହୁଛନ୍ତି।କିନ୍ତୁ ପିଲାଟିର ଜେଜେବାପା ଓ ଜେଜେମାଆ ଏଥିରେ ନାରାଜ କାରଣ ଯେଉଁ ମହିଳା ନିଜ ଛୁଆ କଥା ନଭାବି ପ୍ରେମରେ ଉବୁଟୁବୁ ହୋଇ ଚାଲିଗଲା ଆଜି ସେ ପୁଅକୁ କଣପାଇଁ ନେବାକୁ ଆସିଛି। କଥାଟି ମିଡ଼ିଆରେ

ସାମ୍ନାକୁ ଆସିବାପରେ ଜଣେ ମିଡ଼ିଆ ପିଲାଟିକୁ ପଚାରିଲେ, ପୁଅ ତମେ କାହା ପାଖେ ରହୁଛ? ପିଲାଟି କହୁଛି ମୋ ଜାଇ ପାଖରେ ରହୁଛି। ଏହାପରେ ମିଡ଼ିଆ ପଚାରିଥିଲେ, ପୁଅ ତୁମ ବାପା ଆଉ ବୋଉ କାହାନ୍ତି? ଏଥିରେ ପିଲାଟି କହୁଛି ସେମାନେ ମରିଗଲେ।ମିଡ଼ିଆ ପିଲାଟିର ଜେଜେବାପା ଓ ଜେଜେମାଆଙ୍କୁ

ପ୍ରଶ୍ନ କରିଥିଲେ, କଣ ଆପଣ ପିଲାଟିକୁ ଉକ୍ତ ମହିଳାଙ୍କୁ ଦେଇଦେବେ? ଏଥିରେ ସେମାନେ ଉତ୍ତର ଦେଇ କହିଲେ, ବିଲକୁଲ ନୁହେଁ ବାବୁ ଆମେ ଆମ ପୁଅକୁ କଥା ଦେଇଛୁ କି, ତା’ପୁଅର ଦେଖାଶୁଣା କରିବୁ ଆଉ ଆଜି ଏହି ଡାହାଣୀ କଣପାଇଁ ଆସିଛି, ତା’ ମୁହଁକୁ ଟିକେ ଲାଜନାହିଁ। ଏହାପରେ ଜେଜେବାପା କହିଥିଲେ

ଆମେ କମାକ୍ଷାନଗର ପୋଲିସ ପାଖକୁ ଯିବୁ ଆଉ ଏହି ପିଲାଟିକୁ ସରକାର ତରଫରୁ କେମିତି ଉଚିତ ସାହାର୍ଯ୍ୟ ମିଳିବ ଯାହାଦ୍ୱାରା ସେ ଶିକ୍ଷିତ ହୋଇ ନିଜର ଉଜ୍ବଳ ଭବିଷ୍ୟତ ଗଢ଼ିବ।

Leave a Reply

Your email address will not be published. Required fields are marked *