କି ଷ୍ଟାର ତମେ Bhubaneswara ରେ ତମକୁ କେହି ପଚାରନ୍ତିନି,ରାସ୍ତା ମଝିରେ ସମସ୍ତେ ତମକୁ…

ଆପଣ ଯଦି ଏହି ଘଟଣାର ମୂଳକୁ ଯିବେ ତ ଆପଣ ଦେଖିବେ ଏହି ଘଟଣାରେ ଆଗୁଆ ଜାମିନର କୌଣସି ଆବଶ୍ୟକତା ନଥିଲା।କୋଉଠି ଲୋକ ଆଗୁଆ ଜାମିନ ଆବେଦନ ପାଈଁ ଯାଏ ଯେଉଁଠି ଲୋକକୁ ଗିରଫ ହେବାର ଭୟ ଥାଏ।ଲୋକ ମାନେ ଆଗୁଆ ଜାମିନ ଆବେଦନ କରନ୍ତି।ଏଠି ତ ସେ ଘରେ ଅଛନ୍ତି।ପୋଲିସ କଣ ତାଙ୍କୁ ଯାଇ ଗିରଫ କରି ପାରିବ ନାହିଁ।

ଏଇଟା ପବ୍ଲିଶିଟି ହେବା ପାଇଁ ଗୋଟେ ବାଟ।ଗଣମାଧ୍ୟମ ମାନଙ୍କୁ ସେମାନେ କେବଳ ବ୍ୟବହାର କରୁଛନ୍ତି।ଆପଣ ଦେଖନ୍ତୁ ଖାଲି ଓଡ଼ିଶା ନୁହେଁ ସାରା ଭାରତରେ ରହୁଥିବା ଓଡ଼ିଆ ଜାଣିଲେ ଯେ ବାବୁଶାନ ନାମକ କିଏ ଜଣେ ବଡ଼ ଷ୍ଟାର ଅଛି।କଣ ଆଜ୍ଞା ହେଇ ଯାଇଚି ଗୋଟେ ସାଧାରଣ ପାରିବାରିକ କଳି।

ଏଇଟା ତ ଘର ଘରର କାହାଣୀ ଆଜ୍ଞା।ଆପଣ ଦେଖିବେ ସୋସିଆଲ ମିଡିଆରେ ପ୍ରତିଦିନ କହୁଛନ୍ତି ଆମେ କିଛି ଜାଣିନୁ।ଆମେ ହେଉଛୁ ଖାଣ୍ଟି ସୁନା।ଆପଣ ମାନେ ଯଦି ସୁନା ତାହେଲେ ଭୁବନେଶ୍ୱର ପରିବାର କୋର୍ଟରେ ଏତେ ସହ ଶହ ମାମଲା ରୁଜୁ ହେଉଛି।ଗୋଟେ ଗୋଟେ ଲୋକଙ୍କ ଛାଡ଼ପତ୍ର ୧୦ ୧୨ ବର୍ଷ ହେବ ପେଣ୍ଡିଂ ହୋଇ ରହିଛି।

କାରଣ କୋର୍ଟରେ ଏତେ ମାମଲା ରହିଛି ତାର ୮୦ ପ୍ରତିଶତ ମାମଲା ଆଜ୍ଞା ପରକୀୟା ପ୍ରୀତିରୁ ଆରମ୍ଭ ହୋଇଛି।ସ୍ଵାମୀ ଯାଇ ଆଉ କୋଉ ସ୍ତ୍ରୀ ପାଖରେ ଥିବ ନହେଲେ ସ୍ତ୍ରୀ ଯାଇ ଆଉ କାହା ପାଖରେ ଥିବ।ଆଉ ଏଠି ଭଦ୍ର ଲୋକ ଦେଖେଇଲେ କଣ ହେବ।ଏଇଟା ହେଉଛି ଗୋଟେ ଘର କାହାଣୀ ଆଜ୍ଞା।

ନିଶା ହେଉଛି ଗୋଟେ ମାନସିକତା।ଯଦି ଜଣେ ଲୋକ ମାନସିକ ଭାବରେ ପ୍ରସ୍ତୁତ ହେବ ଯେ ମୁଁ ନିଶା ଖାଇବି ତାହେଲେ ସିଏ ନିଶା ଖାଇବ।ମୁଁ ଆଜ୍ଞା ପ୍ରତି ଦିନ ହାଇକୋର୍ଟରୁ ଫେରୁଛି ପାଖରେ ପର୍ସ ଅଛି ବାଟ ସାରା ମଦ ଦୋକାନ ଅଛି।ମୋର ବୋଧେ ଯେତେ ଟେଂସନ ଆଉ କାହାର ଓଡ଼ିଶାରେ ନଥିବ।

ମୋ ପରିବାରର ଟେଂସନ ଯେହେତୁ ସମାଜରେ ପୁଅ ମାନଙ୍କ ପାଇଁ କାମ କରୁଛି ସେ ଟେଂସନ ମୁଁ ଯେଉଁ ଲକ୍ଷେ କେସ ଧରିଛି ତା ଭିତରୁ ଅନେକ ହେଉଛି ମାଗଣା କେସ ସେସବୁ କେମିତି ସମାଧାନ ହେବ ତାର ଟେଂସନ।ଆଉ ଲୋକ ମାନଙ୍କ ମୁଁ ଯେହେତୁ ଉତ୍ତର ଦାୟୀ ସେମାନଙ୍କ ପାଇଁ ମୁଁ ଚିନ୍ତିତ।

ମତେ କିଏ ଟେଲିଫୋନରେ କହୁଚି ଆଜି ତତେ ମାରି ଦବୁ ତାର ଟେଂସନ।ଏହାର ମାନେ କଣ ମୁଁ ବାଟରେ ମଦ ଗୁଡେ ପିଇ ଦେଇ ଆସୁଚି।ଏଇଟା ହେଉଛି ଗୋଟେ ସମ୍ପୂର୍ଣ୍ଣ ମାନସିକତା।ବାବୁଶାନ କଣ ଗୋଟିଏ ଛୋଟ ଛୁଆ ଯେ ପ୍ରକୃତି ମିଶ୍ର କହିଲା ନେ ଖାଇଦେଲି।

Leave a Reply

Your email address will not be published. Required fields are marked *