ଶୁଭସ୍ରୀ ଙ୍କ ଜୀବନର ପ୍ରଥମ ପୁରୁଷ ଥିଲେ ତାଙ୍କର ପ୍ରେମିକ ଚିତ ରଞ୍ଜନ ଯାହାକୁ ଶୁଭସ୍ରୀ ଭଲ ପାଉଥିଲେ ଆଉ ତା ପରେ ବାହା ହେଲେ ଅନନ୍ତଙ୍କୁ।ବିବାହର କିଛି ଦିନ ପରେ ଶୁଭସ୍ରୀ ପୁଣି ଝୁରିଥିଲେ ନିଜର ପୁରୁଣା ପ୍ରେମ ଚିତ୍ତରଞ୍ଜନ ଙ୍କୁ ଅର୍ଥାତ୍ ଶୁଭସ୍ରୀ ପୁଣି ଥରେ ଚିତଙ୍କ ସହ ସମ୍ପର୍କ ରଖିବାକୁ ଲାଗିଲେ।
ଶୁଭସ୍ରୀ ଙ୍କ ସମ୍ପର୍କ ପ୍ରଥମ ଓ ଦ୍ଵିତୀୟ ଅର୍ଥାତ୍ ଚିତ ଓ ଅନନ୍ତଙ୍କୁ ନେଇ କିଛି ଅସୁବିଧା ନଥିଲା।ହେଲେ ସେ ତୃତୀୟ ପୁରୁଷ କିଏ ଯାହାକୁ ନେଇ ଘଟିଗଲା ଏତେ ବଡ ଅଘଟଣ।ହଁ ସେଇ ତୃତୀୟ ପୁରୁଷ କିଏ ଯାହାକୁ ଏବେବି ଖୋଜୁଛି ପୋଲିସ।ଶୁଭସ୍ରୀ ଙ୍କ କଲ ରେକର୍ଡ ଦ୍ଵାରା ଏବେବି ସେହି ତୃତୀୟ ପୁରୁଷ କୁ ଖୋଜୁଛି
ପୋଲିସ ଯାହାକୁ ନେଇ ଚିତ ଓ ଶୁଭସ୍ରୀ ଙ୍କ ମଧ୍ୟରେ ଏତେ ବଡ ଝଗଡା ହୋଇଗଲା ଓ ଶେଷରେ ଜୀବନ ହାରିଦେଲେ ଶୁଭସ୍ରୀ।ଶୁଭସ୍ରୀ ମହାପାତ୍ରଙ୍କ ଅଘଟଣ ଘଟଣା ଏବେ ନୂଆ ମୋଡ଼ ନେବାକୁ ଲାଗୁଛି।ସନ୍ଦେହ, ପରକ୍ରୀୟା ପ୍ରୀତି,ଝଗଡା ଏବଂ ଅବିଶ୍ବାସ ପରେ ଶୁଭସ୍ରୀ ନିଜ ଜୀବନ ହାରି ଦେଇଥିଲେ ଏହା ସ୍ପଷ୍ଟ ଭାବରେ ଜଣା ପଡ଼ିଛି।
ଆଉ ଏ ସବୁ ପଛରେ ମୁଖ୍ୟ ଅଭିଯୁକ୍ତ ହେଉଛି ସେହି ତୃତୀୟ ପୁରୁଷ କାରଣ ଅଗଷ୍ଟ ମାସ ୨୯ ତାରିଖରେ ସେହି ତୃତୀୟ ପୁରୁଷ ଗାଡ଼ିରେ ବସି କୁଆଡେ ଯାଇଥିଲେ ଶୁଭସ୍ରୀ ଯାହାକୁ ଦେଖି ଦେଇଥିଲେ ଶୁଭସ୍ରୀ ଙ୍କ ପୁରୁଣା ପ୍ରେମିକ ଚିତ ଆଉ ଦୁଇ ଜଣଙ୍କ ଭିତରେ ଲାଗିଥିଲା ବହୁତ ବଡ଼ ଝଗଡା ଏବଂ ଶେଷରେ ନିଜ ଜୀବନ ହାରି ଦେବାର ନିଷ୍ପତି ନେଇଥିଲେ ଶୁଭସ୍ରୀ ।
ଆଉ ଏବେ ପୋଲିସ ଖୋଜୁଛି ସେହି ତୃତୀୟ ପୁରୁଷକୁ କୁହା ଯାଉଛି ସେହି ତୃତୀୟ ପୁରୁଷ ମିଳିଲେ ହିଁ ସବୁ ପ୍ରଶ୍ନର ଉତ୍ତର ମିଳି ପାରିବ।ଆଉ ପୋଲିସ ଯେବେ ସେ ଯୁବକକୁ ଧରିବ ସେତେବେଳେ ଏହି ଘଟଣା ଉପରୁ ପରଦା ହଟିବ ବୋଲି କହିଛି ପୋଲିସ।
ଭିନ୍ନ ଭିନ୍ନ ପଜଲ ସହ ଅନେକ ଧରଣର ପ୍ରଶ୍ନ ଓ ଉତ୍ତର ଆମେ ଆଣୁ।ତେବେ ପଜଲ ଆପଣଂକୁ କିପରି ଲାଗେ କମେଣ୍ଟ ରେ ଜଣେଇ ପାରିବେ, ପ୍ରଶ୍ନ ଓ ଉତ୍ତର ପଢି ଆପଣଙ୍କ ଅନୁଭବ କଣ ତାହା ବି କମେଣ୍ଟ ରେ ଜଣେଇ ପାରିବେ।