IMD ଦେଲେ ବଡ ଚେତାବନୀ,ଆସୁଛି ବଡ଼ ବର୍ଷା,ଆଜି ଲଘୁଚାପ ପାଇଁ ଏହି ସବୁ ଜିଲ୍ଲାରେ ହେବ ପ୍ରବଳ ବର୍ଷା…

ବର୍ଷାରେ ଭିଯୁଛି ସାରା ଓଡ଼ିଶା।ଗତ କାଲିର ଲଘୁଚାପ କ୍ଷେତ୍ର ଆଜି ଉତ୍ତର ଛତିଶଗଡ ଓ ଉତ୍ତର ପୂର୍ବ ମଧ୍ୟ ପ୍ରଦେଶ ଅଞ୍ଚଳରେ ସକ୍ରିୟ ଅଛି। ଉତ୍ତର ପଶ୍ଚିମ ବଙ୍ଗୋପସାଗର ଓ ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ସମୁଦ୍ର ପତନଠାରୁ ବାୟୁମଣ୍ଡଳର ୪.୫ କିମି ଯାଏ ଘୂର୍ଣ୍ଣିବଳୟ ବ୍ୟାପିଛି। ମୌସୁମୀ ଜନିତ ନିମ୍ବ ଚାପରେଖା ରାଜସ୍ଥାନ ଯଶଲମେର ଠାରୁ ବାହାରି ମଧ୍ୟପ୍ରଦେଶ ଓ ବାଂଲାଦେଶ ଦେଇ ପୁର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଯାଏ ଲମ୍ବିଛି।

ଏହାର ପ୍ରଭାବରେ ଓଡ଼ିଶାରେ ଲାଗି ରହିଛି ବର୍ଷା।ବିଶେଷ କରି ଉପକୂଳ ଓଡିଶାରେ ବର୍ଶୁଛି। ଆସନ୍ତା ୨୪ ଘଣ୍ଟା ପାଇଁ ୪ ଜିଲ୍ଲା ବୌଦ୍ଧ,ଗଞ୍ଜାମ, କଳାହାଣ୍ଡି ଓ କନ୍ଧମାଳ ଜିଲ୍ଲାକୁ ଅରେଞ୍ଜ ୱର୍ଣିଙ୍ଗ ଜାରୀ ରହିଛି।ସେହି ଭଳି ପ୍ରବଳ ବର୍ଷା ନେଇ ୧୩ ଜିଲ୍ଲା ପୁରୀ, ଖୋର୍ଦ୍ଧା, ରାୟଗଡ଼ା, ନୂଆପଡ଼ା, ନବରଙ୍ଗପୁର, କୋରାପୁଟ,

ବଲାଙ୍ଗୀର, ବରଗଡ଼ , ଝାରସୁଗୁଡ଼ା, ସମ୍ବଲପୁର, ସୁନ୍ଦରଗଡ଼, କେନ୍ଦୁଝର, ଗଜପତି ଜିଲ୍ଲାକୁ ୟେଲୋ ୱର୍ଣୀଙ୍ଗ ଦେଇଛି ପାଣିପାଗ ବିଭାଗ।ଆସନ୍ତା କାଲି ପାଇଁ ୧୧ ଜିଲ୍ଲାକୁ ୟେଲୋ ସତର୍କତା ଜାରୀ ହୋଇଛି। ଆସନ୍ତା ୯ ତାରିଖ ଯାଏ ଜାରୀ ରହିବ ବର୍ଷା।ଏକ ନୂଆ ସାଇକ୍ଲୋନ ବଙ୍ଗୋପସଗରରେ ସୃଷ୍ଟି ହୋଇଛି।

ଏହାର ପ୍ରଭାବରେ ରାଜ୍ୟର ଅନେକ ଯାଗାରେ ପ୍ରବଳ ବର୍ଷା ହେବ। କଳାହାଣ୍ଡି, କନ୍ଧମାଳ, ଗଞ୍ଜାମ,ବୌଦ୍ଧ ଭଳି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ମୌସୁମୀ ଓ ଲଘୁଚାପ ପ୍ରଭାବରେ ରାଜ୍ୟରେ ବର୍ଷା ଜାରୀ ରହିଛି।କିନ୍ତୁ ବିଶେଷ କିଛି ଆଗେଇ ପାରି ନାହିଁ ଚାଷ କାମ। ଜମିରେ ଏବେ ପାଣି ଭର୍ତ୍ତି।

ପାଣି ଶୁଖିବା ପାଇଁ ଚାଷ ପାଇଁ ପାଗ ଭିଡ଼ିବ ଚାଷୀ।ଏହି ବର୍ଷ ଭଲ ବର୍ଷା ହେବ ବୋଲି ଆଶା ଅଛି। ଜୁଲାଇରେ ଏହି ବର୍ଷା ନିଅଣ୍ଟିଆ ବର୍ଷାକୁ ଭରଣ କରୁଛି।ଏବେ ଯାଏ ପୁରୀରେ ରେକର୍ଡ ହୋଇଛି ସବୁଠାରୁ କମ ବର୍ଷା।ଚାଷୀ କହିଛନ୍ତି କି ଆଉ ୧୫ ଦିନ ପରେ ଚାଷ କାମ ଆରମ୍ଭ ହୋଇଥାନ୍ତା।ବର୍ଷା ହୋଇଛି ସତ କିଛି ସେହି ଭଳି କିଛି ବର୍ଷା ନାହିଁ।

ଆଜି ଯାଏ ଯେତିକି ବର୍ଷା ଦରକାର ସେତେ ବର୍ଷା ହୋଇ ନାହିଁ। ଲଘୁଚାପ ପରେ ଲଘୁଚାପ।ପୁଣି ଏକ ଲଘୁଚାପ ନେଇ ପୂର୍ବାନୁମାନ କରିଛନ୍ତି ଆମେରିକା ପାଣିପାଗ ସଂସ୍ଥା। ଚଳିତ ସପ୍ତାହ ଶେଷ ବେଳକୁ ଓଡ଼ିଶା ଉପକୂଳରେ ଲଘୁଚାପ ସମ୍ଭାବନା।ସେହି ଭଳି ଆସନ୍ତା ସପ୍ତାହ ଆରମ୍ଭରେ ଉତ୍ତର ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଥିବା କହିଛନ୍ତି।ଏହା ଡିପ୍ରେଶନ କିମ୍ୱା ଡିପ ଡିପ୍ରେଶନ ହୋଇପାରେ।

Leave a Reply

Your email address will not be published. Required fields are marked *