ଆଜିର ତାଜା ଖବର,ବଙ୍ଗୋପସାଗର ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ନେଲା Heavy ଲଘୁଚାପର ରୂପ,ଏହି ଜିଲ୍ଲାରେ ହେବ ପ୍ରବଳ ରୁ ଅତି ପ୍ରବଳ ବର୍ଷା..

ଓଡ଼ିଶା ପାଣିପାଗ ବିଭାଗ ତରଫରୁ ଏକ ବିଶେଷ ଖବର ଜାରି କରାଯାଇଛି। ପଶ୍ମିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଲଘୁଚାପର ରୂପ ନେବାପରେ ଏହା ଉପକୂଳ ଆଡ଼କୁ ମୁଁହାଇବା ଆରମ୍ଭ କରିଦେଇଛି। ଯାହାର ପ୍ରଭାବରେ ଉତ୍ତର ଆନ୍ଧ୍ର ଉପକୂପ ଓ ଓଡ଼ିଶାର ଦକ୍ଷିଣ ଜିଲ୍ଲା ଗୁଡିକରେ ଗତକାଲି ରାତି ଠାରୁ ବର୍ଷା ହେବା ଆରମ୍ଭ ହୋଇଯାଇଛି।

ଦକ୍ଷିଣ ଓଡ଼ିଶାରେ ଥିବା ଜିଲ୍ଲା ଗୁଡ଼ିକ ଯେପରି ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, ଗଜପତି, ଗଞ୍ଜାମରେ ୟେଲୋ ୱାର୍ନିଂ ଜାରି କରାଯାଇଛି। ଏହାସହ ଆଜି ସକାଳୁ ଏହି ଲଘୁଚାପର ପ୍ରଭାବ ପୂର୍ବ ଉପକୂଳ ଓଡ଼ିଶାର ଜିଲ୍ଳା ଯଥାକ୍ରମେ: ଖୋର୍ଦ୍ଧା, ପୁରୀ, କଟକରେ ମଧ୍ୟ ଲଗାଣ ବର୍ଷା ହୋଇଥିବାର ଦେଖିବାକୁ ମିଳିଥିଲା।

ଲଘୁଚାପ ପ୍ରଭାବରେ ବର୍ଷା ଆଗାମୀ ପାଞ୍ଚଦିନ ପର୍ଯ୍ୟନ୍ତ ଓଡ଼ିଶାରେ ଲାଗି ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚିତ କରାଯାଇଛି। ବର୍ଷା, ଓଡ଼ିଶାର ଦକ୍ଷିଣ ଓ ପୂର୍ବ ଭାଗକୁ ଛାଡ଼ିଦେଲେ ପଶ୍ଚିମ ଓଡ଼ିଶାରେ ମଧ୍ୟ କିଛି ଜିଲ୍ଲାରେ ବର୍ଷିପାରେ। ଲଘୁଚାପ ପ୍ରଭାବରେ ପଶ୍ଚିମ ଓଡିଶାର ଜିଲ୍ଲା ଯଥାକ୍ରମେ

ଝାରସୁଗୁଡା, ରାୟଗଡ଼ା, ସମ୍ବଲପୁର ଓ ବୌଦ୍ଧ ଅଞ୍ଚଳରେ ବର୍ଷିବାର ସମ୍ଭାବନା ରହିଛି।ପାଣିପାଗ ବିଭାଗ ଦର୍ଶାଇଛି କି, ସେପ୍ଟେମ୍ବର 11 ତାରିଖରେ ଓଡ଼ିଶାରେ ଏହିସବୁ ସ୍ଥାନରେ ବର୍ଷା ହେବାସହ ପ୍ରବଳ ମାତ୍ରାରେ ପବନ ମଧ୍ୟ ବୋହିପାରେ। ପବନର ବେଗ ଏହି ସମୟରେ 60 ରୁ 70 କିଲୋମିଟର ଠାରୁ

ଆରମ୍ଭ କରି 85 କିଲୋମିଟର ପର୍ଯ୍ୟନ୍ତ ବୋହିବାର ସମ୍ଭାବନା ରହିଛି। ଏହି ସମୟରେ ବଡ଼ ବଡ଼ ଗଛ ଉପୁଡିବା ସହିତ କିଛି ମାଟିଘର ମଧ୍ୟ ଏଥିରେ କ୍ଷତିଗ୍ରସ୍ତ ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ସତର୍କ ସୂଚନା ପ୍ରଦାନ କରିଛି।ଏହି ସମୟରେ ସମୂଦ୍ରରେ ଉଚ୍ଚ ଲହଡ଼ି ଆସିବା ସହିତ ସମୂଦ୍ର ଅଶାନ୍ତ ମଧ୍ୟ ରହିବ

ଯାହାପାଇଁ ମତ୍ସ୍ୟଜୀବୀ ମାନଙ୍କୁ ଗଭୀର ସମୂଦ୍ର ଭିତରକୁ ଯିବାକୁ ମନା କରାଯାଇଛି। ଓଡ଼ିଶାର ଦକ୍ଷିଣ ଜିଲ୍ଲା ଯଥା: ମାଲକାନଗିରି, ନବରଙ୍ଗପୁର, କଳାହାଣ୍ଡି, ଗଂଜାମ ଓ ଗଜପତି ଜିଲ୍ଲା ଗୁଡ଼ିକୁ ୟେଲୋ ୱାରନିଂ ଦର୍ଶା ଯାଇଥିବାବେଳେ ପୂର୍ବ ଉପକୂଳ ଜିଲ୍ଲା ଗୁଡ଼ିକୁ ଅରେଞ୍ଜ ୱାର୍ନିଂ ଦିଆଯାଇଛି

Leave a Reply

Your email address will not be published. Required fields are marked *