ପେଟ୍ରୋଲ୍ ପମ୍ପ୍ ବାଲା ଏହି ୧୨ ଟି ତରିକାରେ ଦେଇଥାନ୍ତି ଆପଣଙ୍କୁ ଧୋକା, ସବୁବେଳେ ଏହି କଥାକୁ ଧ୍ୟାନ ଦିଅନ୍ତୁ

କ୍ରୁଡ୍ ଅୟେଲର ବଢୁଥିବା ଦରରେ ଆଉଥରେ ପେଟ୍ରୋଲ୍ ଓ ଡିଜେଲ୍ ର ଦାମରେ ବୃଦ୍ଧି କରିଛି, ପେଟ୍ରୋଲ୍ ଦାମ୍ ସେମିତି ୧୦୦ ଟଙ୍କା ପହଞ୍ଚିସାରିଛି, ଏହି ମହଙ୍ଗା ସମୟରେ ସମସ୍ତେ ଅଭିଯୋଗ କରନ୍ତି କି ପେଟ୍ରୋଲ୍ ପମ୍ପରେ କମ୍ ତେଲ ମିଳୁଛି ବହୁତଥର ଅଜଣାରେ ଆମେ ଅଧିକାଂଶ ଲୋକ ଏହି ପ୍ରକାରର ଧୋକା ନିଶ୍ଚିତ ଖାଇଥିବା, ଆମେ ଆପଣଙ୍କୁ କିଛି ଏହାର କାରଣ କହୁଛୁ, ଯାହାକୁ ନେଇ ବହୁତଥର ଆପଣଙ୍କ ପକେଟରୁ ପଇସା ଖର୍ଚ୍ଚ ହୋଇଯାଏ , ଆପଣ ଟିକିଏ ସାବଧାନ ରଖିକି ଏହି ପରି କ୍ଷତିରୁ ବର୍ତ୍ତି ପାରିବେ , ତେବେ ଆସନ୍ତୁ ଜାଣିବା ଏମିତି କିଛି ତରିକା ।

୧) ସବୁବେଳେ ରିଜର୍ଭ ଲାଗିବା ପୁର୍ବରୁ ପେଟ୍ରୋଲ୍ ଭରନ୍ତୁ- ବହୁତ କମ୍ ଲୋକଙ୍କୁ ଜଣାଅଛି କି ଖାଲି ଟ୍ୟାଙ୍କିରେ ପେଟ୍ରୋଲ୍ ଭରିଲେ କ୍ଷତି ହୋଇଥାଏ , ଏହାର୍ କାରଣ ଯେତେ ଖାଲି ଆପଣଙ୍କ ଟ୍ୟାଙ୍କ୍ ରହିବ, ସେତେ ପବନ ଟ୍ୟାଙ୍କରେ ମହଜୁଦ୍ ରହିବ ,ଏମିତିରେ ଆପଣ ପେଟ୍ରୋଲ୍ ଭରିଲେ ପବନ କାରଣରୁ ପେଟ୍ରୋଲ୍ ମାତ୍ରା କମ୍ ହେବ , ଏଥିପାଇଁ କମ୍ ଟ୍ୟାଙ୍କ୍ ରିଜର୍ଭ ଲାଗିବାର୍ ଅପେକ୍ଷା କରନ୍ତୁ ନାହିଁ , ଅଧା ଟାଙ୍କିରେ ପେଟ୍ରୋଲ୍ ଭରନ୍ତୁ ।

୨) ଡିଜିଟାଲ୍ ମିଟର ଥିବା ପେଟ୍ରୋଲ୍ ପମ୍ପ୍ ହିଁ ଯାଆନ୍ତୁ- ପେଟ୍ରୋଲ୍ ସବୁବେଳେ ଡିଜିଟାଲ୍ ମିଟର ପମ୍ପରେ ହିଁ ଭରନ୍ତୁ, ପୁରୁଣା ପେଟ୍ରୋଲ୍ ପମ୍ପ୍ ମେସିନ୍ ରେ କମ୍ ପେଟ୍ରୋଲ୍ ଭରିବାର ଆଶଙ୍କା ଥାଏ, ଯାହାକୁ ଆପଣ ଜାଣିପାରିବେ ନାହିଁ ଏହି କାରଣରୁ ପୁରୁଣା ପେଟ୍ରୋଲ୍ ପମ୍ପରୁ ପୁରୁଣା ତେଲ ମେସିନ୍ କୁ ହଟାଇ ଦିଆଯାଉଛି, ଡିଜିଟାଲ୍ ମିଟର ବାଲା ପମ୍ପ ଲଗାଯାଉଛି ।

୩) ଅଟକି ଅଟକି ଚାଲୁଥିବ ଯଦି ମିଟର- ଯଦି ପେଟ୍ରୋଲ୍ ଭରିବା ସମୟରେ ମିଟର୍ ବାରମ୍ବାର ଅଟକିଯାଉଛି ,କିମ୍ବା ଧୀରେ ଧୀରେ ପେଟ୍ରୋଲ୍ ଦିଆଯାଉଛି ତେବେ ବାରମ୍ବାର ଅଟକିଲେ ପେଟ୍ରୋଲ୍ ର କ୍ଷତି ହୋଇଥାଏ , ଏଥିପାଇଁ ଯଦି କେଉଁ ପେଟ୍ରୋଲ୍ ପମ୍ପରେ ଏମିତି ମେସିନ୍ ଲାଗିଛି, ତେବେ ଏହି ମେସିନରୁ ପେଟ୍ରୋଲ୍ ଭରିବାରୁ ବଞ୍ଚନ୍ତୁ ।

୪) ମିଟରରୁ ନିଜ ନଜର ହଟାନ୍ତୁ ନାହିଁ – ଅଧିକାଂଶ ଲୋକ ନିଜ କାର୍ ରେ ପେଟ୍ରୋଲ୍ /ଡିଜେଲ୍ ଭରନ୍ତି, ତେବେ ସେମାନେ ଗାଡିରୁ ବାହାରନ୍ତି ନାହିଁ, ଏହାର ଫାଇଦା ଉଠାନ୍ତି ପେଟ୍ରୋଲ୍ ପମ୍ପ କର୍ମୀ, ପେଟ୍ରୋଲ୍ ଭରୁଥିବା ସମୟରେ କାରରୁ ବାହାରନ୍ତୁ, ମିଟର ପାଖରେ ଠିଆ ହୋଇ ସେଲସକର୍ମୀ ଓ ସବୁ ଗତିବିଧିକୁ ନଜର ପକାନ୍ତୁ ।

୫) ସବୁବେଳେ ଜିରୋ ଦେଖିକରି ପେଟ୍ରୋଲ୍ ପକାନ୍ତୁ- ହୋଇପାରେ ଆପଣଙ୍କୁ କଥାରେ ବୁଲାଇ ପେଟ୍ରୋଲ୍ କର୍ମଚାରି ଜିରୋ କରିନଥିବ,  କିମ୍ବା ମିଟରରେ ଆପଣ କହିଥିବା ମୁଲ୍ୟର ପେଟ୍ରୋଲ୍ ସେଟ୍ ହୋଇନଥିବ ,ଆଜିକାଲି ପେଟ୍ରୋଲ୍ ପମ୍ପରେ ଡିଜିଟାଲ୍ ମିଟର ହୋଇଥାଏ , ଏଥିରେ ଆପଣଙ୍କ ମାଗିଥିବା ପେଟ୍ରୋଲ୍ ଫିଗର୍ ଓ ମୁଲ୍ୟ ପୁର୍ବରୁ ଭରାଯାଏ ,

୬) ରିଡିଙ୍ଗ୍ ଏମିତି ହେଉଥାଉ ଆରମ୍ଭ- ପେଟ୍ରୋଲ୍ ପମ୍ପ୍ ମେସିନ୍ ରେ ଜିରୋ ଫିଗର୍ ତ ଦେଖିଥିବେ , କିନ୍ତୁ ରିଡିଙ୍ଗ୍ ଆରମ୍ଭ କେଉଁ ଫିଗରରୁ ହେଉଛି, ସିଧା, ୧୦,୨୦, କିମ୍ବା ୨୦ ରୁ ମିଟର ରିଡିଙ୍ଗ୍ କମ୍ ସେ କମ୍ ୩ ରୁ ଷ୍ଟାର୍ଟ ହେଉଥିବ, ଯଦି ୩ ରୁ ଅଧିକା ଅଙ୍କକୁ ଡେଇଁଯାଉଥିବ ତେବେ ବୁଝିଯିବେ କି କ୍ଷତି ସେତିକି ହେବ ।

୭) ଯଦି ମିଟର ସ୍ପିଡ୍ ଚାଳୁଛି- ଆପଣ ପେଟ୍ରୋଲ୍ ଭରିବାକୁ କହିଲେ କିନ୍ତୁ ମିଟର ଅଧିକା ସ୍ପିଡ୍ ରେ ଚାଳୁଛି, ତେବେ ବୁଝିଯିବେ କି କିଛି ଭୁଲ୍ ହୋଇଛି, ପେଟ୍ରୋଲ୍ କର୍ମୀକୁ ମିଟର ସ୍ଲୋ କରିବାକୁ କୁହନ୍ତୁ, ହୋଇପାରେ ଅଧିକା ସ୍ପିଡ୍ ରେ ମିଟର ଚାଲିଲେ ଆପଣଙ୍କ ପକେଟରୁ ପଇସାର ଭାର ବି ଅଧିକା ହୋଇପାରେ ।

୮) ମାଇଲେଜ୍ ଚେକ୍ କରନ୍ତୁ- ପେଟ୍ରୋଲ୍ ଚୁରାଇବାପାଇଁ ପମ୍ପ୍ ମାଲିକ ମାନେ ହେରାଫେରି କରନ୍ତି, ସେଥିପାଇଁ ଆପଣ ତେଲ ପକାଇବାପରେ ନିଜ ଗାଡିର ମାଇଲେଜ୍ ଲଗାତାର କରନ୍ତୁ ।

୯) ଚେକ୍ କରନ୍ତୁ ଆପଣଙ୍କ ପାଇପ୍ ବେଣ୍ତ୍ ନାହିଁ ତ ?- ତେଲ ପକାଉଥିବା ବେଳେ ମେସିନ୍ ରୁ ଟିକିଏ ଦୁରରେ ଠିଆ ହୁଅନ୍ତୁ, ଯାହାଦ୍ୱାରା ପାଇପ୍ ସିଧା ରହିବ ,

୧୦) ରାଉଣ୍ତ ଫିଗର୍ ଦାମ୍ ଦେଖିକରି କେବେ ଭରନ୍ତୁ ନାହିଁ ତେଲ- ଅଧିକାଂଶ ଲୋକ ୫୦୦, ୧୦୦୦ କିମ୍ବା ୨୦୦୦ ପରି ଦାମ୍ ଦେଇକରି ପେଟ୍ରୋଲ୍ କିମ୍ବା ଡିଜେଲ୍ ଭରନ୍ତୁ ନାହିଁ, କିନ୍ତୁ ପେଟ୍ରୋଲ୍ ପମ୍ପ୍ ମାଲିକ ଏମିତି ନମ୍ବରକୁ ପୁର୍ବରୁ ତାଙ୍କ ମେସିନ୍ ରେ ଫିକ୍ସ କରିଦେଇଥାନ୍ତି, ଏଥିପାଇଁ ଭଲ ହେବ କି ଆପଣ ଅଡ୍ ନମ୍ବରରେ ପେଟ୍ରୋଲ୍ ଭରନ୍ତୁ ଯେପରି ୫୩୦ ହୋଇଗଲା କିମ୍ବା ୧୦୧୦ ଏପରି ।

୧୧) ଆପଣ ପକାଉଥିବା ତେଲ ଜାଗାରେ ପବନ ଭରୁନାହାନ୍ତି ତ ଆପଣ ? ଟାଙ୍କି ଫୁଲ୍ କରୁଥିବା ସମୟରେ ଅଟୋ କଟ୍ ହେବାପରେ ବହୁତ ପେଟ୍ରୋଲ୍ ପମ୍ପ୍ ବାଲା ରାଉଣ୍ତ ଫିଗରରେ ପେଟ୍ରୋଲ୍ ଭରିଦେବାକୁ କହିଥାନ୍ତି, ଏଥିପାଇଁ ରାଜି ହୁଅନ୍ତୁ ନାହିଁ କାରଣ ଅଟୋ କଟୋ ହେବାପରେ ଆପଣଙ୍କ ଗାଡିରେ ତେଲ୍ କମ୍ ଯାଇଥାଏ,  ଓ ବହୁତଥର ମେସିନ୍ ରିସେଟ୍ ନ ହେବା ଯୋଗୁଁ କିଛି ବି ତେଲ ଯାଏ ନାହିଁ , ମାନେ କେବଳ ପବନ ଟାଙ୍କିକୁ ଯାଇଥାଏ ।

୧୨) ଯଦି ଆପଣଙ୍କୁ ପେଟ୍ରୋଲ୍ ପମ୍ପରେ କିଛି ବି ସନ୍ଦେହ ହେଉଛି ତେବେ ପେଟ୍ରୋଲ୍ ପମ୍ପର ମ୍ୟାନେଜର୍ କିମ୍ବା ଅଭିଯୋଗ ବୁକ୍ ମାଗିକରି ଲିଖିତ ଅଭିଯୋଗ ଦର୍ଜ କରିବାକୁ ଭୁଲନ୍ତୁ ନାହିଁ , ଯଦି ଆପଣଙ୍କୁ ଅଭିଯୋଗ ବୁକ୍ ଦେବାକୁ ମନା କରନ୍ତୁ ତେବେ ସେହି କମ୍ପାନୀର ଗ୍ରାହକ ସେବା ପ୍ରତିନିଧିଙ୍କ ସହ ସଂମ୍ପର୍କ କରନ୍ତୁ ।

Leave a Reply

Your email address will not be published. Required fields are marked *