ଜଣେ ଯୁବକ ଓ ଯୁବତୀ ପରସ୍ପରକୁ ପ୍ରେମ ବିବାହ କଲେ ଓ ସେମାନେ ଏକାଠି ହୋଇ ରହିଲେ। ପ୍ରାୟ ଏକବର୍ଷ ସେମାନଙ୍କ ମଧ୍ୟରେ ସବୁ ଠିକ ଠାକ ଚାଲିଲା କିନ୍ତୁ ଅଚାନକ ଯୁବକଙ୍କ ପତ୍ନୀ ବଦଳିଗଲେ ଓ କହିଲେ ମୋତେ ଏସମ୍ପର୍କ ଦରକାର ନାହିଁ। ଏହାକହି ସେ ନିଜ ବାପଘରକୁ ଚାଲିଯାଇଥିଲେ।
ମିଡ଼ିଆ ସହ କଥାବାର୍ତା ସମୟରେ ଯୁବକଙ୍କର ଭଉଣୀ କୁହନ୍ତି କି, ଭାଇ ଓ ଭାଉଜଙ୍କ ବାହାଘରକୁ ପାଖାପାଖି ଦେଢ଼ବର୍ଷ ହୋଇ ଯାଇଥିଲା। ସେମାନଙ୍କ ମଧ୍ୟରେ ହସଖୁସି ଭରି ରହିଥିଲା। ମୁଁ ଯେତିକି ଭାଉଜଙ୍କୁ ଜାଣିଛି, ସେ ମୋ ସହିତ ଭଲ ଭାବରେ ମିଶନ୍ତି ଓ ସବୁବେଳେ ସେ ମିଠାମିଠା କଥା କୁହନ୍ତି।
ତାଙ୍କର ପ୍ରତିଟି ନିଷ୍ପତ୍ତି ସେ ମଧ୍ୟ ମୋ ସହିତ ଭଉଣୀ ଭାବରେ ଶେୟର କରନ୍ତି।ବୈବାହିକ ସମ୍ପର୍କ ବହୁତ ଭଲ ଭାବରେ ଚାଲିଥିଲା ଓ ଭାଉଜ ମୋତେ କହିଥିଲେ, ମୁଁ ମାଆ ହେବାକୁ ଚାହୁଁଛି। ଏଥିରେ ମୁଁ ତାଙ୍କୁ ଉପଦେଶ ଦେଇ କହିଥିଲି ଭାଉଜ ଏହାତ ବହୁତ ଭଲ କଥା ଅଟେ। କିନ୍ତୁ ମାଆ ହେବାପୂର୍ବରୁ
ଆପଣଙ୍କୁ ଥରେ ଭଲ ଭାବରେ ଭାବିବାକୁ ହେବ କାରଣ ତୁମେ ପିଲାଟିକୁ 9 ମାସ ଧରି ତୁମ ଗର୍ଭ ଭିତରେ ରଖିବ ନା ସେଥିପାଇଁ ତୁମେ କେତେଦୂର ମାନସିକ ଭାବରେ ପ୍ରସ୍ତୁତ ଅଛ ଓ କେତେଦୂର ଛୁଆର ଯତ୍ନ ନେଇପାରିବ ଏହିସବୁ ବିଷୟରେ ପ୍ଲାନ କରିବାର ଅଛି।ଏଥିରେ ଭାଉଜ କହିଥିଲେ କି, ସେ ସମ୍ପୂର୍ଣ୍ଣ
ଭାବରେ ପ୍ରସ୍ତୁତ ରହିଛନ୍ତି ଓ ଭାଇ ସହ ପ୍ଲାନ କରି ସେମାନେ ଏକ ଶିଶୁ ସନ୍ତାନ ପାଇଁ ଯୋଜନା ଚଳାଇଲେ। ଭାଉଜ ପ୍ରେଗନାଣ୍ଟ ହେବାପରେ ତାଙ୍କ ଘରକୁ ଚାଲିଯାଇଥିଲେ ଓ ମୁଁ ତାଙ୍କ ସହ ପ୍ରତିଦିନ କଥାହୁଏ ଓ ସେ ମଧ୍ୟ ମୋ ସହିତ ଭଲ ଭାବରେ କଥା ହୁଅନ୍ତି। କିନ୍ତୁ କିଛିସମୟ ପରେ ସବୁକିଛି ଯେମିତି ବଦଳିଗଲା।
ଭାଉଜ ଆଗଭଳି ମୋ ସହ ଆଉ କଥା ହେଲେନାହିଁ କି, ଭାଇର କଲ ମଧ୍ୟ ଉଠାଇଲେ ନାହିଁ। ଏହାପରେ ଭାଉଜଙ୍କ ଘରଲୋକଙ୍କ ତରଫରୁ ଫୋନ ଆସିଥିଲା ଓ ତାଙ୍କ ଘରଲୋକ ମୋତେ କହିଥିଲେ, ତୋ ଭାଇକୁ କହ ଆମ ଝିଅକୁ ଭୁଲିଯିବ ନହେଲେ ପରିଣାମ ଭୟାବହ ହେବ। ସେପଟେ ଭାଉଜ ମଧ୍ୟ ବଦଳି ଯାଇଥିଲେ।
ସେ କହିଥିଲେ ଯେ, ମୁଁ ଏହିସବୁ ପାଇଁ ପ୍ରସ୍ତୁତ ନୁହେଁ। ଏବେ ଶୁଣିବାକୁ ମିଳୁଛି କି, ତାଙ୍କ ଘରଲୋକେ ଭାଉଜଙ୍କ ଅନ୍ୟ ଜାଗାରେ ବାହାଘର କରାଇବାକୁ ଯାଉଛନ୍ତି