ପୁତୁରାକୁ କାଠ ଫାଳିଆରେ ପିଟିପିଟି ମାରିଦେଲା ଖୁଡ଼ି Kanchana Kandi ଆଉ ତାପରେ ଯାହା କହିଲା ଜାଣିଲେ ଆପଣ ହେବେ ଆଶ୍ଚର୍ଯ୍ୟ…

ଆଜି ଯେଉଁ ଘଟଣା ବିଷୟରେ ଆମେ ଆପଣଙ୍କ ସହିତ ଆଲୋଚନା କରିବାକୁ ଯାଉଛୁ ତାହା ହେଉଛି କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ଥାନା ଅନ୍ତର୍ଗତ ଏକ ଗ୍ରାମରେ ଘଟିଛି। ଘଟଣାଟି ଏହାକି ଯେ, ଏଠାରେ ରମେଶ କାଣ୍ଡି ନାମକ ଜଣେ ବ୍ୟକ୍ତି ନିଜ ଘର ସାମ୍ନାରେ ବଢିଯାଇଥିବା ଘାସ ଗୁଡ଼ିକୁ ଓପାଡୁଥିଲେ। ଏହି ସମୟରେ ତାଙ୍କ ଖୁଡ଼ି କହିଥିଲେ

କାହିଁକି ଏହି ଘାସ କାଟୁଛୁ ମୋ ମାଟି ସବୁ ଦୁଆରୁ ଧୋଇଯିବ। ଏଥିରେ ରମେଶ କାଣ୍ଡି ନିଜ ଖୁଡ଼ିକୁ କହିଥିଲେ ,ଦେଖେ ଖୁଡ଼ି ଏଇଟା ହେଉଛି ଯିବାବାଟ ଆଉ ଘାସ ଗୁଡ଼ିକ ବଡ଼ ବଡ଼ ହୋଇଗଲାଣି ଯାହାପାଇଁ ସାପ ଆଉ ବେଙ୍ଗ ରହୁଛନ୍ତି ତ ମୁଁ ସଫା କରିଦେଉଛି।ରମେଶ କାଣ୍ଡିର ଏହିକଥାକୁ ନବୁଝି ଖୁଡି କାଞ୍ଚନ କାଣ୍ଡି

ଯୁକ୍ତିତର୍କ କଲା ଓ ରମେଶକୁ ଗୋଇଠା ମାରିଥିଲା। ଏସମୟରେ ରମେଶର ସ୍ତ୍ରୀ ଆସି କାଞ୍ଚନଙ୍କୁ ଅଟକାଇଥିଲା କିନ୍ତୁ କାଞ୍ଚନ ଏକ କାଠ ଫାଳିଆରେ ରମେଶର ମୁଣ୍ଡକୁ ପାହାରେ ଦେଇଥିଲା। ଏହାପରେ ରମେଶ ଓ ତାଙ୍କ ପତ୍ନୀ, ଖୁଡି ବିରୋଧରେ ଅଭିଯୋଗ ଆଣି ଡେରାବିଶ ଥାନାକୁ ଯାଇଥିଲେ ଓ ସେଠାରୁ

ଫେରୁଥିବା ସମୟରେ ହଠାତ ରମେଶ କାଣ୍ଡି ତଳେ ପଡ଼ିଗଲେ ଓ ତାଙ୍କର ମୃତ୍ୟୁ ହୋଇଥିଲା।ଏହି ଖବର ସୋସିଆଲ ମିଡ଼ିଆରେ ଭାଇରାଲ ହେବାପରେ ରମେଶଙ୍କ ସ୍ତ୍ରୀ ଆଉ ତାଙ୍କ ଶାଶୁ, ଖୁଡି ଶାଶୁ ବିରୁଦ୍ଧରେ ଅଭିଯୋଗ ଆଣି କହିଛନ୍ତି, ଏହି ସବୁ କେବଳ ଖୁଡ଼ି ଯୋଗୁଁ ହୋଇଥିଲା। ସ୍ତ୍ରୀ କହିଥିଲେ

ଖୁଡ଼ିକୁ ଏଥିପାଇଁ ଦଣ୍ଡ ମିଳିବା ଉଚିତ ଓ ଆମେ ତାଙ୍କ ବିରୁଦ୍ଧରେ ଡେରାବିଶ୍ ଥାନାରେ ଅଭିଯୋଗ ଜାରି କରିଛୁ।

Leave a Reply

Your email address will not be published. Required fields are marked *