ରାମଦୋଳି ଉପରେ ବସିଥିଲା ଯମ,କାଳପାଲଟିଲା MEENA BAZAR ଦୋଳି…

୨ ବର୍ଷ ପରେ ଯାତ୍ରା ହଉଛି ଏ ମା ଚାଲ ଯିବା ଯାତ୍ରା ଦେଖିବାକୁ,ଏଥର ମିନାବଜାର ବି ପଡ଼ିଛି ଏ ମା ଚାଲ ଯିବା ଦେଖିବାକୁନୂଆ ଡ୍ରେସ ପିନ୍ଧି ସଜବାଜ ହୋଇ ମା ଝିଅ ଯାଇଥିଲେ ମିନାବଜାର ବୁଲିବାକୁ ଆଉ ଝିଅ ମଧ୍ୟ ବେଶ ଖୁସି ଥିଲା କାହିଁକି ନା କୋରନା ପାଇଁ ଯାତ୍ରା ହେଉନଥିଲା।ମା ଶୁଣ ନା ବଡ଼ ଦୋଳିରେ ବସିବି ନା ନା ସେଥିରେ କଣ ପାଇଁ ବସିବୁ କହିଲୁ

ମା ମୁଁ ଜାଣିନି ମୁଁ ଥରୁଟିଏ ହେଲେ ବି ବସିବି।ଝିଅ ର ଗୁହାରି ରଖି ମା ଦୋଳିରେ ବସିବାକୁ ଅନୁମତି ଦେଲେ ଆଉ ଝିଅ ଦୋଳିରେ ବସିଲା କିନ୍ତୁ ଝିଅ ବସିବା ପରେ ୨ ଥର ଦୋଳି ଘୁରିଛି ନା ନାହିଁ ଝିଅ ବେହସ ହେଇଗଲା ଯେତେ ଅଟକାଇବା ପାଇଁ କହିଲେ ମଧ୍ୟ ଆଉ ଦୋଳି ରହିଲା ମଧ୍ୟ ହେଲେ ଝିଅକୁ ଗୁପଚୁପ ବାଲା ଠାରୁ

ପାଣି ଆଣି ମାରିବା ପରେ ମଧ୍ୟ ଝିଅ ଉଠିଲା ନାହିଁ ପରେ ଝିଅକୁ ହସ୍ପିଟାଲ୍ ନିଆଗଲା ତା ପରେ ଡାକ୍ତର କହିଲେ ସେ ଆଉ ଏହି ଦୁନିଆରେ ନାହିଁ।ନବମ ଶ୍ରେଣୀରେ ପଢ଼ୁଥିବା କୁଡପାନ ମିର୍ବନ୍ ସାହିର ମହମ୍ମଦ ୟକୁନଙ୍କ ୧୩ ବର୍ଷର ଝିଅ ଅଲ୍ଫିଆବାନଙ୍କ ହୃଦଘାତ ରେ ଜୀବନ ଚାଲିଗଲା।ଏବେ ମା ର ଆଖିରେ ଲୁହ ସୁଖୁନହିଁ

କୋହଳି ହୋଇ କାନ୍ଦୁଛି ମା।ଝିଅର ମା,ମୋ ଝିଅ କହୁଥିଲା ମୁଁ ଝୁଲିବି ମା,ଆଉ ମୁଁ ମନା କରୁଥିଲି ହେଲେ ସେ ଯିବି ଯିବି କହିଲା ସେଥିପାଇଁ ମତେ ହଁ କରିବାକୁ ପଡ଼ିଲା ଆଉ ଝୁଲିଲା ପରେ ସେ ୨ ଥର ଝୁଲିଛି ନା ନାହିଁ ମୋ ଝିଅ ବେହସ ହେଇଗଲା ତାପରେ ମୁଁ ସେ ଝୁଲା ୱାଲାକୁ କହିଲି ରଖ ଭାଇ ମୋ ଝିଅ ବେହସ

ହେଇ ଯାଇଛି ଆଉ ସେ ରଖିଲା ଆମେ ତାକୁ ଆଣିଲୁ ସେ ଦୋଳିରୁ ଆଉ ଗୁପଚୁପ ବାଲା ଠାରୁ ପାଣି ଆଣିଲୁ ତା ମୁହଁରେ ମାରିଲୁ ହେଲେ ସେ ଉଠିଲା ନାହିଁ।ମୋ ଝିଅ ନବମ ଶ୍ରେଣୀରେ ପଢ଼ୁଥିଲାଏହି ଅଘଟଣା ପରେ ମିନାବଜାର ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛି କୋର୍ଟପାଟ ସହରର ନିର୍ଦ୍ଦେଶକମାନେ।

Leave a Reply

Your email address will not be published. Required fields are marked *