2 ତାରିଖରୁ ସକ୍ରିୟ ହେବ କାଳ ବୈଶାଖୀ,ସମୁଦ୍ରରେ ସୃଷ୍ଟି ହେବ ଘୂର୍ଣ୍ଣିବଳୟ,May ମାସରେ ହେବ ବାତ୍ୟା…ଦେଖନ୍ତୁ Video

ବର୍ତମାନ ଯେଉଁ ସ୍ଥିତି ରହିଛି ୩୦ ତାରିଖ ଯାଏ ୨୦୨୨ରେ ଗୋଟିଏ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ଅଛି।ଯାହା କି ଦକ୍ଷିଣ ଆଣ୍ଡମାନ ସାଗର ଓ ତାର ପାର୍ଶବର୍ତି ଅଞ୍ଚଳରେ ତା ଫଳରେ ଏହି କ୍ଷେତ୍ରରେ ଲଘୁଚାପ ମଧ୍ୟ ସୃଷ୍ଟି ହୋଇଥାଏ।ଯାହାକି ଆମର ଅନୁମାନ ହେଉଛି ୨୪ ଘଣ୍ଟା ବା ୫ ତାରିଖ ବେଳକୁ ଦକ୍ଷିଣ ଆଣ୍ଡମାନ ସାଗର ଓ ତାର ଆଖ ପାଖ ଅଞ୍ଚଳ ସମାନ ଅଞ୍ଚଳରେ ଗୋଟିଏ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ ଯାହାକି ପରବର୍ତ୍ତୀ ୨୪ ଘଣ୍ଟା ମଧ୍ୟରେ ଆହୁରି ଘନୀଭୂତ ହେବାର ସମ୍ଭାବନା ଅଛି।ଆମର ଯାହା ଅନୁମାନ ହେଉଛି ଏହି ୭ ଦିନ ମଧ୍ୟରେ ରହୁଛି।

ଯେହେତୁ ଆମର ୭ ଦିନ ବାହାରେ ଆକଳନ କରିବା କଷ୍ଟ ସାଧ୍ୟ ସେଥିରେ।ତେଣୁ ଏହି ଘୂର୍ଣ୍ଣିବଳୟର କଣ ସ୍ଥିତି ରହିବ ତାହା ପରବର୍ତ୍ତୀ ସମୟରେ ଜଣା ପଡ଼ିବ।ତାହା କିଭଳି ସକ୍ରିୟ ଅଛି।ସମୁଦ୍ର ପୃଷ୍ଠର ତାପମାତ୍ରା କେମିତି ରହିବ କେମିତି ଘନୀଭୂତ ହେବ ଏହି ସବୁ ତଥ୍ୟ ପରବର୍ତ୍ତୀ ସମୟରେ ସମ୍ପୂର୍ଣ୍ଣ ତଥ୍ୟ ମିଳିବ।ବର୍ତ୍ତମାନ ତ ଘୂର୍ଣୀ ବଳୟ ସୃଷ୍ଟି ହୋଇ ନାହିଁ।

ତାହା ଫଳରେ ଯେଉଁ ଲଘୁଚାପ ସୃଷ୍ଟି ହୋଇ ନାହିଁ।ତେଣୁ ତାର କଣ ପ୍ରଭାବ ରହିବ ଓଡ଼ିଶା ଠାରୁ ବହୁତ ଦୂରରେ ସେ ସ୍ଥାନ ଅଛି।ତେଣୁ ତାର କଣ ପ୍ରଭାବ ରହିବ କିଛି କହି ହେବ ନାହିଁ।କିନ୍ତୁ ବର୍ତ୍ତମାନ ସମୟରେ ଆମର ଯେଉଁ ତାତି ରହୁଛି ବିଭିନ୍ନ ସ୍ଥାନରେ ତଥା ଆଭ୍ୟନ୍ତରୀଣ ଓଡିଶାରେ ତାପମାତ୍ରା ରେକର୍ଡ କରାଯାଇଛି।

ଆଜି ମଧ୍ୟ ଅନେକ ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ କିମ୍ବା ତା ଠାରୁ ଅଧିକ ଅଛି।ଏହା ସହ ବୌଦ୍ଧରେ ସର୍ବାଧିକ ତାପମାତ୍ରା ୪୫ ଡିଗ୍ରୀ ରେକର୍ଡ଼ ହୋଇଛି।ଏହାର ପ୍ରଭାବରେ ଧୀରେ ଧୀରେ ୩୦ ତାରିଖରୁ କାଳ ବୈଶାଖୀର ପ୍ରକ୍ରିୟା ସକ୍ରିୟ ହେବ ଓଡିଶାରେ।କାରଣ ଏବେ ଜଳୀୟ ବାଷ୍ପ ପୁର୍ଣ୍ଣ ବାୟୁ ଓଡ଼ିଶା ଭିତରକୁ ପ୍ରବେଶ କରୁଛି। ଯାହାର ପ୍ରଭାବରେ ଆଜି ମଧ୍ୟ ଅନେକ ଜିଲ୍ଲାରେ ତାପମାତ୍ରା ଗତ କାଲି ତୁଳନାରେ କମିଛି।ଏହାର ପ୍ରଭାବ ୩୦ କିମ୍ବା ୧ ଆଡ଼କୁ ଦେଖିବାକୁ ମିଳିବ। ତାପମାତ୍ରା ୨ରୁ ୩ ଡିଗ୍ରୀ କମିବାର ସମ୍ଭାବନା ରହିଛି।

https://www.youtube.com/watch?v=0HYbc-BN__A

Leave a Reply

Your email address will not be published. Required fields are marked *