ସବୁଦିନ ନିଜ ପାଇଁ ଦିଅନ୍ତୁ କେବଳ ୫ ମିନିଟ୍ – ଘୁଙ୍ଗୁଡିରୁ ଜୀବନସାରା ଏପରି ଭାବେ ପାଆନ୍ତୁ ମୁକ୍ତି

ବ୍ୟସ୍ତ ଜୀବନଶୈଳୀ ଓ ଖାଦ୍ୟପେୟର ଭୁଲ୍ ଅଭ୍ୟାସକୁ ନେଇ ଆଜି ଅଧିକାଂଶ ମହିଳା କେଉଁ ନା କେଉଁ ରୋଗ ଦ୍ୱାରା ଗ୍ରସିତ ହେଉଛନ୍ତି , ଓ ଏଥିରୁ ବଞ୍ଚିବାର ଉପାୟ ଖୋଜିଥାନ୍ତି , ଯାହାଦ୍ୱାରା ଡାକ୍ତରଖାନା ଚକ୍କର କାଟିବାକୁ ବଞ୍ଚିପାରିବେ । କିନ୍ତୁ ଖାଲି ଏହି କଥାରୁ ଅଜଣା କି ଏହି ସବୁ ସମସ୍ୟାରୁ ବଞ୍ଚିବାପାଇଁ ଜୀବନଶୈଳୀ ଓ ଖାଦ୍ୟପେୟ ଅଭ୍ୟାସରେ ପରିବର୍ତ୍ତନ କରିବାରେ ଜରୁରୀ ଅଟେ । ଏମିତି ଏକ ସମସ୍ୟା ଘୁଙ୍ଗୁଡି ଯାହା ନିଜକୁ ଅସୁବିଧା କରିବା ସହ ଅନ୍ୟଙ୍କ ନିଦ ଉଡାଇଦିଏ ତାହା ସହ ବହୁତ ପ୍ରକାରର ରୋଗର କାରଣ ବି ହୋଇପାରେ , ଏମିତିରେ ଏଥିରୁ ମୁକ୍ତି ପାଇବାକୁ ହେବା ବହୁତ୍ ଜରୁରୀ ଅଟେ, ଆଯି ଆମେ ଆପଣଙ୍କ ଏହି ସମସ୍ୟା ପାଇଁ ଉପାୟ ନେଇକରି ଆସିଛୁ, ଯେଉଁ ମହିଳାଙ୍କ ଘୁଙ୍ଗୁଡି ସମସ୍ୟା ହେଉଛି, ଆମେ ଏହିଥିରେ ତାହାର ନିବାରଣର ଉପାୟ କହିବୁ ।

କଣ ପାଇଁ ଆସେ ଘୁଙ୍ଗୁଡି ? ସାଧାରଣତଃ ଘୁଙ୍ଗୁଡି ଅଧିକା ଥକାପଣ ଯୋଗୁଁ ଆସିଥାଏ, କିନ୍ତୁ ଏମିତି ନୁହେଁ ନିଶ୍ୱାସରେ ବାଧା ଆସିବା ଘୁଙ୍ଗୁଡିର ମୁଖ୍ୟ କାରଣ ହୋଇଥାଏ  ଯେବେ ବ୍ୟକ୍ତି ଶୋଇଥାଏ ତେବେ ତାହାର ମୁହଁ ଓ ନାକ ଭିତରେ ପବନ ଠିକ୍ ଭାବରେ ପ୍ରବେଶ କରିପାରିନଥାଏ , ଯାହାର କାରଣରୁ ଘୁଙ୍ଗୁଡି ସ୍ଥିତି ଉତ୍ପନ୍ନ ହୋଇଥାଏ ।

କିଛି ଲୋକଙ୍କର ନାକର ହାଡ ତେଢା ହେବାରୁ ନିଶ୍ୱାସ ନେବାରେ ଅସୁବିଧା ହେବା ଘୁଙ୍ଗୁଡି ସମସ୍ୟା ଉତ୍ପନ୍ନ ହୁଏ , ଘୁଙ୍ଗୁଡି ସ୍ୱାସ୍ଥ୍ୟ ପାଇଁ ଚିନ୍ତାକର ବିଷୟ ହୋଇପାରେ,  ଯଦି ଏହାର ସଠିକ୍ ସମୟରେ ଚିକିତ୍ସା ନ କରାଯାଏ ତେବେ ସ୍ଲିପ୍ ପ୍ରକିୟାରେ ବାଧା ଆସିପାରେ, ଏହି ସମସ୍ୟା ଆପଣଙ୍କ ନିଦରେ ବାଧା ପକାଏ , ତାହା ସହ ଶରୀରକୁ କ୍ଷତି ପହଞ୍ଚାଇପାରେ , କିନ୍ତୁ ଆପଣଙ୍କୁ ଚିନ୍ତିତ ହେବାର ଦରକାର ନାହିଁ , ଆପଣ ନିଜକୁ ସବୁଦିନ ୫ ମିନିଟ୍ ସମୟ ବାହାର୍ କରି ବଞ୍ଚିପାରିବେ , ହଁ ଆଜ୍ଞା ଆମେ ଆଜି ଆପଣଙ୍କୁ ଗୋଟେଯୋଗ ବିଷୟରେ କହିବୁ ଯାହା କେବଳ ୫ ମିନିଟ୍ କରିଲେ ଆପଣଙ୍କ ଘୁଙ୍ଗୁଡି ମାରିବାର ଅଭ୍ୟାସରୁ ମୁକ୍ତି ଦେଇପାରିବ ।

ଉଜ୍ଜାଇ ପ୍ରାଣାୟମ- ଉଜ୍ଜାଇ ଶବ୍ଦର ଅର୍ଥ ହୋଇଥାଏ କି ଜିତିବା ବାଲା- ଏହି ପ୍ରାଣାୟମକୁ କରିଲେ ବାୟୁକୁ ଜିତିପାରିବେ , ମାନେ ଉଜ୍ଜାଇ ପ୍ରାଣାୟମରୁ ନିଜ ନିଶ୍ୱାସ ଉପରେ ବିଜୟ ପ୍ରାପ୍ତି  କରିପାରିବେ , ଯେବେ ଏହି ପ୍ରାଣାୟମକୁ କରାଯାଏ ତେବେ ଶରୀରରେ ଗରମ ବାୟୁ ପ୍ରବେଶ କରେ , ଓ ଦୁଷୀତ ବାୟୁ ବାହାରିଥାଏ,  ଯୋଗରେ ଉଜ୍ଜାୟୀ କ୍ରିୟା ପ୍ରାଣାୟମ ମାଧ୍ୟମରେ ବହୁତ ଗଂମ୍ଭୀର ରୋଗରୁ ବଞ୍ଚିପାରିବେ ।

ଉଜ୍ଜାୟୀ ପ୍ରାଣାୟମ କରିବାର ତରିକା- ଏହି ପ୍ରାଣାୟମକୁ କରିବା ପାଇଁ ସୁଖାଶନରେ ବସିଯାଆନ୍ତୁ, ତାପରେ ମୁହଁକୁ ବନ୍ଦ କରି ନାକର ଦୁହେଁ ଛିଦ୍ରରୁ ତେବେ ପର୍ଯ୍ୟନ୍ତ ନିଶ୍ୱାସ ଭିତରକୁ ଟାଣନ୍ତୁ, ଯେବେ ପର୍ଯ୍ୟନ୍ତ ଫୁସଫୁସ୍ ରୁ ପବନ ପୁରା ଭାବେ ବାହାରକୁ ବାହାରି ନ ଯାଉ ।

ତାପରେ କିଛି ସମୟ ନିଶ୍ୱାସ ଭିତରେ ଅଟକାଇ ରଖନ୍ତୁ , ଏହା ପରେ ନାକର ଦ୍ୱିତୀୟ ଛିଦ୍ରରୁ ଧୀରେ ଧୀରେ ନିଶ୍ୱାସ ବାହାର କରନ୍ତୁ , ଏହି ଯୋଗାସନ ଏକରୁ ଦୁଇ ମିନିଟ୍ ପର୍ଯ୍ୟନ୍ତ କରିପାରିବେ । ବାୟୁକୁ ଭିତରୁ ଓ ବାହାରକୁ ଛାଡିବା ସମୟରେ ଗଳାରୁ ଘୁଙ୍ଗୁଡି ଆବାଜ୍ ବାହାରିବା ଦରକାର, ଆରମ୍ଭରେ ଏହି ପ୍ରାଣାୟମକୁ ୫ଥର କରନ୍ତୁ, ତାପରେ ଧୀରେ ଧିରେ ବଢାଇକରି ୨୦ ଥର ପର୍ଯ୍ୟନ୍ତ କରିନିଅନ୍ତୁ । ଉଜ୍ଜାୟୀ ପ୍ରାଣାୟମକୁ କରିବାର ଦ୍ୱିତୀୟ ତରିକା ହେଲା ଗଳାକୁ ସଂଙ୍କୁଚିତ କରି ନିଶ୍ୱାସ ଏହି ପ୍ରକାର ନିଅନ୍ତୁ ଓ ଛାଡନ୍ତୁ ଯାହା ଏହି କ୍ରିୟାରେ ଆବାଜ୍ ଆସିବ, ପାଞ୍ଚରୁ ଦଶଥର ନିଶ୍ୱାସ ଏହି ପ୍ରକାରର ନିଅନ୍ତୁ, ତାପରେ ଛାଡନ୍ତୁ, ଏହି ପ୍ରକାରରୁ ନିଶ୍ୱାସ ଭିତରେ ଭରିକରି ଗଳାକୁ ସଙ୍କୁଚିତ କରିଦିଅନ୍ତୁ ଓ ତାପରେ ଆସ୍ତେ ଆସ୍ତେ ଛାଡନ୍ତୁ ।

ଉଜ୍ଜାୟୀ ପ୍ରାଣାୟମ କରିବାର ଦ୍ୱାରା ଘୁଙ୍ଗୁଡି ସମସ୍ୟା ଦୁର ହେବା ସହ ଥାଇରଏଡ୍ ରୋଗୀଙ୍କ ପାଇଁ ବହୁତ ଫାଇଦାଦାୟକ ହୋଇଥାଏ , ଏହାକୁ କରିଲେ ଗଳାରେ ମହଜୁଦ୍ ପେରାଥାଇରଏଡ୍ ଗ୍ଲାଣ୍ତ ବି ସୁସ୍ଥ୍ୟ ରହିଥାଏ, ଏହା ଗଳାରେ କଫକୁ ହଟାଇଥାଏ , ଓ ଫୁସଫୁସ୍ ରୋଗରୁ ଦୁର କରିଥାଏ । ଏହା ଛଡା ସାଇନ୍ସ ବି ବହୁତ ଫାଇଦା ହୋଇଥାଏ , କିଛି ମହିଳାଙ୍କୁ ସାଇନ୍ସ ସମସ୍ୟାରୁ ଘୁଙ୍ଗୁଡି ଆସିଥାଏ,  ଯଦି ଆପଣ ଘୁଙ୍ଗୁଡି ସମସ୍ୟାରୁ ଚିନ୍ତିତ ଅଛନ୍ତି ତେବେ ସବୁଦିନ ନିଜକୁ ୫ ମିନିଟ୍ ସମୟ ଦିଅନ୍ତୁ, ଓ ଯୋଗାସନ କରିନିଅନ୍ତୁ ।

Leave a Reply

Your email address will not be published. Required fields are marked *