ଭଦ୍ରକ ରେ ସୋଇଥିବା ସମୟ ରେ ମହିଳା ଙ୍କ କାମୁଡ଼ିଲା ବିଷାକ୍ତ ନାଗ ସାପ,ଆଉ Ambulance ଆସିବା ଆଗରୁ ଘଟିଲା ଏଭଳି ଯେ ଆପଣ ମୁଣ୍ଡରେ ହାତ ଦେବେ…

ଓଡ଼ିଶାର ଭଦ୍ରକ ଜିଲ୍ଲାରେ ବହୁଳ ମାତ୍ରାରେ ସାପ କାମୁଡ଼ା ମାମଲା ସାମ୍ନାକୁ ଆସିଥାଏ। କାରଣ ଏହି ଜିଲ୍ଲାରେ ଅଧିକାଂଶ ଲୋକଙ୍କ ଘର ମାଟିଘର ଓ ଏମାନେ ଗରିବ ଶ୍ରେଣୀର ହୋଇଥିବାରୁ ଘରକୁ ପରିଷ୍କାର ପରିଛନ୍ନ ନରଖିବା ଯୋଗୁଁ ଘରେ ମୂଷା ଗାତକରି ରହିବାକୁ ଲାଗେ। ଯାହାଦ୍ୱାରା ସାପ ନିଜର ଖାଦ୍ୟ ଅନ୍ୱେଷଣ କରି ଘରକୁ ମୂଷା ଖାଇବାକୁ ପଶିଥାଏ

ଓ ମୂଷାକୁ ତ ସେ ଖାଇଥାଏ କିନ୍ତୁ ଘରେ ଥିବା ଗାତରେ ସାପଟି ଏକମାସରୁ ଦେଢ଼ ମାସ ଯାଏଁ ରହିବାକୁ ଲାଗେ।ଯାହାଦ୍ୱାରା ଲୋକେ ଏହାକୁ ନଜର ଅନ୍ଦାଜ କରିଦେଇଥାନ୍ତି କିନ୍ତୁ ରାତ୍ରି ସମୟରେ ଲୋକେ ଶୋଇ ରହିଥିବା ସମୟରେ ସାପଟି ଆସି କାମୁଡ଼ିଥାଏ। ଏମିତି ଏକ ମାମଲା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲାରେ

ଏଠାରେ ଜଣେ ମାଉସୀଙ୍କ ଘରେ ନାଗସାପ ରହୁଥିଲା ଓ ମାଉସୀ ଭାବୁଥିଲେ ସାପ ରହିଲେ ତାଙ୍କ ଘରେ ଧନ ବଢ଼ିବ। ଏମିତି ଭାବି ମାଉସୀ ଜାଣିଶୁଣି ନିଜ ଘରେ ସାପଟିକୁ ଆଶ୍ରୟ ଦେଉଥିଲେ।ଶେଷରେ ଗତକାଲି ସାପଟି ମାଉସୀଙ୍କୁ କାମୁଡ଼ି ଦେଇଥିଲା। ମାଉସୀ ନିଜ ମାଟିଘରେ ଶୋଇଥିବା ସମୟରେ

ସାପଟି ବାହାରକୁ ବେଙ୍ଗ ଖାଇବାକୁ ଚାଲିଆସିଥିଲା କିନ୍ତୁ ମାଉସୀଙ୍କ ପାଦକୁ ସାପଟି କାମୁଡ଼ିଦେଲା। ସାପ କାମୁଡ଼ିବା ପରେ ମାଉସୀ ଚିତ୍କାର କରିଥିଲେ ଓ ଘରଲୋକେ ଆସି ଦେଖନ୍ତି ତ ମାଉସୀଙ୍କୁ ସାପ କାମୁଡ଼ି ଦେଇଛି। ଏହାପରେ ସେମାନେ ତୁରନ୍ତ ଆମ୍ବୁଲାନ୍ସ ଡ଼କାଇ ମାଉସୀଙ୍କୁ ସ୍ଥାନୀୟ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଗଲେ।

ଏପଟେ ସାପ ଧରାଳି ସାପକୁ ଧରିବାପାଇଁ ଆସିଥିଲେ ଓ ସେ ଘରେ ପଶି ଦେଖନ୍ତି ତ ସାପଟି ନଡ଼ିଆ ଭାଡ଼ି ଭିତରେ ଲୁଚିଛି। ସେ ନିଜର ସମସ୍ତ କୌଶଳ ଆପଣାଇ ସାପକୁ ଧରିଲେ ଓ ଏହାକୁ ବାହାରକୁ ଆଣିଲେ। ଏହାପରେ ସେ ଦେଖିଲେ ସାପଟିର ଗୋଟିଏ ଦାନ୍ତ ଭାଙ୍ଗି ଯାଇଛି। ସେ ଲୋକଙ୍କୁ ସଚେତନ

କରାଇ କହିଥିଲେ, ଯଦି କାହାକୁ ସାପ କାମୁଡୁଛି ତାହେଲେ ଅନ୍ଧବିଶ୍ବାସ ଭଳି ଝଡାଫୁଙ୍କା ଚକ୍କରରେ ନରହି ତୁରନ୍ତ ସେହି ବ୍ୟକ୍ତିକୁ ହସ୍ପିଟାଲ ନେଇଯାଆନ୍ତୁ।

Leave a Reply

Your email address will not be published. Required fields are marked *