ଟୁଙ୍ଗୁରୁକୁ ଖୋଲା କଥା କହିଲେ ବର୍ଷା,kahila ଯଦି ମତେ ସବୁ କରିବା ପରେ ବାହା ନ ହବୁ ମୁଁ ତତେ ଯାଇକି…

Uncategorized

ମିଡ଼ିଆ ସାମ୍ନାକୁ ପୁଣିଥରେ ବର୍ଷା ଓ ଟୁଙ୍ଗୁରୁର ମାମଲା ସାମ୍ନାକୁ ଆସିଛି। ଏବେ ଘଟଣା ଏହା ଅଟେ କି, ଫୋନରେ କଥାବାର୍ତ୍ତା ସମୟରେ ବର୍ଷା ଟୁଙ୍ଗୁରୁ ର ସମସ୍ତ କଥା ରେକର୍ଡ଼ କରି ନେଇଥିଲା ଓ ଏହାପରେ ବର୍ଷା ଏହାକୁ ସୋସିଆଲ ମିଡ଼ିଆ ସାମ୍ନାକୁ ଆଣିଥିଲା ଏଥିରେ ଟୁଙ୍ଗୁରୁ ବର୍ଷାକୁ କହୁଛି କି, ଆମର ବାହାଘର ହେବ ଆଉ ଆଲୋକ, ବର୍ଷା ଏକାଠି ହେବେ ଯାହାକି ସାରା ଦୁନିଆ ଦେଖିବ।

ଅଡ଼ିଓ ରେକର୍ଡ଼ ସାମ୍ନାକୁ ଆସିବାପରେ ଇଣ୍ଟରନେଟରେ ଏହା ଭାଇରାଲ ହେବାକୁ ଲାଗିଲା। ଯାହାଦ୍ୱାରା ମିଡ଼ିଆ ଟୁଙ୍ଗରୁ ପାଖକୁ ଯାଇ ଘଟଣାର ସତ୍ୟତା ଜାଣିବାକୁ ଚେଷ୍ଟା କରିଥିଲେ ଓ ଟୁଙ୍ଗୁରୁ କୁ ଭେଟ ହୋଇ ପ୍ରଶ୍ନ କରିଥିଲେ ଯେ, ଭାଇରାଲ ଅଡ଼ିଓରେ ଶୁଣାଯାଉଥିବା କଥା ଉପରେ କଣ ସତ୍ୟତା ରହିଛି?

ଏହି ପ୍ରଶ୍ନର ଉତ୍ତର ଦେଇ ଟୁଙ୍ଗୁରୁ ଯାହା କହିଲା ଆପଣ ବିଶ୍ବାସ କରିବେନାହିଁ।ଟୁଙ୍ଗୁରୁ କହିଥିଲା କି, ଆପଣ ଯାହାସବୁ ଅଡ଼ିଓରେ ଶୁଣୁଛନ୍ତି ସେହି କଥା ଗୁଡ଼ିକ ମୁଁ ପରିସ୍ଥିତିରେ ପଡ଼ି ବାଧ୍ୟ ହୋଇ କହିଛି। ମିଡ଼ିଆ ଏହାପରେ ପଚାରିଲେ କି ପରିସ୍ଥିତି? ଏହାର ଉତ୍ତରରେ ଟୁଙ୍ଗୁରୁ ଭୋଳ କହିଥିଲା, ବର୍ଷା ବାରମ୍ବାର

ମୋତେ ଧମକ ଦେଇ କହୁଛି କି ସେ ମରିଯିବ ନହେଲେ କୁଆଡ଼େ ଚାଲିଯିବ। ଏମିତିକି ବର୍ଷା ମୋତେ ପାଇବା ପାଇଁ ତା’ ହାତ କାଟି ଦେଉଛି ଓ ଏହାର ଫୋଟ ଗୁଡ଼ିକ ମୋତେ ହ୍ଵାଟ୍ସଆପ ମାଧ୍ୟମରେ ପଠାଉଛି। ବର୍ଷାର ଏହିଭଳି ଆଚରଣ ପାଇଁ ମୁଁ ଭୟ କରୁଛି ଯାହାଦ୍ୱାରା ମୋତେ ବାଧ୍ୟ ହୋଇ ତାକୁ ବାହା

ହେବାପାଇଁ ପ୍ରତିଶ୍ରୁତି ଦେବାକୁ ପଡ଼ୁଛି।ଏହାପରେ ଟୁଙ୍ଗୁରୁ ଆହୁରି ଏକ କଥା କହିଥିଲେ। ସେ କହିଥିଲେ ଯେ, ପୋଲିସ ପାଖକୁ ବର୍ଷା ଓ ସେ ଯାଇଥିଲେ, ସେଠାରେ ଉଭୟଙ୍କ ମଧ୍ୟରେ ଶାନ୍ତ ପରିସ୍ଥିତି ଆଣିବାପାଇଁ ପୋଲିସ ଆମକୁ ବୁଝାଇଲେ ଓ ବଡ଼ ବାବୁ ମୋତେ କହିଥିଲେ ଯେ, ତୁ ମଝିରେ ମଝିରେ ବର୍ଷା

ସହିତ କଥା ହେଉଥା ନଚେତ ଯଦି ସେ ମରିଯାଏ ତାହେଲେ ସବୁ ଦୋଷ ଓ ଆଇନ ଅନୁଯାୟୀ ତୁ ଦୋଷୀ ହବୁ।ବର୍ଷା ଯେମିତି କିଛି ନକରି ବସିବ ସେଥିପାଇଁ ମୁଁ ତା’ସହିତ କଥା ହେଉଛି। ଯଦି ତା’ ଜୀବନ ବଞ୍ଚାଇବା ପାଇଁ ମୁଁ ଏତିକି କାମ କରୁଛି ଓ।ସେ ଏହାକୁ ରେକର୍ଡ଼ କରି ପବ୍ଲିକରେ ଭାଇରାଲ କରୁଛି

ତାହେଲେ ମୋତେ ଯଦି ଲୋକମାନେ ଖରାପ ଭାବିବେ ମୁଁ କଣ କରିବି। ଶେଷରେ ଟୁଙ୍ଗୁରୁ କହିଥିଲେ, ଏବେ ତ ସମସ୍ତେ ଜାଣିଗଲେଣି ସେ ମରୁ କି ବଞ୍ଚୁ ଏବେ ମୋର କିଛି କହିବାର ନାହିଁ।

Leave a Reply

Your email address will not be published. Required fields are marked *