Sukinda ରେ ବାପ ସମାନ ଶଶୁର ବିରୋଧରେ ମିଛ ଆରୋପ ଲଗାଇ ବୋହୁ କହୁଛି, ଶଶୁର ମୋ ଠାରେ ହାତ ମାରୁଛି ଆଉ ସବୁଦିନ…

ଶଶୁର ଓ ବୋହୁର ସମ୍ପର୍କ କେତେ ପବିତ୍ର ଏକଥା ତ ଆପଣ ନିହାତି ଜାଣନ୍ତି କାରଣ ଝିଅଟି ଅନ୍ୟ ଘରକୁ ବାହାହୋଇ ଯିବାପରେ ସେଠାରେ ଶଶୁର ରୂପରେ ନିଜର ଆଉ ଏକ ବାପାକୁ ପାଇଥାଏ ଓ ନିଜର ପରିବାର ବସାଇ ଥାଏ କିନ୍ତୁ କଣହେବ ଯେତେବେଳେ ଏହି ପବିତ୍ର ସମ୍ପର୍କ ଉପରେ ଜଣେ ବୋହୁ ନିଜ ଶଶୁର ଉପରେ ମିଥ୍ୟା ଆରୋପ ଲଗାଇ କହିବ, ଶଶୁର ମୋ ଦେହକୁ ହାତ ମାରୁଛନ୍ତି।

ଏମିତି ଏକ ଘଟଣା ଦେଖିବାକୁ ମିଳିଛି ଓଡ଼ିଶାର ଯାଜପୁର ଜିଲ୍ଲାରୁ, ଯେଉଁଠାରେ ବୃଦ୍ଧ ବାପା ଓ ମାଆଙ୍କ ସେବା କରିବାକୁ ପୁଅ ବୋହୁ ଆଦୌ ଇଛୁକ ନଥିଲେ। ଯାହାଦ୍ୱାରା ସେ ସର୍ବଦା ନିଜ ବୃଦ୍ଧ ବାପା ଓ ମାଆଙ୍କୁ ଗାଳି ଗୁଲଜ କରୁଥିଲେ ଏପରିକି ତାଙ୍କୁ ହାତ ଉଠାଇ ମାଡ଼ ମଧ୍ୟ ମାରୁଥିଲେ। ଏଥିରେ ଅସହ୍ୟ ହୋଇ ବୃଦ୍ଧ ଵାପା ଓ ମାଆ

ସୁକିନ୍ଦା ପୋଲିସ ଷ୍ଟେସନରେ ନିଜର ଅଭିଯୋଗ ଆଣିଥିଲେ ଓ ପୋଲିସ ପାଖରେ ପହଞ୍ଚିବା ପରେ ବୋହୁ କୁମ୍ଭୀର କାନ୍ଦଣା କାନ୍ଦି ବାପା ମାଆଙ୍କୁ ଗୁହାରି କରିଥିଲା ଓ ବାପା ମାଆ ଏଥିରେ ନିଜର ଅଭିଯୋଗ ପୋଲିସରୁ ଉଠାଇ ଆଣିଥିଲେ।ବୃଦ୍ଧ ବାପା ଓ ମାଆ ଭାବିଥିଲେ ଏଥର ସେମାନେ ହସଖୁସିରେ ନିଜ ପରିବାର

ସହିତ ରହିବେ କିନ୍ତୁ ଏପରି ହୋଇନଥିଲା। ପୂର୍ବରୁ ଯେତିକି ସେମାନେ ବୃଦ୍ଧଙ୍କ ଉପରେ ଅତ୍ୟାଚାର କରୁଥିଲେ ଏବେ ଆହୁରି ଅଧିକ କରିଦେଲେ ଏବଂ ବାପା ଓ ମାଆଙ୍କୁ ଖାଇବାକୁ ମଧ୍ୟ ଦେଇନଥିଲେ। ଏହାପରେ ବୃଦ୍ଧ ପୁଣିଥରେ ପୋଲିସ ପାଖରେ ହାଜିର ହୋଇଥିଲେ କିନ୍ତୁ ପୋଲିସ ତାଙ୍କ ଗୁହାରି ଏଥର ଶୁଣିନଥିଲା

ଓ ବୃଦ୍ଧ ବାଧ୍ୟ ହୋଇ କୋର୍ଟର ଆଶ୍ରୟ ନେଇଥିଲେ।କୋର୍ଟ ଦ୍ୱାରସ୍ତ ହେବାପରେ ମିଡ଼ିଆ ଏହିକଥାକୁ ଜାଣିଥିଲା ଓ ସେମାନେ ବୃଦ୍ଧଙ୍କ ଘରକୁ ଯାଇଥିଲେ। ସେପଟେ ଏହି ଖବର ଶୁଣି ବୃଦ୍ଧଙ୍କ ବଡ଼ ଝିଅ ନିଜ ବାପଘରକୁ ଆସି ମିଡ଼ିଆ ସମ୍ମୁଖରେ କହିଥିଲେ ତାଙ୍କ ଭାଉଜର ଅନ୍ୟ ପୁରୁଷ ସହିତ ସମ୍ପର୍କ ଅଛି

କଦଳୀ ବଗିଚା ଭିତରେ ଅନ୍ୟଜଣେ ପୁରୁଷ ତାଙ୍କ ଭାଉଜଙ୍କ ସହିତ ଅସଂଯତ ଅବସ୍ଥାରେ ଥିବା ସମୟରେ ତାଙ୍କ ବାପା ଏହି ଘଟଣା ଦେଖିଥିଲେ ଓ ଏଠାରୁ ବିବାଦ ଆରମ୍ଭ ହୋଇଥିଲା ସେମାନେ ବାପା ଓ ମାଆଙ୍କୁ ମାଡ଼ ମାରିବା ଆରମ୍ଭ କରିଥିଲେ। ବଡ଼ ଝିଅର କହିବାହେଲା ତାଙ୍କ ଭାଉଜ ଦେହ ବ୍ୟବସାୟ କରନ୍ତି।

ଏଥିରେ ମିଡ଼ିଆ ଭାଉଜଙ୍କୁ ପଚରା ଉଚରା କରିବାରୁ ସେ ସମ୍ପୂର୍ଣ୍ଣ ଭାବରେ ମିଥ୍ୟା ବୟାନ ଦେଇ କହିଥିଲା, ମୋ ଶଶୁର ମୋ ଛାତି ଓ ପେଟକୁ ବାରମ୍ବାର ଛୁଇଁବାକୁ ଲାଗେ ଓ ମୁଁ ଏହାର ବିରୋଧ କରିବାରୁ ସେ ମୋତେ ମାଡ଼ ମାରନ୍ତି। ଏସବୁ କଥା ପୋଲିସକୁ ହସ୍ତାନ୍ତର କରାଯିବାପରେ ପୋଲିସ ଏହା ଉପରେ ତନାଘନା ଆରମ୍ଭ କରିଦେଇଛି।

Leave a Reply

Your email address will not be published. Required fields are marked *