ତମ୍ପ ଦେଖାଇଲା ନିଜର ରୌଦ୍ର ରୂପ,ଆଉ ଯେବେ ଗାଁ ଲୋକ SNAKE କ୍ୟାଚରଙ୍କୁ ଫୋନ ଲଗାଇଲେ ଗାଁ ଲୋକେ ତାପରେ ଯାହା ଘଟିଲା…

ଭଦ୍ରକ ଜିଲ୍ଲାରେ ଏକ ଗ୍ରାମରୁ ଉଦ୍ଧାର କରାଯାଇଥିବା ଏକ ତମ୍ପ ସାପ ନଜରକୁ ଆସିଛି। ଗାଁ ରେ ଥିବା ଏକ ପୋଖରୀରେ ଲୋକେ ମାଛ ଧରିବାରେ ବ୍ୟସ୍ତ ଥିଲେ ଓ ଏହି ସମୟରେ ସେମାନଙ୍କୁ ନଜର ଆସିଲା ପାଣିରେ ଏକ ସାପ ଛାଟିପିଟି ହେଉଛି। ସେମାନେ ପାଖକୁ ଯାଇ ଦେଖିବାପରେ ଜାଣିବାକୁ ପାଇଲେ ଯେ, ଏହା ଏକ ତମ୍ପ ସାପ ଓ ସାପଟି

ଲୋକଙ୍କୁ ଦେଖିବାପରେ ଜୋର ଜୋରରେ ଫଁଫଁ ଶବ୍ଦ ବାହାର କଲା।ଏଥିରେ ଗ୍ରାମଲୋକେ ଭୟଭୀତ ହୋଇଯାଇ ସ୍ନେକ କ୍ୟାଚରଙ୍କୁ ଫୋନ କଲେ ଓ ସାପର ଭୟରେ ମାଛ ଧରିବା ବନ୍ଦ କରିଥିଲେ। ଖବର ପାଇ ଭଦ୍ରକ ବନବିଭାଗରୁ ଜଣେ ଅଭିଜ୍ଞ ସାପ ଧରାଳି ଯାହାଙ୍କ ନାମ ମିର୍ଜା, ସେ ଆସି ଗାଁରେ ପହଞ୍ଚିଥିଲେ।

ଏହାପରେ ସେ ସାପକୁ ଧରିବାକୁ ଚେଷ୍ଟା କଲେ କିନ୍ତୁ କଥାରେ ଅଛି ପାଣିରେ ସାପ ମାନଙ୍କ ବଳ ପ୍ରବଳ। ମିର୍ଜା ସାପକୁ ଧରିବାକୁ ବହୁତ ପ୍ରୟାସ କରି ଉପରକୁ ଆଣିଥିଲେ।ଏହାପରେ ସେ ଦେଖିଲେ ସାପଟି ପୋଖରୀ ହୁଡ଼ାରେ ଯେଉଁ ଗାତ ଭିତରକୁ ପଶିବାକୁ ଚେଷ୍ଟା କରୁଥିଲା ସେହି ଗାତ ଭିତରୁ ଏକ ମଲା

ସାପ ବାହାରିଥିଲା। ଏଥିରୁ ସମସ୍ତେ ସ୍ପଷ୍ଟ ରୂପରେ ଜାଣିଗଲେ ଯେ, ଏହି ତମ୍ପ ସାପ ଗାତ ଭିତରେ ପଶି ପାଣିଧଣ୍ଡ ସାପକୁ ମାରି ଖାଉଥିଲା। ଗାଁ ର ଜଣେ ବ୍ୟକ୍ତି ଗାତଟିକୁ ଖୋଳିଥିଲେ ଓ ତା’ ଭିତରୁ ଏକ ମୃତ ଧଣ୍ଡସାପକୁ ଉଦ୍ଧାର କରାଯାଇଥିଲା।ଏପଟେ ଲୋକଙ୍କ ଗହଳି ଦେଖି ତମ୍ପ ସାପ ଭୀଷଣ କ୍ରୋଧରେ ଗର୍ଜନ କରୁଥିଲା ଓ

ସାପ ଧରାଳିଙ୍କୁ କାମୁଡ଼ିବାକୁ ଉଦ୍ୟମ କରୁଥିଲା କିନ୍ତୁ ସାପ ଧରାଳିଙ୍କ ପାଖରେ ସାପ ଧରିବାର ଅଭିଜ୍ଞତା ଥିବାରୁ ତମ୍ପ ତାଙ୍କର କିଛି କରି ପାରୁନଥିଲା। ଶେଷରେ ସାପ ଧରାଳି ଗାଁ ଲୋକଙ୍କୁ ଧନ୍ୟବାଦ ଜଣାଇ କହିଲେ, “ବହୁତ ଲୋକ ଅଛନ୍ତି ଯିଏକି ସାପକୁ ଦେଖିଲେ ମାରିଦେଉଛନ୍ତି କିନ୍ତୁ ଆପଣମାନେ ଏହାକୁ ନମାରି ମୋତେ ଖବର ଦେଇଥିବାରୁ ଧନ୍ୟବାଦ

Leave a Reply

Your email address will not be published. Required fields are marked *