ଗାଡି ପଛରେ ବାନ୍ଧିନେଉଛି ଆମ ଜଗାକୁ,Tent ବାଲା ମାଗିଲେ ଭୁଲ ଆଉ କହିଲେ ଏଭଳି କଥା…

ଜଣେ ଲୋକ ନିଜ ମାଲବାହୀ ଗାଡି ପଛପଟେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ମୂର୍ତ୍ତିକୁ ଦୌଡିରେ ବାନ୍ଧି ଝୁଲାଇ ଝୁଲାଇ ନେଉଛନ୍ତି।ଏହି ଦୃଶ୍ୟ ଦେଖିଲେ ପ୍ରକୃତ ଓଡ଼ିଆ ଲୋକ ରକ୍ତ ମଧ୍ୟ ଗରମ ହୋଇ ଯିବ।ତା ମନରେ ମଧ୍ୟ ରାଗ ଆସିଯିବ। ଏ ଲୋକ କେମିତି ସାହସ ହେଲା ଆମ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ଏମିତି ନେବାକୁ।ସେ କଣ ଜାଣିନି ମହାପ୍ରଭୁ ଶ୍ରୀ ଜଗନ୍ନାଥ କିଏ ବୋଲି ?

ତୁ ଯଦି କୋଟି ଓଡ଼ିଆଙ୍କ ମଉଡମଣିଙ୍କୁ ଚିହ୍ନି ପାରୁନି ତେବେ ନିଜ ବାପା ମାଙ୍କୁ କଣ ଚିହ୍ନିବ?ଆରେ ମୂର୍ଖ ସେ ଏମିତି ସେମିତି କେଉଁ ଦେବତା ନୁହନ୍ତି।ରାତି ପାହିଲେ ୩୩ କୋଟି ଦେବା ଦେବୀ ତାଙ୍କ ପାଖରେ ପାଳି ଖଟନ୍ତି।ଏ ରାଜ୍ୟର ରାଜା ଗଜପତି ମହାରାଜା ତାଙ୍କ ରଥରେ ଝାଡୁ କରନ୍ତି।ଏ ସାରା ସଂସାରର ସେ ରାଜା।

ଘରେ କଣ ନିଜ ବାପାଙ୍କୁ ଏପରି ବୋହି ନେବୁ ?ସେ ପରା ହେଉଛନ୍ତି ସାରା ଜଗତର ବାପା।ଆରେ ପାପୀ ମଣିଷ।ତୋର କଣ ଟିକେ ମଧ୍ୟ ସାଧାରଣ ଜ୍ଞାନ ନାହିଁ ?ତୁ କଣ ଜାଣିନୁ ପରିବାରର ମୁରବୀଙ୍କୁ କେମିତି ସମ୍ମାନ କରାଯାଏ?ତୁ ପ୍ରକୃତରେ ଗୋଟିଏ ମଣିଷ ନା ଅମଣିଷ?ତୁ ଗୋଟିଏ ପାପୀ, ଧର୍ମ ଦ୍ରୋହୀ

ଏବଂ ମୂର୍ଖ। ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ପୂଜା କରି ତୋ ବାପା ମା ତତେ ଜନ୍ମ ଦେଇଛନ୍ତି।ତାଙ୍କ କୃପାରୁ ତୁ ଛୋଟରୁ ବଡ଼ ହୋଇଛୁ।ତୁ ରୋଗରେ ପଡିବା ବେଳେ ତୋ ମା ଏଇ ଠାକୁରଙ୍କୁ ଡାକି ତତେ ଭଲ କରିଛି। ତାଙ୍କରି ଦୟାରେ ତୁ ବଂଚିଛୁ।ଜନ୍ମରୁ ମରଣ ସବୁର କାରଣ ସେହି ଜଣେ।ତାଙ୍କୁ ଏପରି ଅଣଦେଖା କରିବା

ଆଗରୁ ତୋ ହାତ ଛିଣ୍ଡି ପଡ଼ିଲାଣି କେମିତି?କେମିତି କରି ପାରିଲୁ ତୁ?ତୁ ନିଜେ ଭଲ ଜାଗାରେ ରହି ତାଙ୍କୁ ଦଉଡିରେ ବାନ୍ଧି ନେବୁ? ତୋର ଏତେ ସାହସ।ରାତି ପାହିଲେ ସାରାବିଶ୍ୱବାସୀ ଯାହାଙ୍କୁ ଝୁରି ହୁଅନ୍ତି, ଯାହା ସେବାରେ ସବୁ ମୁନି ଋଷି ନିଜ ଜୀବନ ଲଗେଇ ଦିଅନ୍ତି, ତୁ ତାଙ୍କୁ ଏପରି ହତାଦର କରି ନେଇ ଯାଉଛୁ।

ଏମିତି କେଉଁ ଓଡ଼ିଆ ନାହିଁ, ଯିଏ ତାଙ୍କୁ ଭଲ ନ ପାଏ। ଏପରି କରି ତୁ ସାରା ଓଡିଆ ଜାତିର ବଡ଼ ଠାକୁରଙ୍କୁ ହତାଦର କରୁଛୁ।ଆମ ସମସ୍ତଙ୍କୁ କଷ୍ଟ ଦେଉଛୁ ଠାକୁରଙ୍କୁ ପୂଜା ନ କଲେନାହିଁ କିନ୍ତୁ ତାଙ୍କୁ ବେସମ୍ମାନ କରନ୍ତୁ ନାହିଁ।କଳିଯୁଗରେ ଲେଖା ଅଛି ଭବିଷ୍ୟତରେ କେହି ଧର୍ମ ଏବଂ ଅଧର୍ମକୁ ମାନିବେ ନାହିଁ।

ସମସ୍ତେ ଏକାକାର ହୋଇ ଯିବେ।ତେବେ ବର୍ତ୍ତମାନ ତାହା ହିଁ ଘଟୁଛି।ଏପରି ଏକ ଅହିଂସାଭାବ କାର୍ଯ୍ୟ ଦେଖିବାକୁ ମିଳିଛି ଏ ଗାଡି ଚଳକଙ୍କ ପାଖରୁ।ତେବେ ଏହା ସମ୍ପୂର୍ଣ୍ଣ ଭୁଲ ଅଟେ।ରକ୍ଷା ପାଇବାକୁ ହେଲେ କେବଳ କାଳିଆ ହିଁ ସାହା,ତାଙ୍କ ଦୟାରୁ ଏ ଦୁନିଆ ଚାଲିଛି ସବୁ ତାଙ୍କରି ଦାନ

Leave a Reply

Your email address will not be published. Required fields are marked *