Jagatsinghpur ଘର ଭିତରେ ମା ଝିଅଙ୍କ ବେପାର,ଜ୍ବାଇଁ କହି ଘରକୁ ଅଣୁଛନ୍ତି ଅନେକ ଟୋକା ଆଉ ଘର ଭିତରେ କରୁଛନ୍ତି ବେପାର…

ଭିଡିଓ ରିପୋର୍ଟରୁ ଜଣା ଯାଉଛି କି,ଜଗତସିଂହପୁର ଜିଲ୍ଲାର ପୁନଙ୍ଗ ଅନ୍ତର୍ଗତ ଏକ ମୁସଲିମ ବସ୍ତିରେ ଦେହ ବ୍ୟବସାୟକୁ କେନ୍ଦ୍ର କରି ଗ୍ରାମବାସୀଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଛି।ମିଳିଥିବା ସୂଚନା ଅନୁଯାୟୀ ପୁନଙ୍ଗ ମୁସଲିମ ବସ୍ତିରେ ରହୁଥିବା ଅବୁବକର ସାହାଙ୍କ ପତ୍ନୀ ମୁସବିବି ଏବଂ ଝିଅ ଖୁଶଖାତୁନ ଦୀର୍ଘ ଦିନ ଧରି ଘରେ ରହି ବିଭିନ୍ନ ଅଞ୍ଚଳର ଯୁବକଙ୍କୁ ପ୍ରଲୋଭନ ଦେଖାଇ ଦେହ ବ୍ୟବସାୟରେ ଲିପ୍ତ ରହୁଥିଲେ।

ତେବେ ସ୍ୱାମୀ ଅବୁବକର ଏବଂ ପୁଅ ଅଜଗର ଅଲ୍ଲୀ ଶାହା ଏପରି କାର୍ଯ୍ୟକୁ ବିରୋଧ କରିବା ପରେ ମୁସବିବି ଏବଂ ଝିଅ ଖୁଶଖାତୁନ ଉତକ୍ଷିପ୍ତ ହୋଇ ପୁଅ ଅଜଗରଙ୍କୁ ଏକ ଟାଙ୍ଗିଆରେ ମାରିବା ସହିତ ସ୍ୱାମୀ ଅବୁବକରଙ୍କୁ ଶ୍ଵାସରୁଦ୍ଧ କରିବାକୁ ଚେଷ୍ଟ କରିଥିଲେ।ଏଥିନେଇ ଜଗତସିଂହପୁର ଥାନାରେ ଲିଖିତ ଅଭିଯୋଗ କରାଯାଇଥିଲା।

କିନ୍ତୁ ଏ ପର୍ଯ୍ୟନ୍ତ ଏନେଇ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନଥିବା ଜଣ ପଡିଛି। ପୁଅ ଅଜଗର କହିଛନ୍ତି ଯେ,’ ଇରଫାନ, ମୋ ଭଉଣୀ ଏବଂ ମୋ ମା ମିଶି ଆମକୁ ମାରିଛନ୍ତି।ସେ ଇରଫାନ ଘର କଟକ।କିନ୍ତୁ ଏମାନେ ତାକୁ ପୁଅ କରି ଆଣି ରଖିଥିଲେ।ପରେ ତାକୁ ଜ୍ବାଇଁ କରିବାକୁ କହିଥିଲେ।

ଜ୍ବାଇଁ କହୁଥିଲେ ବି ସେ ଇରଫାନ ସବୁବେଳେ ମା ଏବଂ ଭଉଣୀ ମଝିରେ ଶୁଏ।ସେମାନେ ଖରାପ କାମ କରନ୍ତି।ତାଙ୍କୁ ବିରୋଧ କରିବାରୁ ମୋତେ ଟାଙ୍ଗିଆରେ ହାଣିଛନ୍ତି ଏବଂ ମୋ ବାପାଙ୍କ ମଧ୍ୟ ଶାବଳରେ ମାରିବାକୁ ଚେଷ୍ଟା କରିଥିଲେ। ତାଙ୍କୁ ବହୁତ ଥର ଗାଡିରୁ ଟାଣି ମାରିଛନ୍ତି।ମୁଁ ଏଠାରେ ନଥିଲି।

ଆଗରୁ ବାହାରେ ରହୁଥିଲି।ସେ ସମୟରେ ବାପାଙ୍କୁ ବହୁତ ହଇରାଣ କରିଛନ୍ତି ଏବଂ କଷ୍ଟ ମଧ୍ୟ ଦେଇଛନ୍ତି। ମୋ ସ୍ତ୍ରୀ ମୋତେ ଅଭିଯୋଗ କରିଥିଲେ ମଧ୍ୟ ମୁଁ ତାଙ୍କ କଥାକୁ ସତ ବୋଲି ଭାବୁ ନଥିଲି। ଯେତେବେଳେ ନିଜେ ଦେଖିଲି, ସେତେବେଳେ ତାଙ୍କୁ ବିରୋଧ କଲି।ଯାହାଫଳରେ ମୋତେ ସେମାନେ ମାଟିବାକୁ ଚେଷ୍ଟା କରିଥିଲେ।

ବୋହୁ କହିଥିଲେ ଯେ,ମୋତେ ମାରିବାକୁ ଚେଷ୍ଟା କରିଥିଲେ।ମୋ ପେଟରେ ମୋ ପିଲାକୁ ମଧ୍ୟ ସେମାନେ ନଷ୍ଟ କରିଛନ୍ତି।ମୋତେ ମାରିବାକୁ ଚେଷ୍ଟା ମଧ୍ୟ କରିଛନ୍ତି। ମୋ ଶାଶୁ ଏବଂ ନଣନ୍ଦ ଏଠାରେ ସେକ୍ସ କାରାବର କରୁଥିଲେ।’ ଗ୍ରାମବାସୀଙ୍କ ଅଭିଯୋଗ ଯୋଗୁଁ ପିସିଆର ଗାଡି ଆସି ପହଂଚି ଥିଲା।ତେବେ ପୋଲିସ ଏ ସମ୍ପର୍କରେ ଯଦି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରେ ତେବେ ବସ୍ତି ବାସିନ୍ଦା ଏନେଇ ନିଶ୍ଚିତ କିଛି ପଦକ୍ଷେପ ନେବେ।

Leave a Reply

Your email address will not be published. Required fields are marked *