ବାଇକ ମିଳିଲା ହେଲେ ଜଗବନ୍ଧୁ ମିଳୁନି,ନିଜ ୨୦ ଲକ୍ଷ ଟଙ୍କିଆ ବାଇକ Harley ଥୋଇ କୁଆଡେ ଉଭାନ ହେଇଗଲେ ଜଗବନ୍ଧୁ,ଏହି ଜାଗାରେ ଲୁଚିଛି !

କୁଆଡେ ଗଲେ ଜଗବନ୍ଧୁ ?କିନ୍ତୁ ଏବେ ତାଙ୍କ ଆପାର୍ଟମେଂଟ ଆଗରେ ଥୁଆ ହୋଇଛି ତାଙ୍କ ମନ ପସନ୍ଦ ଗାଡି।ଘର ଆଗରେ ଥୁଆ ହୋଇଛି ହାରଲି ଡେଭିଡସନ ଗାଡି।ସାମ୍ନାକୁ ଆସିଛି ଅର୍ଚ୍ଚନାଙ୍କ ସ୍ୱାମୀଙ୍କ ଜ୍ଵର ଆଗରେ ଥୁଆ ହୋଇଥିବା ହାରଲି ଡେଭିଡସନ ଗାଡି।ଏକ ଆପାର୍ଟମେଂଟ ଆଗରୁ ଏହା ଠାବ ହୋଇଛି। ନାଲି ରଙ୍ଗର ଏହି

ଗାଡିକୁ ଲୁଚାଇ ରଖିଥିଲେ ଜଗବନ୍ଧୁ। ଘଟଣା ପରଠାରୁ ଏହାକୁ ସେ ଲୁଚାଇ ରଖିଥିଲେ।ଅର୍ଚ୍ଚନାଙ୍କ କେସରେ ଜଗବନ୍ଧୁଙ୍କୁ ନୋଟିସ କରିଛି କମିଶନରେଟ ପୋଲିସ। ତେବେ ଏଥିପାଇଁ ସେ ସମୟ ନେଇଥିବା ବେଳେ କେବେ ହାଜିର ହେବେ ସେ ନେଇ ରହିଛି ନଜର।ତେବେ ଏଭଳି ସମୟରେ ଲୁଚାଇ ରଖିଥିବା

ଦାମୀ ବାଇକ ଏବେ ସାମ୍ନାକୁ ଆସିଛି।ଉଭୟ ଅର୍ଚ୍ଚନା ଏବଂ ଜଗବନ୍ଧୁ ବିଳାସ ପୂର୍ଣ୍ଣ ଜୀବନ ବିତାଉଥିଲେ।ବିଏମ୍ଡ଼ବ୍ଲ୍ୟୁ, ଫୋର୍ଡ ଏଣ୍ଡେଭ୍ୟୁର, ମହିନ୍ଦ୍ରା ଥର ଭଳି ଦାମୀ ଗାଡି ସବୁ ରହିଥିଲା।ତେବେ ସାମ୍ନାକୁ ଆସୁଛି ନୂଆ ନୂଆ ତଥ୍ୟ।ଅର୍ଚ୍ଚନା ଜେଲ ପବନ ଖାଉଥିବା ବେଳେ ତାଙ୍କର ଧମକର ତଥ୍ୟ ଖୋଲିବାକୁ ଲାଗିଛି।

ତାଙ୍କ ଲିଙ୍କରେ ଥିବା ପ୍ରତିଷ୍ଠିତ ବ୍ୟକ୍ତିଙ୍କ ତାଲିକା ଲମ୍ବିବାରେ ଲାଗିଛି। ଆଗକୁ ଅର୍ଚ୍ଚନାଙ୍କ ଲିଙ୍କରେ ଆସୁଥିବା ବଡ଼ ବଡ଼ିଆଙ୍କୁ ଜେରା କରିପାରେ ପୋଲିସ।ତେବେ ଅର୍ଚ୍ଚନାଙ୍କ ଡାଇରିରୁ ୫୦ ଜଣ ବ୍ୟକ୍ତିଙ୍କ ନାମ ପୋଲିସ ହାତରେ ଲାଗିଥିବା ସୂଚନା ମିଳିଛି।ଦୁଇ ଜଣ ଖଣି ଓନର ଏବଂ ଦୁଇ ଜଣ ବରିଷ୍ଠ ସରକାରୀ

ଅଧିକାରୀଙ୍କୁ ସେ ମୌକା ଦେଖି ଫସାଇବାକୁ ଯୋଜନା କରିଥିଲେ।ତେବେ କେଉଁମାନେ ତାଙ୍କ ଧମକର ତ ଶିକାର ହୋଇଥିଲେ ଏବଂ କିଭଳି ତାଙ୍କୁ ଜାଲରେ ଫସାଇ ଥିଲେ ଅର୍ଚ୍ଚନା, ତାହା ସବୁ ସାମ୍ନାକୁ ଆସିଥିଲା। ତେବେ ଏବେ ଚର୍ଚ୍ଚା ହେଉଛି ଅର୍ଚ୍ଚନାଙ୍କୁ ଜେରା ହେଲେ ଆହୁରି ଅଧିକ ଲୋକଙ୍କ କଥା ସାମ୍ନାକୁ ଆସିବ।

ଏହି ମିଳିଥିବା ହାରଲି ଡେଭିଡସନ ମିଳିଥିଲେ ମଧ୍ୟ କୁଆଡେ ଗଲେ ଜଗବନ୍ଧୁ।ସେ କେତେବେଳେ ସାମ୍ନାକୁ ଆସିବେ ଏବଂ ଖୋଲିକି ସବୁ କହିବେ ?ଆଉ କିଭଳି ନିଜ ସ୍ତ୍ରୀ ସହ ମିଶି ଏହି ପାପ ସାମ୍ରାଜ୍ୟ ଗଢି ତୋଳିଥିଲେ ତାହା କହିବେ।

Leave a Reply

Your email address will not be published. Required fields are marked *