ଟୁଙ୍ଗୁରୁ କୁ ପୁଣି ଖୋଜିଲେ ବର୍ଷା,କହିଲେ ସେ Hero ହେଇଯିବ ଆଉ କାହା ସହ ବୁଲିବ ମୁଁ ସହିବିନି,ଏବେ ତାକୁ ଧରିକି…

ଟୁଙ୍ଗୁରୁ ଭୋଳ ଆଉ ବର୍ଷାର ଘଟଣା ସାରା ଓଡ଼ିଶା ବାସୀ ଜାଣିସାରିଲେଣି। ରାତାରାତି ମଧ୍ୟ ସେମାନେ ନିଜ କଳା କାରନାମା ପାଇଁ ଭାଇରାଲ ହୋଇଯାଇଛନ୍ତି। ଏପରିକି ସେମାନଙ୍କୁ ବହୁତ ଆଲବମ ଗୀତରେ ଅଭିନୟ କରିବାକୁ ମିଳିଯାଉଛି, ବର୍ଷା ଆଉ ଟୁଙ୍ଗୁରୁ ରାତାରାତି ଷ୍ଟାର ହୋଇଗଲେ ଏହା କହିବା ଅତ୍ୟୁକ୍ତି ହେବନାହିଁ କିନ୍ତୁ ସେମାନଙ୍କ ବ୍ୟକ୍ତିଗତ ଜୀବନରେ ଏକ

ସମସ୍ୟା ଉପୁଜିଛି ଯାହାକି ଆଜି ଆମେ ଏହି ଆର୍ଟିକଲ ମାଧ୍ୟମରେ ଆଲୋଚନା କରିବୁ।ଭୁବନେଶ୍ୱରରେ ହଠାତ ବର୍ଷା ମିଡ଼ିଆ ଭାଇ ମାନଙ୍କ ସାମ୍ନାରେ ଉପସ୍ଥିତ ହେଲେ। ବର୍ଷାଙ୍କୁ ସେଠାରେ ପାଇ ମିଡ଼ିଆ ତାଙ୍କୁ ପ୍ରଶ୍ନ କରିବାକୁ ଲାଗିଲେ, ମିଡ଼ିଆଙ୍କ ପ୍ରଶ୍ନ ଥିଲା କି କଣ ଟୁଙ୍ଗୁରୁ ଭୋଳ ଆଉ ବର୍ଷା ଭିତରେ ଏବେବି ରିଲେସନ ଅଛି?

ଏଥିରେ ବର୍ଷା କହିଥିଲେ ହଁ ଆମ ଭିତରେ ଏବେବି ସମ୍ପର୍କ ଅଛି ଆଉ ଆମେ ଏବେବି ଫୋନରେ କଥା ହେଉଛୁ।ମିଡ଼ିଆଙ୍କ ଆଉ ଏକ ପ୍ରଶ୍ନ ଥିଲା କଣ ଟୁଙ୍ଗୁରୁଙ୍କ ପରିବାର ବର୍ଷାକୁ ଗ୍ରହଣ କରିବେ? ଏହି ପ୍ରଶ୍ନରେ ବର୍ଷା କହିଥିଲେ, “ଟୁଙ୍ଗୁରୁ ର ବାପା,ଭଉଣୀ ଆଉ ଭାଇ ମୋତେ ପୂର୍ବରୁ ଧମକ ଦେଇ କହୁଥିଲେ କି

ଆମେ ତତେ ମାରିଦେବୁ କିନ୍ତୁ ଏବେ ସେମାନେ କହୁଛନ୍ତି ଝିଅ ଆମେ ତତେ ବୋହୂ କରିବାକୁ ରାଜି ଅଛୁ କିନ୍ତୁ ତୁ କ୍ୟାମେରା ସାମ୍ନାକୁ ଆସେନାହିଁ। ଏହିକଥା ମୁଁ ମାନିନଥିଲି କାରଣ ଟୁଙ୍ଗୁରୁ ଯେମିତି ଷ୍ଟାର ହେଲା, ମୁଁ ବି ଚାହୁଁଛି ସେମିତି ଷ୍ଟାର ମୁଁ ବି ହେବି”।ଏହାପରେ ବର୍ଷା ମିଡ଼ିଆକୁ କହିଥିଲେ କି, ମଝିରେ ମୁଁ ଟୁଙ୍ଗୁରୁକୁ

କୋର୍ଟ ଫରୱାର୍ଡ କରିଥାନ୍ତି ଏଥିରେ ଟୁଙ୍ଗୁରୁ ମୋତେ ଫୋନ କରି ଅନୁରୋଧ କରି କହିଥିଲେ,” ବର୍ଷା ତୁ ମୋତେ କୋର୍ଟ ଫରୱାର୍ଡ କରନା କାରଣ ମୋ ନାଁ ତଳେ ପଡ଼ିଯିବ ଆଉ ମୁଁ ତୋ ବିନା ବଞ୍ଚି ପାରିବିନାହିଁ”। ଏଥିପାଇଁ ମୁଁ ଟୁଙ୍ଗୁରୁକୁ କୋର୍ଟ ଚାଲାଣ କରିନଥିଲି।

Leave a Reply

Your email address will not be published. Required fields are marked *