ଉତ୍ତର ପ୍ରଦେଶର ରାଇପୁର ଗ୍ରାମରେ ଜଣେ କୃଷକ ରୁହନ୍ତି ତାଙ୍କ ନାମ ହରିଦତ୍ତ ଅଟେ। ସେ ଜଣେ ବ୍ରାହ୍ମଣ ଥିଲେ ଓ ତାଙ୍କ ପାଖରେ ନିଜର କ୍ଷେତ ଥିଲା। ତାଙ୍କର ଚାଷଜମିରେ କୌଣସି ଫସଲ ହେଉନଥିଲା ଓ ସେ ଚିନ୍ତାରେ ରହୁଥିଲେ। ଦିନେ ସେ ଚିନ୍ତାରେ ନିଜ କ୍ଷେତ ପାଖରେ ଥିବା ଏକ ଗଛ ମୂଳରେ ଶୋଇଥିଲେ ଓ ଅଚାନକ ତାଙ୍କ ସାମ୍ନାକୁ ଏକ ନାଗସାପ ଚାଲି ଆସିଲା।
ନିଜ ସାମ୍ନାରେ ନାଗସାପକୁ ଦେଖି ପ୍ରଥମେ ହରିଦତ୍ତ ଡ଼ରିଗଲେ ଓ ସେ ପରେ ଭାବିଥିଲେ ଏହି ସାପକୁ ସେ ନିଜ କ୍ଷେତରେ ବହୁତଥର ଦେଖିଛନ୍ତି। ଏହାପରେ ସେ ସାପଟିକୁ କହିଥିଲେ, ନାଗ ଦେବତା ମୋତେ କ୍ଷମା କରିଦେବେ, ମୁଁ ତୁମକୁ ଏକ ସାଧାରଣ ସାପ ଭାବି ଧ୍ୟାନ ଦେଉନଥିଲି କିନ୍ତୁ କଣପାଇଁ ଆପଣ ଏଠାକୁ
ଆସିଛନ୍ତି ବୋଲି ହରିଦତ୍ତ ସାପଟିକୁ ପ୍ରଶ୍ନ କଲେ କିନ୍ତୁ ସାପଟି ସେହିଠାରେ ରହିଲା କୁଆଡେ ଗଲାନାହିଁ।ହରିଦତ୍ତ ଭାବିଲେ ସାପଟିକୁ କ୍ଷୀର ପିଆଇବାକୁ ଦେବେ ଓ ସେ ଏକ ମାଟି ପାତ୍ରରେ ସାପଟିକୁ କ୍ଷୀର ପିଆଇବାକୁ ଦେଲେ ଓ ସେଠାରୁ ଚାଲିଗଲେ। ପରଦିନ ହରିଦତ୍ତ ଆସି ଦେଖନ୍ତି ତ ସାପଟି କ୍ଷୀର ପିଇ
ଚାଲିଯାଇଛି ଓ ପାତ୍ରରେ ଏକ ସୁନା ମୁଦ୍ରା ରଖାଯାଇଛି। ଏହାଦେଖି ହରିଦତ୍ତ ଖୁସି ହୋଇଗଲେ ଓ ସେ ନିତିଦିନ ସେହି ମାଟି ପାତ୍ରରେ କ୍ଷୀର ଦେବା ଆରମ୍ଭ କରିଦେଲେ ଓ ସବୁଦିନ ମଧ୍ୟ ଏକ ସୁନା ମୁଦ୍ରା ତାଙ୍କୁ ମିଳୁଥିଲା।ଦିନେ ହରିଦତ୍ତ ଏକ ପୂଜାପାଠ କାମରେ ବାହାର ଗାଁକୁ କିଛିଦିନ ଚାଲିଗଲେ ଓ ନିଜ
ପୁଅକୁ ବତାଇ ଦେଇଗଲେ ଯେ, ସାପକୁ ପ୍ରତିଦିନ କ୍ଷୀର ଦେଇ ସୁନା ମୁଦ୍ରା ନେଇ ଚାଲିଆସିବାକୁ, ପୁଅ ନିଜ ପିତାଙ୍କ କଥାନୁଯାୟୀ ପ୍ରତିଦିନ ସାପକୁ କ୍ଷୀର ପିଇବାକୁ ଦେଇ ଗୋଟିଏ ସୁନା ମୁଦ୍ରା ନେଇ ଚାଲିଆସେ।ଦିନେ ହରିଦତ୍ତଙ୍କ ପୁଅ ମନରେ ଲୋଭ ଆସିଲା ଓ ସେ ଭାବିଥିଲା ସାପଟି ପାଖରେ ବହୁତସାରା
ସୁନା ମୁଦ୍ରା ଥିବ। ଯଦି ସେ ସାପ ଦ୍ୱାରା ରଖାଯାଇଥିବା ସୁନା ଭଣ୍ଡାର ବିଷୟରେ ଜାଣିଯିବ ତାହେଲେ ସେ ମାଲାମାଲ ହୋଇଯିବ। ଏହିକଥା ଭାବି ସେ ସାପକୁ ପରଦିନ କ୍ଷୀର ପିଇବାକୁ ଦେଲା ଓ ପଛପଟୁ ସାପକୁ ମାରିବାକୁ ଯାଉଥିବା ବେଳେ ସାପଟି ଜାଣିଦେଲା ଓ ତାକୁ ଚୋଟ ମାରିଦେଲା। ଏହାପରେ ହରିଦତ୍ତଙ୍କ
ପୁଅର ସେଠାରେ ମୃତ୍ୟୁ ହୋଇଗଲା।ନିଜ ପୁଅର ମୃତ୍ୟୁ ଖବର ପାଇ ହରିଦତ୍ତ ସମସ୍ତ କଥା ଜାଣିବାପରେ ତାକୁ ଖରାପ ଲାଗିଥିଲା। ଏଥିରୁ ଆମକୁ ଜାଣିବାକୁ ମିଳିଲା ଯେ, ଆମ ପାଖରେ ଯାହାଅଛି ସେଥିରେ ଆମେ ଖୁସିରେ ରହିବା ଉଚିତ ଓ ଅତ୍ୟଧିକ ଲୋଭ କଲେ ପରିଣାମ ଭୋଗିବାକୁ ପଡ଼ିଥାଏ।