ଦ୍ଵିତୀୟ ବିବାହ କରୁଥିବା ସମୟରେ ନିଜର ଦୁଇ ଛୁଆଙ୍କୁ ଧରି ପହଞ୍ଚିଲା first ସ୍ତ୍ରୀ ଓ କହିଲା ତୁ କେତେ କାଢ଼ୁଆ ମୋତେ ପାରିଲୁନି ଏବେ ଆଉ ଗୋଟେ…

Uncategorized

ଘଟଣାଟି ଓଡ଼ିଶାର ଅନୁଗୁଳ ଜିଲ୍ଲାରୁ ସାମ୍ନାକୁ ଆସିଛି ଯେତେବେଳେ ଜଣେ ବ୍ୟକ୍ତିଙ୍କର ମଣ୍ଡପରେ ବାହାଘର ଚାଲିଥିବା ସମୟରେ ଜଣେ ମହିଳା ଆସି ସେଠାରେ ହଙ୍ଗାମା କରିବା ଆରମ୍ଭ କରିଦେଲେ ଓ ବାହାଘର ଅଟକାଇ ଦେଲେ। ଏହାପରେ ମହିଳା ଜଣକ ନିଜର ପରିଚୟ ଦେଇ କହିବାକୁ ଲାଗିଲା, ମୁଁ ହେଉଛି ପ୍ରଥମ ସ୍ତ୍ରୀ ଓ ମୋର ଦୁଇଟି ଛୁଆ ଥାଉ ଥାଉ ତୁ କେମିତି ଦ୍ବିତୀୟ ବିବାହ କରିବାକୁ ସାହାସ କଲୁ।

ପ୍ରଥମ ସ୍ତ୍ରୀର କହିବାକଥା ହେଉଛି, ବ୍ୟକ୍ତି ଜଣକ ତାଙ୍କୁ ତିନିବର୍ଷ ତଳେ ବିବାହ କରିଥିଲେ ଓ ବିବାହ ପରେ ତାଙ୍କ ସହ ଝଗଡ଼ା ଲଗାଇ ଅଲଗା ହୋଇଯାଇଥିଲେ ଓ ଏକଲା ରହିବାକୁ ଲାଗିଲେ। ମହିଳା ଏଥିସହ ଏହାମଧ୍ୟ କହିଥିଲେ କି, ସ୍ୱାମୀ ଓ ତାଙ୍କ ପରିବାର ଲୋକେ ମୋ ଚରିତ୍ର ଉପରେ ସବୁବେଳେ ଆଙ୍ଗୁଠି ଉଠାଉଥିଲେ।

ଏହାପରେ ମୋ ସ୍ୱାମୀ ଓ ତାଙ୍କ ପରିବାର ମୋତେ ଛାଡ଼ି ଦେଇଥିଲେ। ଏହାର କିଛିବର୍ଷ ପରେ ମହିଳା ଦୁଇଟି ସନ୍ତାନ ଜନ୍ମ ଦେଇଥିଲେ ଓ ସେ କୁହନ୍ତି କି, ଛୁଆ ଦୁହିଁଙ୍କୁ ସେ ବାସନ ମାଜି ଚଳାଉଛନ୍ତି। ସେ ଖବର ପାଇ ଆସି ଦେଖନ୍ତି ତ ତାଙ୍କ ସ୍ଵାମୀ ଦ୍ବିତୀୟ ବିବାହ କରୁଛନ୍ତି ଯାହାକି ସେ ହେବାପାଇଁ ଦେଇନଥିଲେ।

ଅନ୍ୟପଟେ ମିଡ଼ିଆ ସ୍ୱାମୀଙ୍କୁ ପଚରାଉଚରା କରିବା ପରେ ସ୍ୱାମେ କହିଥିଲେ ଯେ, ତିନିବର୍ଷ ତଳେ ମୁଁ ସେହି ମହିଳାଙ୍କୁ ବିବାହ କରିଥିଲି ସତ କିନ୍ତୁ ସେ ମୋତେ ଧୋଖା ଦେଇଥିଲେ ଓ ନିଜ ପୁରୁଣା ପ୍ରେମିକ ସହିତ କଥାବାର୍ତ୍ତା ହେଉଥିବା ସମୟରେ ସେ ତାଙ୍କୁ ଧରିଥିଲେ। ଏହାପରେ ମୁଁ ତାଙ୍କୁ ବୁଝାଇଥିଲି କିନ୍ତୁ

ସେ ସୁଧୁରିନଥିଲେ ଓ ତାଙ୍କ ପୁରୁଣା ପ୍ରେମିକ ସହିତ ଶାରିରୀକ ସମ୍ଵନ୍ଧ ବନାଇଥିଲେ।ଏହାପରେ ମୁଁ ତାଙ୍କୁ ଛାଡପତ୍ର ଦେବାକୁ ବାଧ୍ୟ ହୋଇଥିଲି ଓ ଛାଡ଼ପତ୍ର ପାଇଁ ଅନୁଗୁଳ ନ୍ୟାୟାଳୟରେ ଏକ କେସ ଫାଇଲ କରିଥିଲି। ପରେ କିଛିମାସ ପରେ ମୁଁ ମହିଳାଙ୍କ ବିପକ୍ଷରେ ଛାଡ଼ପତ୍ର ପ୍ରସ୍ତୁତ କରି ରଖିଲି।

ଏହାପରେ ମୁଁ ଦ୍ବିତୀୟ ବିବାହ କରିବାକୁ ନିର୍ଣ୍ଣୟ ନେଇ କଣ ଭୁଲ କଲି? ଏହା ମୋ ଉପରେ ନିର୍ଭର କରୁଛି ଯେ, ମୁଁ ଆଗକୁ କଣ କରିବି ଓ କଣ ନକରିବି ଓ ମହିଳାଙ୍କ ଏଭାଳି କର୍ତ୍ତୃତ୍ୱ ପାଇଁ ମୁଁ ପୋଲିସ ପାଖରେ ଏହାର ଅଭିଯୋଗ ଜାରି କରିବି

Leave a Reply

Your email address will not be published. Required fields are marked *