ଆରପାରିରେ Amrita ହେଲେ ଝୁରୁଛି ଯାଜପୁର ଜିଲ୍ଲା ନନ୍ଦିପୁର ସ୍କୁଲ,ପ୍ରତିଟି ଆଖିରେ ଲୁହ…

Uncategorized

ଅମ୍ରିତାକୁ ଝୁରୁଛି ଯାଜପୁର ଜିଲ୍ଲା ନନ୍ଦିପୁର ସ୍କୁଲ।ଗୁରୁ ଦିବସରେ ଖାଁ ଖାଁ ବିଦ୍ୟାଳୟ।ସମସ୍ତଙ୍କୁ ଦୁଃଖ ଦେଇଛି ତାଙ୍କର ଅନୁପସ୍ଥିତି।ଶୋକରେ ସାଙ୍ଗସାଥି ଆଉ ଶିକ୍ଷକ ଶିକ୍ଷୟତ୍ରୀ।ଆଖିର ଲୋହ ଆଉ ମନର କୋହ କହୁଛି ସେ ସମସ୍ତଙ୍କର ଥିଲେ କେତେ ନିଜର।ସେ ବୋଧେ ପାଇ ସାରିଥିଲେ ମୃତ୍ୟୁର ପୂର୍ବାଭାସ ସେଥିପାଇଁ ତ ଗୁରୁ ଦିବସ ପୂର୍ବରୁ ଜଣାଇ ଦେଇଥିଲେ ହାପି ଟିଚର ଡେ।

ଆଜି ଗୁରୁ ଦିବସ ଆଉ ପ୍ରକମ୍ପାନାରେ କମ୍ପିଥିଲା ଓଡ଼ିଶାର ପ୍ରତେକ ବିଦ୍ୟାଳୟ।ମାତ୍ର ଏହି ବିଦ୍ୟାଳୟରେ ତାଙ୍କର ଫୋଟୋ ରଖି ଶୋକ ପାଳିଛନ୍ତି ସମସ୍ତ ଛାତ୍ର ଛାତ୍ରୀ।ତାର ସ୍ମୃତିକୁ ସାଉଁଟିଛନ୍ତି।ତାର ଫୋଟୋକୁ ଧରି କାନ୍ଦିଛନ୍ତି।ଶ୍ରେଣୀ ଗୃହେରେ ଥିବା ଟେବୁଲ ମଧ୍ୟ ତାଙ୍କର ଶୁନ୍ୟତାକୁ ବଖାଣିଛି।ତାଙ୍କର ବସିବା ସ୍ଥାନକୁ ଛାଡି

ଯାଇଛନ୍ତି ତାଙ୍କର ସାଙ୍ଗସାଥି।ସେ ଥିଲେ ଆଜି ସମସ୍ତଙ୍କ ଠାରୁ ଅଧିକ ଖୁସି ହୋଇଥାନ୍ତା ବୋଲି ତାଙ୍କର ସାଙ୍ଗ ସାଥି ମନେ କହିଛନ୍ତି।ତାଙ୍କର ସାଙ୍ଗ ଜଣେ କହିଛନ୍ତୁ ସେ ବହୁତ ଆଗ୍ରହ ସହିତ ଅପେକ୍ଷା କରିଥିଲେ ଗୁରୁ ଦିବସ ପାଇଁ।ସେ ତାଙ୍କ ଶ୍ରେଣୀରେ ମଧ୍ୟ ବହୁତ ଭଲ ପାଠ ପଢୁଥିଲେ।ସେମାନେ କହିଛନ୍ତି

ସେ ସମସ୍ତଙ୍କ ସହିତ ବହୁତ ଭଲ ମିଶିଥାଏ।ସେମାନେ ଗୁରୁ ଦିବସ ପାଇଁ ବହୁତ ସମୟ ଏକାଠି ବିତିଥିଲେ।ସେ ଗୁରୁ ଦିବସ ପାଇଁ ମଧ୍ୟ ବହୁତ ଯୋଜନା ଏକା ସାଙ୍ଗରେ ମିଶି କରିଥିଲେ।ସେ ସୌଭାବରେ ଯେମିତି ପାଠ ପଢ଼ାରେ ମଧ୍ୟ ସେମିତି।ପୁରା ବିଦ୍ୟାଳୟରେ ସେ ଥିଲା ଜଣେ ଭଲ ଛାତ୍ରୀ।

ଗୁରୁ ଦିବସ ପାଇଁ ସେ ଆଗରୁ ପ୍ରସ୍ତୁତି ମଧ୍ୟ କରି ଦେଇଥିଲେ।ସେ ଜଣେ ଶିକ୍ଷୟତ୍ରୀକୁ ମଧ୍ୟ ଆଗୁଆ ଗୁରୁ ଦିବସ ପାଇଁ ଶୁଭେତ୍ସା ଜଣାଇ ଦେଇଥିଲେ।ଏହି କଥାକୁ ମନେ ପକେଇ ବାହୁନି କାନ୍ଦିଛନ୍ତି ଶିକ୍ଷକ ଶିକ୍ଷୟିତ୍ରୀ।ତାଙ୍କର ଜଣେ ଶିକ୍ଷୟତ୍ରୀ କହିଛନ୍ତି କି ସେ ତାଙ୍କୁ ଆଗରୁ ହିଁ ଗୁରୁ ଦିବସର ଶୁଭେତ୍ସା ଜଣାଇ ଦେଇଥିଲେ।

ଆଉ କହିଥିଲେ ଆପଣ ଠିକ ସମୟରେ ଆସି ପହଞ୍ଚିବେ ବୋଲି।ଗତଦିନ ଅମ୍ରିତା ପାଖ ଗ୍ରାମକୁ ପଢିବାକୁ ଯାଇଥିଲା ମାତ୍ର ସେ ଆଉ ଘରକୁ ଫେରି ନ ଥିଲା।ତାଙ୍କର ମୃତ ଦେହ ଏକ ପୋଖରୀରୁ ଉଦ୍ଧାର କରା ଯାଇଥିଲା।ତେଣୁ ପରିବାର ଲୋକ ଅଭିଯୋଗ କରିଛନ୍ତି କି ତାଙ୍କୁ ମାରି ଦିଆ ଯାଇଛି ବୋଲି।ଏଥିପାଇଁ ପୋଲିସର ତନାଘନା ଲାଗି ରହିଛି।

Leave a Reply

Your email address will not be published. Required fields are marked *