ବାହାଘର ପୂର୍ବରୁ ଭଲ ପାଉଥିଲି,ବାହାଘର ପରେ ପ୍ରେମିକକୁ ନେଇ OYO ନେଇକି ଗଲି,ଆଉ ତାପରେ ଖେଳ ଚାଲିଲା ବେଳେ ହଟାତ…

Uncategorized

ଦର୍ଶକ ବନ୍ଧୁ ଶୁଭଶ୍ରୀଙ୍କ ମୃତ୍ୟୁକୁ ନେଇ ଲୋକ ଏବେ ଏମିତି ଚର୍ଚ୍ଚା କଲେଣି କି ଓୟୋ ଖେଳ ହେଲା କାଳ।ଦର୍ଶକ ବନ୍ଧୁ ଏଠି କହି ରଖିବା ପାଇଁ ଚାହିଁବୁ ମୃତ ଶୁଭଶ୍ରୀ ମହାପାତ୍ରଙ୍କର ପୁରୁଷ ବନ୍ଧୁ ଚିତ୍ତରଞ୍ଜନ ଜେନା ଉଭୟ ଉଭୟକୁ ଭଲ ପାଉଥିଲେ।ଏମିତି କି ଶୁଭଶ୍ରୀଙ୍କର ବିବାହ ପୂର୍ବରୁ ଗଢି ଉଠିଥିଲା ପ୍ରେମ ସମ୍ପର୍କ।ଆଉ ଏହି ଦିଜଣ ହଉଛନ୍ତି ଗୋଟିଏ ଗାଁର।ତେଣୁ ଉଭୟଙ୍କ ମଧ୍ୟରେ ଗଢ଼ି ଉଠିଥିବା ପ୍ରେମ ସମ୍ପର୍କ ଖୁବ ନିବିଡ଼ ଥିଲା।

ସମୟ କ୍ରମେ ଶୁଭଶ୍ରୀ ମହାପାତ୍ର ଅନ୍ୟ ଜାଗାରେ ବିବାହ କରନ୍ତି ଏବଂ ତାଙ୍କର ଗୋଟିଏ ପିଲାଟିଏ ମଧ୍ୟ ହୁଏ କିନ୍ତୁ ପରବର୍ତ୍ତୀ ସମୟରେ ସେ ପୁଣିଥରେ ବାଉଁଶ ଗଦାର ନିଆଁ କୁହୁଳିଲା ପରି ଜଳି ଉଠିଥିଲା ପ୍ରେମର ନିଆଁ।ଚିତ୍ତରଞ୍ଜନ ଆଉ ଶୁଭଶ୍ରୀ ପୁଣିଥରେ ମନେ ପକେଇଦେଇଥିଲେ ଅତୀତ ଦିନରେ ହଜାଇ ଦେଇଥିବା ସବୁ ସ୍ମୃତି।

ଦୁଇଜଣ ଖାଲି ବିରହ ପ୍ରେମରେ ଗୋଳେଇ ଘାଣ୍ଟି ହଉଥିଲେ ଆଉ ତାପରେ ସମୟ ସୁବିଧା ଦେଖି ଓୟୋ ରୁମକୁ ଯାଉଥିଲେ।ଆଉ ଏହାରି ଭିତରେ କୁଆଡେ ପୁରୁଷ ବନ୍ଧୁ ଚିତ୍ତରଞ୍ଜନର ବାହାଘର ଠିକ ହେଇଯାଇଥିଲା।ଶୁଭଶ୍ରୀ ଏହାକୁ ସହି ପାରୁନଥିଲା ଆଉ ଶୁଭଶ୍ରୀ ବାରମ୍ବାର ଚିତ୍ତରଞ୍ଜନକୁ କଲ କରିଥିଲା।

ଆଉ ଶେଷରେ ଯେତେବେଳେ ଚିତ୍ତରଞ୍ଜନଙ୍କର ବାହାଘର ଅନ୍ୟ ଜାଗାରେ ଠିକ ହେଇ ସାରିଛି ସେ ମଧ୍ୟ ଶୁଭଶ୍ରୀଙ୍କ ଠାରୁ ମୁହା ଫେରାଇବାକୁ ଚାହୁଁଥିଲା।ଯାହାକୁ କେବେବି ସହଜରେ ଗ୍ରହଣ କରି ପାରୁନଥିଲା ଶୁଭଶ୍ରୀ ମହାପାତ୍ର।ସ୍ବାମୀ ଘରେ ନଥିବାବେଳେ ପୁଅକୁ ଟୁସନ ଛାଡ଼ି ଦେଇ ପୁରୁଷ ବନ୍ଧୁ ଚିତରଞ୍ଜନକୁ

ଘନ ଘନ କଲ କରିଥିଲେ ଆଉ ଚିତ୍ତରଞ୍ଜନ ମଧ୍ୟ ଆସିଥିଲେ।କିନ୍ତୁ ଉଭୟଙ୍କ ମଧ୍ୟରେ ପାଟି ତୁଣ୍ଡ କୁଆଡେ ହୋଇଥିଲା।ଆଉ ତାପରେ ପୁରୁଷ ବନ୍ଧୁ ଚିତ୍ତରଞ୍ଜନ କୁଆଡେ ଘର ବାହାରକୁ ପଳେଇଥିଲେ ଆଉ ଶୁଭଶ୍ରୀ ନିଜ ଜୀବନ ହାରି ଦେଇଥିଲେ।ଏହାକୁ ଯେତେବେଳେ ଚିତ୍ତରଞ୍ଜନ ଦେଖିଥିଲେ ଠିକ ସେତିକି ବେଳେ ପୋଲିସ ଭୟରେ

ଓଢଣି ଟିକୁ ନେଇ ପୋଖରୀରେ ଫିଙ୍ଗି ଦେଇଥିଲେ।ଆଉ ଜଉ ଟେବୁଲ ଉପରେ ଶୁଭଶ୍ରୀ ଛିଡା ହେଇଥିଲେ,ସେଇ ଟେବୁଲକୁ ମଧ୍ୟ ପୂର୍ବ ସ୍ଥାନକୁ ନେଇ ଯାଇଥିଲେ।ଆଉ ପୋଲିସ ଆସିବ ଭୟରେ ଏମିତି କିଛି କରିଛି ବୋଲି ଚିତ୍ତରଞ୍ଜନ ପୋଲିସ ଆଗରେ ମାନି ସାରିଛି।ଆଉ ଏହି ଆଧାରରେ ପୋଲିସ ପୁରୁଷ ବନ୍ଧୁକୁ ଅଟକ ରଖି ଘଟଣାର ଛାନ ଭିନ କରୁଛି।

Leave a Reply

Your email address will not be published. Required fields are marked *