ଭୁବନେଶ୍ୱର ରାସ୍ତାରେ ଗାଡି ପୂଜା ହେଉଛି ଆଉ ନାନା ଏଭଳି Mantra ପଢିଲେ ଶୁଣିଲେ ଆପଣ ମୁଣ୍ଡରେ ହାତ ଦେବେ,ରାତାରାତି ଭାଇରଲ ହେଲା ଭିଡିଓ…ଦେଖନ୍ତୁ Video

Uncategorized

ଆମ ଭାରତବର୍ଷରେ ଆମେ ମାନିଥାଉ ଯେ, ଯଦି ଆମ ଘରକୁ କୌଣସି ନୂଆ ଯାନବାହାନ କିଣାହୋଇ ଆସୁଛି ତାହେଲେ ଏହାର ପୂଜା କରିବା କାମ ପ୍ରଥମେ ହୋଇଥାଏ। କାରଣ ଆମର ଏହା ମାନିବା ଅଛି ଯେ, ଯଦି ନୂଆ ଯାନ ଆଣିବାପରେ ଏହାକୁ ପୂଜା କରାନଯାଏ ତାହେଲେ ଭଗବାନ ଅଶାନ୍ତି ହୁଅନ୍ତି ଓ କିଛି ନା କିଛି ଅଘଟଣ ଆମକୁ ଏହି ଗାଡ଼ି ମାଧ୍ୟମରେ ହୋଇଥାଏ।

ସେଥିପାଇଁ ଗାଡ଼ିକୁ ଆମେ ନାନାଙ୍କୁ ଡ଼କାଇ ପୂଜାର୍ଚ୍ଚନା କରିଥାଉ ଓ ଏହିପରି ଏକ ଗାଡ଼ି ପୂଜା କରିବାର ଭିଡ଼ିଓ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି। ଆସନ୍ତୁ ଜାଣିବା କଣ ହୋଇଥିଲା…ଘଟଣାଟି ଭୁବନେଶ୍ୱର କିମ୍ବା କଟକର ବୋଲି ଜଣାପଡ଼ୁଛି। ନ୍ୟାଶନାଲ ହାଇୱେ ଉପରେ ଏକ ନୀଳ ରଙ୍ଗର ମାରୁତି ସୁଜୁକି

ନୂଆ ଡିଜାୟାର କାର ରଖାଯାଇଛି ଓ ଏହା ସାମ୍ନାରେ ଜଣେ ନନା ବସିଛନ୍ତି ଯିଏକି ଗାଡ଼ିର କର୍ମ ଓ ପୂଜା କାମ ପାଇଁ ଆସିଛନ୍ତି। ପ୍ରଥମେ ଭିଡ଼ିଓରେ ସବୁକିଛି ଠିକଠାକ ଥିବାଭଳି ମନେ ହେଉଛି କିନ୍ତୁ ନନା ମନ୍ତ୍ର ପଢ଼ିବା ଆରମ୍ଭ କଲାପରେ ତାଙ୍କ ମନ୍ତ୍ରରୁ ଯାହା ଆମକୁ ଶୁଣିବାକୁ ମିଳିଲା ତାହା ଥିଲା ବହୁତ ଅଦ୍ଭୁତ।

ନନା ପ୍ରଥମେ ଗାଡ଼ି ସାମ୍ନାରେ ରାସ୍ତା ଉପରେ ବସିପଡ଼ିଲେ ଓ ଏକ ଥାଳିରେ ସମସ୍ତ ପୂଜା ସାମଗ୍ରୀ ଗୁଡ଼ିକୁ ମଧ୍ୟ ଯୋଗାଡ଼ କରି ରଖିଦେଲେ। ଏହାପରେ ନନା ମନ୍ତ୍ରପାଠ କରିବା ଆରମ୍ଭ କରିଥିଲେ, ଏହି ମନ୍ତ୍ରରେ ନନା ଯାହା ବୋଲିଲେ ଆପଣ ଶୁଣି ହସିବେ ନା ନନାଙ୍କୁ ତାଗିଦ କରିବେ ଏହା ସମ୍ପୂର୍ଣ୍ଣ ଭାବରେ ଭୁଲିଯିବେ।

ଆସନ୍ତୁ ଦେଖିବା ନନା ପୂଜା କରିବା ସମୟରେ କେଉଁ ମନ୍ତ୍ର ବୋଲିଲେ।ନନା ପ୍ରଥମେ ଆରମ୍ଭ କଲେ, ପୂଜା କର୍ମାଣି, ଗାଡ଼ି ଚକା ସ୍ୱାହା, କାରଟି ଆସିଛି ସ୍ୱାହା, କାର ମାଲିକଙ୍କୁ ଭଗବାନ ସାହା ହୁଅନ୍ତୁ ସ୍ୱାହା, କାରର ଡ୍ରାଇଭରଙ୍କୁ ସ୍ୱାହା, ଭଗବାନ ଟିକେ ଭୋଗ ଖାଇଦିଅ ସ୍ୱାହା ଆଉ ଯେଉଁଠି କିଛିବି ମନେ ନପଡ଼ୁଛି

ସେଠାରେ ନନା ଓଁ ସ୍ୱାହା କହି କାମ ଚଳାଇ ଦେଉଛନ୍ତି। ନନାଙ୍କ ଏହି ଭିଡ଼ିଓ ସୋସିଆଲ ମିଡ଼ିଆକୁ ଆସିବାପରେ କମ ସମୟ ମଧ୍ୟରେ ଭାଇରାଲ ହୋଇଯାଇଥିଲା ଓ ବହୁତ ସାରା ଭିୟୁଜ ମଧ୍ୟ ମିଳିଥିଲା। କିଛିଲୋକେ ଏହା ଉପରେ ନିଜର ଭଲ ମତ ରଖିଥିଲେ ତ ଆଉକିଛି ଏହା ବିରୋଧରେ କହିଥିଲେ।

Leave a Reply

Your email address will not be published. Required fields are marked *