ଧନିଆଁ କେବଳ ପରିବାରେ ନୁହେଁ ବରଂ ଶରୀରକୁ ବି ସଜାଡି ଦିଏ – ଆସନ୍ତୁ ଜାଣିବା ଧନିଆଁର ଫାଇଦା ବିଷୟରେ

ଆଜିକାଲି ଲୋକ ଫିଟନେସ୍ କୁ ନେଇକରି ଚିନ୍ତିତ ରୁହନ୍ତି, ସ୍ୱାସ୍ଥ୍ୟ ଲାଭ ପାଇଁ ଧନିଆଁର ଜୁସ୍ ପିଇବା ଏକ ଭଲ ବିକଳ୍ପ ଅଟେ, ଯାହା ଧନିଆଁର ପତ୍ରରେ ଥାଏ,  ଏହା ବହୁତ କାମିକା ଜିନିଷ ଅଟେ, ଏଥିରେ ଅନେକପ୍ରକାରର ଫ୍ୟାଟ୍ରୋନ୍ୟୁଟ୍ରିଏନ୍ସ ଓ ଆଣ୍ଟୀଏକ୍ସିଡେନ୍ସ ମିଳିଥାଏ, ଯାହା ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭଦାୟକ ହୋଇଥାଏ, ନଡିଆ ପରି ଧନିଆଁର ପ୍ରତ୍ୟେକ ଭାଗ ଯେପରି ଜଡ, ଡାଳ, ପତ୍ର, ମଞ୍ଜି ସବୁ ଉପଯୋଗୀ ହୋଇଥାଏ,  ଓ ଆପଣ ଏହାକୁ ନାନାପ୍ରକାରର ଫାଈଦା ପାଇଁ କରିପାରିବେ । ଧନିଆଁରେ ନାନା ରୋଗରୁ ରକ୍ଷା କରେ, ଓ ଏଥିରେ ଆଣ୍ଟିସେପ୍ଟିକ୍ ଶକ୍ତି ଓ ବାୟୁନାଶୀ ଗୁଣ ହୋଇଥାଏ,ଏହାର ବାସ୍ନା ବି ଭଲ ହୋଇଥାଏ, ଏହାକୁ ଆମେ ହର୍ବାଲ୍ ଓ ମସଲା ରୁପରେ ଉପଯୋଗ କରୁଥିବାରୁ ଏହାର ଚାହିଦା ସାରା ବିଶ୍ୱରେ ରହିଛି,ସବୁଠାରୁ ଭଲ କଥା ଏହା କି ସହଜରେ ମିଳିଯାଏ, ଓ ମହଙ୍ଗା ବି ନୁହେଁ, ଏହା ସବୁ ଘର ରୋଷେଇଘରେ ମିଳିଯାଏ , ଧନିଆଁ ନା କେବଳ ପରିବାରେ ସିମିତ, ବରଂ ଏହା ଶରୀର ପାଇଁ ବି ଉପଯୋଗୀ ହୋଇଥାଏ, ଏଥିରେ ବହୁ ପ୍ରକାରର ଔଷଧୀୟ ଗୁଣ ଅଛି, ଧନିଆଁର ଜୁସ୍ ର ସ୍ୱାସ୍ଥ୍ୟ ବର୍ଦ୍ଧକ ଫାଈଦା ବିଷୟରେ ଜାଣିନିଅନ୍ତୁ ।

୧) କିଡନୀକୁ କରେ ସଫା- ଆମର କିଡନୀ ଏକ ଭଲ ଫିଲଟର୍ ଅଟେ, ଯାହା ବର୍ଷ ବର୍ଷ ଧରି ଦୁଷିତ ରକ୍ତକୁ ସଫା କରିବାରେ ସାହାଯ୍ୟ କରେ, ଏକ ମୁଠା ଧନିଆଁର ପତ୍ର କୁ ନେଇ ତାକୁ ଛୋଟ ଛୋଟ ଖଣ୍ତରେ କାଟିଦିଅନ୍ତୁ ଓ ଭଲ ଭାବରେ ଧୋଇଦିଅନ୍ତୁ, ତାପରେ ଗୋଟେ ଗିନାରେ ୧ ଲିଟର ପାଣି ନେଇ ସେଥିରେ ପକାଇଦିଅନ୍ତୁ, ୧୦ ମିନିଟ୍ ପାଣିରେ ପକାଇ ସିଝାଇଦିଅନ୍ତୁ, ଏବେ ସିଝିଲାପରେ ଛାଣିଦିଅନ୍ତୁ, ଓ ଥଣ୍ତା ହେବା ପରେ ଆପଣ ଏହାକୁ ଖାଲି ପେଟରେ ଗୋଟେ ଗ୍ଲାସ୍ ପିଅନ୍ତୁ, ଦେଖିବେ ପରିଶ୍ରା ଦ୍ୱାରା ସବୁ ମଇଳା ବାହାରିଯିବ । ଯଦି ଏହା ସହ କିଛି ଜୁଆଣୀ ମିଶାଇଦେବେ ତେବେ ଆହୁରି ଭଲ ।

୨) ଭଲ ନିଦ୍ରା ଆସେ- ଆଜିକାଲି ଭଲରେ ଶୋଇବା ଯେପରି ବହୁତ ମୁସକିଲ୍ ହୋଈଯାଇଛି, ଏହାର ମୁଖ୍ୟ କାରଣ ଦିନ ସାରା ର ଚିନ୍ତା ବହୁତ ଲୋକଙ୍କୁ ନିଦ ନ ଆସିବାର ଚିନ୍ତା ରହିଥାଏ, ଏହି କଥାକୁ ଧ୍ୟାନରେ ରଖି ଆମେ ଧନିଆଁର ଜୁସ୍ ବାହାର କରି ପିଇଲେ ଆରାମ୍ ଲାଗେ, ବିନା କୌଣସି ମେଡିସିନ୍ ନେଇ ଆମେ ଆରାମରେ ଶୋଇପାରୁ, ଏଥିରେ କିଛି ସେଡେଟିବ୍ ତତ୍ତ୍ୱ ହୋଇଥାଏ, ଯାହା ଆଣ୍ଟିଏଞ୍ଜାଇଟି ପରି କାମ କରେ ।

୩) ପାଚନକ୍ରିୟାକୁ କରେ ମଜବୁତ୍- ଧନିଆଁର ପତ୍ର ଜୁସ୍ ପିଇଲେ ପାଚନ କ୍ରିୟା ସୁଦୃଢ ହୁଏ , ଯଦି ଆପଣଙ୍କ ପେଟ ଫୁଲିବା, ଛାତି ଜଳିବା,ଅପଚ ପରି ସମସ୍ୟା ହେଉଛି, ତେବେ ଏଇ ଜୁସ୍ ବହୁତ ଲାଭକାରୀ, ଧନିଆଁର ରସକୁ ପିଇଲେ ଆପଣଙ୍କୁ ଆରାମ ଦେବ , ଆପଣ ଏହାକୁ ଗରମ ଓ ମସଲାଦାର୍ ଖାଦ୍ୟରେ ଖାଇପାରିବେ, କାରଣ ଏହା କୁଲିଙ୍ଗ୍ ଏଜେଣ୍ଟ୍ ପରି କାମ କରେ ।

୪) ଡିଟକ୍ସିଫାଇ କରିଥାଏ- ଏଥିରେ ପ୍ରାକୃତିକ ଆଣ୍ଟିସେପ୍ଟିକ୍ ଗୁଣ ମିଳେ, ଏହା ଶରୀରକୁ ଡିଟକ୍ସିଫାଇ କରେ ଓ ଶରୀରକୁ ନାନାପ୍ରକାରର ସଂକ୍ରମଣରୁ ରକ୍ଷା କରେ,  ଏଥିପାଈଂ ପ୍ରତିଦିନ ଧନିଆଁର ଜୁସ୍ ଆପଣ ପାଣି କିମ୍ବା ଖାଦ୍ୟର ସହ ହେଉଥିବା ରୋଗରୁ ବଞ୍ଚିପାରିବେ ।

୫) ହାଡଗୁଡିକ ମଜବୁତ୍ କରେ – ଯଦି ଆପଣଙ୍କ ହାଡଗୁଡିକ ଦୁର୍ବଳ ହୋଇଯାଇଛି, ତେବେ ଆପଣ ଗୋଟେ ଗିଲାସ ପାଣିରେ ଏହାକୁ ପିଇପାରିବେ , ଏଥିରେ ବହୁ ପରିମାଣର କ୍ୟାଲସିୟ ହୋଇଥାଏ, ଓ କିଛି ଖଣିଜ ତତ୍ତ୍ୱ ମିଳିଥାଏ, ଯାହା ହାଡଗୁଡିକ ଭାଙ୍ଗିବାପରେ ଜୋଡିବାରେ କାର୍ଯ୍ୟ କରେ,

୬) ହାର୍ଟ ପାଇଁ ଲାଭଦାୟକ- ହୃଦୟକୁ ସୁସ୍ଥ୍ୟ ବନାଇବାରେ ଧନିଆଁର ଜୁସ୍ ଉପଯୋଗୀ, ଧନିଆଁରେ ଆଣ୍ଟିଏକ୍ସିଡେଣ୍ଟ୍ ପ୍ରଚୁର ମାତ୍ରାରେ ରହିଥାଏ,  ଯାହା ଖରାପ କୋଲେଷ୍ଟ୍ରୋଲ୍ କୁ ବାହାର କରିଦିଏ, ଓ ଭଲ କୋଲେଷ୍ଟ୍ରୋଲ୍ କୁ ବଢାଇଥାଏ, ଯାହା ହୃଦୟ ପାଇଁ ଉପଯୋଗୀ ହୋଇଥାଏ।

୭) ଆଣ୍ଟି-ଡାଇବେଟିକ୍ ଗୁଣ- ଧନିଆଁରେ ଆଣ୍ଟି ଡାଇବେଟିକ୍ ହର୍ବ କୁହାଯାଏ , ନିଜ ପ୍ରାକୃତିକ୍ ଘଟକର କାରଣରୁ ଧନିଆଁର ପତ୍ରର ରସରେ ବ୍ଲଡ୍ ସୁଗର୍ ନିୟନ୍ତ୍ରିତ ଓ ସ୍ଥିର ରଖିବାର ଗୁଣ ଥାଏ , ଏହା ଡାଇବେଟିଜ୍ ରୋଗୀଙ୍କ ପାଇଁ ବହୁତ ଉପଯୋଗୀ ଅଟେ ।

୮) ତ୍ୱଚାର ସମସ୍ୟାରୁ ରକ୍ଷା କରେ- ଧନିଆଁର ଜୁସ୍ ରେ ଆଣ୍ଟିସେପ୍ଟିକ୍, ଆଣ୍ଟିଫଙ୍ଗଲ୍, ଓ ଆଣ୍ଟିଏକ୍ସିଡେଣ୍ଟ୍ ମିଳିଥାଏ, ଯାହା ଆପଣଙ୍କ ତ୍ୱଚାରୁ ସବୁ ରୋଗ ଦୁର କରିଦେଇଥାଏ, ଏହା ଏକଜିମା,ସୁଷ୍କ ତ୍ୱଚା ଓ ଅନ୍ୟ ଫଙ୍ଗାଲ୍ ଇନଫେକ୍ସନ୍ ସଂକ୍ରମଣର ଗ୍ରସ୍ତିତ ରୋଗୀଙ୍କ ପାଇଁ ଦରକାରୀ , ତେଣୁ ଏହାର ନିୟମିତ ସେବନ କରିବା ଜରୁରୀ ।

Leave a Reply

Your email address will not be published. Required fields are marked *