ବର୍ତ୍ତମାନର ବଡ ଖବର ପାଣି ପାଗକୁ ନେଇ ପୁଣି ଆସୁଛି ନୂଆ ତଥ୍ୟ।ଅଧିକ ଘନୀଭୂତ ହୋଇ ଭୟଙ୍କର ରୂପ ନେଉଛି ଲଘୁଚାପ। ବର୍ଷା ପାଇଁ ଏହି ସବୁ ଜିଲ୍ଲା କୁ ଅରେଞ୍ଜ ଏବଂ ଏହି ସବୁ ଜିଲ୍ଲା କୁ ୟେଲୋ ୱାର୍ଣିଂ ଜାରି।ଆଜି ଠାରୁ ବଢିବ ବର୍ଷାର ମାତ୍ରା ଆଗକୁ ଆସୁଛି ଆଉ ଏକ ଲଘୁଚାପ।ଏହି ମାସରେ କିଛିଦିନ ରହିପାରେ ପ୍ରବଳ ବର୍ଷା।ପ୍ରବଳ ରୁ ଅତି ପ୍ରବଳ ବର୍ଷା କୁ ନେଇ ହାଇ ଆଲର୍ଟ ହୋଇଛି।
ଆସନ୍ତୁ ଜାଣିବା ଏହାକୁ ନେଇ ରହିଛି ସମ୍ପୂର୍ଣ୍ଣ ତଥ୍ୟ।।ତେବେ ବଙ୍ଗୋପସାଗର ରେ ସୃଷ୍ଟି ହୋଇଥିବା ଲଘୁଚାପ ଟି ଆଗାମୀ ୨୪ ଘଣ୍ଟା ବା ଏକ ଦିନ ମଧ୍ୟରେ ଘନୀଭୂତ ହୋଇ ଭୟଙ୍କର ଲଘୁଚାପ କ୍ଷେତ୍ରରେ ପରିଣତ ହେବାର ଅଛି।ଏହା ପ୍ରଭାବରେ ଆଜିଠାରୁ ରାଜ୍ୟରେ ବର୍ଷା ର ମାତ୍ରା ବଢିବ। ଭୁବନେଶ୍ୱର ପାଣିପାଗ
କ୍ଷେତ୍ରରୁ ଏହା ସୂଚନା ମିଳିଛି।ତେବେ ପାଣିପାଗ ବିଭାଗର ସୂଚନା ଅନୁସାରେ ଆଜିଠାରୁ ରାଜ୍ୟରେ ପ୍ରବଳ ଅତି ପ୍ରବଳ ବର୍ଷାର ସୂଚନା ମିଳିଛି।ତେବେ ଆଜି ପାଇଁ ୧୧ ଟି ଜିଲ୍ଲା କୁ ୟଲୋ ୱାର୍ଣିଂ ଓ ୧୦ ଟି ଜିଲ୍ଲା କୁ ଅରେଞ୍ଜ ୱାରନିଂ କରାଯାଇଛି ଆଉ ଏହି ଜିଲ୍ଲା ଗୁଡ଼ିକ ହେଲା ଖୋର୍ଦ୍ଧା, କଟକ,ନୟାଗଡ଼
ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡ଼ା,କଳାହାଣ୍ଡି, କନ୍ଧମାଳ, ଗଜପତି ଓ ଗଞ୍ଜାମ ସେହିପାରି ୟେଲୋ ୱାରନିଂ ଥିବା ଜିଲ୍ଲା ଗୁଡ଼ିକ ହେଲା ନୂଆପଡ଼ା, ସୋନପୁର, ବୌଦ୍ଧ, ଢେଙ୍କାନାଳ, ଯାଜପୁର , ସୋନପୁର, ଭଦ୍ରକ,କେନ୍ଦ୍ରାପଡ଼ା, ଜଗତସିଂହପୁର ଏବଂ ପୁରୀ ଜିଲ୍ଲା ଏହି ସବୁ ଜିଲ୍ଲା ଗୁଡ଼ିକୁ ଜିଲ୍ଲାପାଳ
ମାନଙ୍କୁ ସତର୍କ ସୂଚନା ଜାରି କରାଯାଇଛି।ଏହି ସମୟରେ ସମୁଦ୍ର ଅଶାନ୍ତ ରହିବ।ଏହି ସମୟରେ ପବନର ବେଗ ୭୦-୮୦ କିମି ବେଗରେ ଛୁଇଁ ପରେ ଏଥିପାଇଁ ସମୁଦ୍ର ଭିତରକୁ ମତ୍ସ୍ୟଜୀବୀ ଲଙ୍କୁ ନଯିବା ପାଇଁ ପରାମର୍ଶ ଦିଆଯାଇଛି।ସେପଟେ ଆଉ ଏକ ବନ୍ଧ ବାନ୍ଧୁଛି ଆଉ ଏକ ଲଘୁଚାପ।ତେବେ ରାଜ୍ୟ ର ପିଛା
ଛାଡୁନି ଲଘୁଚାପ।ଲଘୁଚାପ ନେଇପାରେ ବାତ୍ୟା ରୂପ।ସତର୍କ ରୁହନ୍ତୁ, ଏବଂ ସୁରକ୍ଷିତ ରୁହନ୍ତୁ।ଯତ୍ନବାନ ହୁଅନ୍ତୁ।ନିଜର ,ନିଜ ପରିବାରର ଏବଂ ଆବଶ୍ୟକ ଥିବା ଲୋକଙ୍କର ସାହାଯ୍ୟ କରନ୍ତୁ।ସତର୍କତା ଅବଲମ୍ବନ କରନ୍ତୁ, ବର୍ଷା ରେ ଭିଜନ୍ତୁ ନାହିଁ