କଣ ପାଇଁ ପୂର୍ବ ଦ୍ୱାର ଅର୍ଥାତ ସିଂହଦ୍ଵାର ଦେଇ ଶ୍ରୀମନ୍ଦିରକୁ ପ୍ରବେଶ କରନ୍ତିନାହିଁ Gajapati ମହାରାଜ,କାରଣ ଜାଣିଲେ ଆପଣ ମଧ୍ୟ ହେବେ ଆଶ୍ଚର୍ଯ୍ୟ…

ଓଡ଼ିଶାର ପ୍ରମୁଖ ଠାକୁର ହେଉଛନ୍ତି କଳା ଠାକୁର ଓ ତାଙ୍କରି ପାଇଁ ଆଜି ଆମେ ନିଜକୁ ଓଡ଼ିଆ କହିବାରେ ଗର୍ବ ଅନୁଭବ କରୁଛେ କିନ୍ତୁ କଣ ଆପଣ ଭଗବାନ ଶ୍ରୀ ଜଗନ୍ନାଥଙ୍କ ସହିତ ଜଡ଼ିତ କିଛି ଖାଆସ ତଥ୍ୟ ବିଷୟରେ ଜାଣନ୍ତି କି, ଆଜି ଆମେ ଆପଣଙ୍କୁ କିଛି ଗୁରୁତ୍ୱପୂର୍ଣ୍ଣ ସୂଚନା ଦେବାକୁ ଯାଉଛୁ ଯାହାକୁ ଶୁଣିଲେ ଆପଣ ନିଶ୍ଚୟ ଆଶ୍ଚର୍ଯ୍ୟ ଚକିତ ହୋଇଯିବେ। ଆସନ୍ତୁ ଜାଣିବା

ସେହି ଖାଆସ ତଥ୍ୟ ବିଷୟରେ।ଆମେ ସମସ୍ତେ ଜାଣିଛେ ଯେ, ରଥଯାତ୍ରା ସମୟରେ ପ୍ରଭୁ ଜଗନ୍ନାଥଙ୍କ ସେବା କରିବା ପାଇଁ ଗଜପତି ମହାରାଜ ସ୍ୱୟଂ ଜଗନ୍ନାଥଙ୍କ। ରଥ ଉପରେ ଚଢ଼ି ଛେରା ପହଁରା ଦେଇଥାନ୍ତି ଓ ଏହାପରେ ଭଗବାନଙ୍କୁ ପୂଜାର୍ଚ୍ଚନା କରିଥାଆନ୍ତି। ଏହିସବୁ ପରେ ଯାଇ ବିଧିବଦ୍ଧ ଭାବରେ

ରଥ ଟଣା କାର୍ଯ୍ୟକ୍ରମକୁ ଆରମ୍ଭ କରାଯାଇଥାଏ। ଏହା ହିଁ ବହୁବର୍ଷ ଧରି ଆମେ ଓଡ଼ିଆ ମାନେ ଦେଖି ଆସୁଛେ କିନ୍ତୁ କଣ ଆପଣ ଜାଣନ୍ତି କି ଏମିତି କାହିଁକି କରନ୍ତି?ଏହାର ଉତ୍ତର ହେଉଛି ଏହିସବୁ କାର୍ଯ୍ୟକ୍ରମ ଆମେ ମନଇଚ୍ଛା କରୁନାହେଁ। ପୂର୍ବ କାଳରେ ପ୍ରଥମ ରାଜା ଥିଲେ ମହାରାଜ ଇନ୍ଦ୍ରଦ୍ୟୁମ୍ନ ଓ କୁହାଯାଏ

ସେ ହିଁ ପ୍ରଭୁ ଜଗନ୍ନାଥଙ୍କ ସହିତ ଆତ୍ମାର ମିଳନ କରି କଥା ହୋଇଥିଲେ ଓ ଏହା ପରଠାରୁ ରାଜା ସମ୍ପୂର୍ଣ୍ଣ ରୀତିନୀତିର ସହିତ ରଥଯାତ୍ରା ପୂର୍ବରୁ ପ୍ରଥମେ ଛେରା ପହଁରା ସାରିବେ ଓ ରଥ ଆଗକୁ ଗଡ଼ିବ। ଏହିସବୁ ପ୍ରଣାଳୀକୁ ଶାସ୍ତ୍ରରେ ପୂଜାର ରାଜନୀତି ବୋଲି କୁହାଯାଏ।ଏହିପରି ଭାବରେ ମହାରାଜ ସୂର୍ଯ୍ୟବଂଶୀ ଇନ୍ଦ୍ରଦ୍ୟୁମ୍ନଙ୍କ

ପ୍ରତିନିଧିତ୍ୱରେ ରାଜା ମାନେ ବିଧିବଦ୍ଧ ଭାବରେ ଏହି କାର୍ଯ୍ୟକୁ ସମ୍ପାଦନ କରିଆସୁଛନ୍ତି। ଏହାସହ ପୂଜାର ଏହି ରାଜନୀତିରେ ଏହା ମଧ୍ୟ କୁହାଯାଇଛି ଯେ, ମହାରାଜ ଗଜପତି ଯେତେବେଳେ ଚାହିଁବେ ମନ୍ଦିରକୁ ପୂଜା କରିବାପାଇଁ ଆସିପାରିବେ କିନ୍ତୁ ସେ ସିଂହଦ୍ଵାର ଅର୍ଥାତ ପୂର୍ବ ଦ୍ୱାର ଦେଇ ଆସିବେନାହିଁ।

ସର୍ବଦା ସେ ପଶ୍ଚିମ ଦ୍ୱାର ଅର୍ଥାତ ଅଶ୍ୱ ଦ୍ୱାର ଦେଇ ଆସିବେ ଓ ପ୍ରଭୁ ଜଗନ୍ନାଥଙ୍କ ପୂଜାର୍ଚ୍ଚନା କରି ଚାଲିଯିବେ। ଯଦି ରାଜା ରଥଯାତ୍ରା ବ୍ୟତୀତ ଆଉ କୌଣସି ଦିନ ମନ୍ଦିରକୁ ଆସନ୍ତି ତାହେଲେ ସେ ପୂର୍ବଦ୍ୱାର ଦେଇ ଆସିପାରିବେ। ପୂଜା ରାଜନୀତିରେ ଗଜପତି ମହାରାଜଙ୍କୁ କୌଣସି ବ୍ୟକ୍ତି ନୁହେଁ ବରଂ ଜଣେ ଅନୁଷ୍ଠାନ ବା ଚଳନ୍ତି ବିଷ୍ଣୁ ପ୍ରତିମା ରୂପରେ ଦେଖାଯାଇଛି।

Leave a Reply

Your email address will not be published. Required fields are marked *