ଭାରତରେ ଥିବା କିଛି ଅଦ୍ଭୁତ ରହସ୍ୟମୟ ମନ୍ଦିର ମାନଙ୍କ ଭିତରୁ କୋଣାର୍କ ମନ୍ଦୀର ହେଉଛି ଅନ୍ୟତମ।ଓଡ଼ିଶାର ପୁରୀ ଜିଲ୍ଲାରେ ଅବସ୍ଥିତ ଏହି ମନ୍ଦିରରେ ଲୁଚି ରହିଛି ଅନେକ କାହାଣୀ।ଇତିହାସ କୁହେ ଯେ ୧୨୫୦ ଖ୍ରୀଷ୍ଟାବ୍ଦରେ ରାଜା ନରସିଂହ ଦେବ ଏହାକୁ ନିର୍ମାଣ କରିଥିଲେ।ଚନ୍ଦ୍ରଭାଗା କୂଳରେ ଅବସ୍ତିତ ଏହି ମନ୍ଦିର ସମ୍ପୂର୍ଣ୍ଣ ଭାବେ ଭଗବାନ ସୂର୍ଯ୍ୟଦେବଙ୍କୁ ଅର୍ପଣ କରା ଯାଇଛି।
କୁହାଯାଏ ଯେ ଭଗବାନ ସୂର୍ଯ୍ୟଦେବଙ୍କ ଉଦୟ ସମୟରେ ପ୍ରଥମ କିରଣ ଏହି ମନ୍ଦୀର ଉପରେ ପଡ଼େ।ଏହି ମନ୍ଦିରର ୧୨ ଟି ଚକ ୧୨ ମାସକୁ ସୂଚିତ କରିଥାଏ।ଏହି ମନ୍ଦିର ଦୁଇ ଭାଗରେ ବିଭକ୍ତ ହୋଇଛି।ପ୍ରଥମ ଭାଗ ନାଟ ମନ୍ଦିର ଯେଉଁଠାରେ ଭଗବାନ ସୂର୍ଯ୍ୟଦେବଙ୍କର ପ୍ରଥମ କିରଣ ପଡିଥାଏ
ଏହି ନାଟ ମନ୍ଦିରର କଳାକୃତି ଅତି ସୁନ୍ଦର। ଏଠାରେ ନିର୍ମିତ ହୋଇଥିବା ହାତୀ ଏବଂ ସିଂହର ମୂର୍ତ୍ତି ଅହଂକାର ନାଶକ ଏବଂ ଜ୍ଞାନ ବର୍ଦ୍ଧକକୁ ବୁଝାଇଥାଏ। କୁହାଯାଏ ଯେ ଭଗବାନ ଶ୍ରୀକୃଷ୍ଣଙ୍କ ପୁତ୍ର ଶାମ୍ବଙ୍କୁ ଅଭିଶାପ ଦ୍ଵାରା କୁଷ୍ଠ ରୋଗ ହୋଇଯାଇଥିଲା।ଋଷି ଏହି ଶ୍ରାପରୁ ମୁକ୍ତି ହେବା ପାଇଁ ଭଗବାନ ସୂର୍ଯ୍ୟଦେବଙ୍କୁ
ଆରାଧନା କରିବା ପାଇଁ କହିଥିଲେ। ଶାମ୍ବ ଚନ୍ଦ୍ରଭାଗା କୂଳ ଓ ନଦୀ ସଂଗମରେ ପାଖାପାଖି ୧୨ ବର୍ଷ ହେବ ତପସ୍ୟା କରିଥିଲେ। ଭଗବାନ ସୂର୍ଯ୍ୟ ଦେବତା ପ୍ରସନ୍ନ ହୋଇ ତାଙ୍କୁ ଅଭିଶାପରୁ ମୁକ୍ତି କରିଥିଲେ।ସେ ମୁକ୍ତି ହେବା ପରେ ଏକ ଭଗବାନ ସୂର୍ଯ୍ୟଦେବଙ୍କ ମନ୍ଦିର ନିର୍ମାଣ କରିବା ପାଇଁ ସଂକଳ୍ପ ନେଇଥିଲେ।
ଶାମ୍ବ ସ୍ନାନ କରିବା ସମୟରେ ଭଗବାନ ସୂର୍ଯ୍ୟଦେବଙ୍କ ମୂର୍ତ୍ତି ପାଇଥିଲେ।ଶାମ୍ବ ଏହି ମୂର୍ତ୍ତିକୁ ଚନ୍ଦ୍ରଭାଗା ନିକଟରେ ସ୍ଥାପନ କରିଥିଲେ।ସେବେ ଠାରୁ ଏହି ସ୍ଥାନକୁ ପବିତ୍ର ବୋଲି କୁହାଯାଏ।ଏହି ମନ୍ଦିରର ଆଉ ଏକ ରହସ୍ୟ କଥା ହେଉଛି ଏଠାରେ ଶୁଭୁଥିବା ନୁପୁର ଧ୍ଵନି।କୁହାଯାଏ ଯେ ସନ୍ଧ୍ୟା ହେବା ସମୟରେ
ସେ ମନ୍ଦିରରୁ ନର୍ତ୍ତକୀ ମାନଙ୍କ ନୁପୁର ଧ୍ଵନି ଶୁଭେ।ଏହାର ନିର୍ମାଣ କୌଶଳ ଆଗରେ ଆଧୁନିକ ନିର୍ମାଣ କୌଶଳ ହାର ମାନିଯାଏ।ମନ୍ଦିର ଉପରେ ଏକ ୨୨ ମେଟ୍ରିକ ଟନର ଚୁମ୍ବକ ରଖା ଯାଇଥିଲା ଯାହା ମନ୍ଦିରକୁ ଶୂନ୍ୟରେ ଝୁଲାଇ ରଖୁଥିଲା।କୁହାଯାଏ ଯେ କଳା ପାହାଡ ଆକ୍ରମଣରେ ଏହି ଚୁମ୍ବକକୁ ଖସାଇ
ଦିଆ ଯାଇଥିଲା। ଯାହା ଫଳରେ ମନ୍ଦିର ଭିତରେ ଆଉ ସନ୍ତୁଳନ ରହି ପାରି ନଥିଲା।କେହି କେହି କହନ୍ତି ମୁସଲମାନ ଆକ୍ରମଣ ଭୟରେ ଏହି ମୂର୍ତ୍ତିକୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମନ୍ଦିରରେ ସ୍ଥାପନ କରାଯାଇଥିଲା।୧୯୦୧ ରେ ମନ୍ଦିରର ସୁରକ୍ଷା ପାଇଁ ତତ୍କାଳୀନ ଗଭର୍ଣ୍ଣର ମନ୍ଦିର ଭିତରେ ବାଲି ଭର୍ତ୍ତି କରି ଦେଇଥିଲେ।
ଏବେ ବି ମନ୍ଦିରର ମୁଖ୍ୟ ଦ୍ଵାର ବାଲି ଦ୍ଵାରା ବନ୍ଦ ଅଛି।ପ୍ରାୟ ୧୨୦ ବର୍ଷ ବିତି ଯାଇଥିଲେ ବି ପ୍ରଶାସନ ଏହି ବାଲିକୁ ବାହାର କରି ନାହିଁ।ତେବେ ଭଗବାନଙ୍କ ନାମ ଜପ କର, ସତ କର୍ମ କର ପ୍ରଭୁଙ୍କ ଦୟା ପ୍ରାପ୍ତି ହେବ।