ପୁଣି ପ୍ରଧାନମନ୍ତ୍ରୀ କିଷାନ ସମାନ ନିଧି ଯୋଜନାକୁ ନେଇ ଆସିଲା ବଡ଼ ଖବର, KYC କରିଥିବା ଲୋକ ଏହି କଥା ଜାଣିଲେ ଖୁସି ରେ ନାଚିବେ…

କୃଷକ ମାନଙ୍କୁ କୃଷି କାର୍ଯ୍ୟରେ ଆତ୍ମନିର୍ଭର ଓ ସେମାନଙ୍କର ସମସ୍ତ ପ୍ରକାରର କୃଷି ସମ୍ପର୍କିତ ସାରା, ପିଡ଼ିଆ କିଣିବାରେ ଯେମିତି ଅସୁବିଧା ନହୁଏ ସେଥିପାଇଁ କେନ୍ଦ୍ର ସରକାର କୃଷକ ଭାଇ ମାନଙ୍କ ପାଇଁ PM କିଷାନ ସମ୍ମାନ ନିଧି ଯୋଜନା ମାଧ୍ୟମରେ ସେମାନଙ୍କ ଆକାଉଣ୍ଟକୁ ବର୍ଷକୁ ତିନୋଟି କିସ୍ତି ଦୁଇ-ଦୁଇ ହଜାର ଲେଖାଏଁ ଟଙ୍କା ପଠାଉଛନ୍ତି।

ଏହି ଯୋଜନା ଅନ୍ତର୍ଗତ କୃଷି ଭାଇମାନେ ଏଯାବତ ୧୧ଟି କିସ୍ତିର ଲାଭ ଉଠାଇ ସାରିଲେଣି ଓ ସେମାନେ ଏଥିପାଇଁ ସରକାର ଉପରେ ବହୁତ ଖୁସି ରହିଥିବାର ମଧ୍ୟ ନଜର ଆସିଛନ୍ତି। ଏବେ ନୂଆଖାଇ ଉପଲକ୍ଷେ ରାଜ୍ୟ ସରକାରଙ୍କ ତରଫରୁ କାଳିଆ ଯୋଜନାର ରାଶି ମିଳିଥିବା ବେଳେ ଏହାର ପଛେପଛେ

ଆଉ ଏକ ଖୁସି ଖବର ଆସିଯାଇଛି।ଖୁସି ଖବରଟି ଏହା ହେଉଛି ଯେ, ବହୁତ ଜଲଦି ପିଏମ କିଷାନ ନିଧି ଯୋଜନା ଅନ୍ତର୍ଗତ କୃଷକ ଭାଇ ମାନଙ୍କୁ ୧୨ତମ କିସ୍ତି ମିଳିବାକୁ ଯାଉଛି ଓ କେନ୍ଦ୍ର ସରକାର ଏହାର ଅଫିସିଆଲ ୱେବସାଇଟରେ ସୂଚନା ପ୍ରଦାନ କରିଛନ୍ତି। ଯଦି ଆପଣଙ୍କର ପିଏମ କିଷାନ ନିଧି

ଯୋଜନାରେ ନାମ ଅଛି ଓ ଯଦି ଆପଣ eKyc କରିନାହାଁନ୍ତି ତାହେଲେ ବହୁତ ଜଲଦି eKyc କରାଇ ନିଅନ୍ତୁ।ସରକାର ଇ-କେୱାସିର ସମୟସୀମାକୁ ଅକ୍ଟୋବର ମାସ ୩୧ ତାରିଖ ପର୍ଯ୍ୟନ୍ତ ବଢ଼ାଇ ଦେଇଛନ୍ତି। ଯଦି ଆପଣ କିସ୍ତି ଟଙ୍କା ପାଇବାକୁ ଚାହୁଁଛନ୍ତି ତାହେଲେ ସମୟ ପୂର୍ବରୁ ଆପଣଙ୍କୁ କେୱାସି କରାଇନେଵାକୁ ହେବ।

ଆପଣ ଏହାର ଅଫିସିଆଲ ୱେବସାଇଟ କିମ୍ବା କୌଣସି କମନ ସର୍ଭିସ ସେଣ୍ଟର/ ଜନସାଧାରଣ କେନ୍ଦ୍ରକୁ ଯାଇ e Kyc କରିପାରିବେ।

Leave a Reply

Your email address will not be published. Required fields are marked *