ବର୍ଷା ଦିନର ବହୁତ ଜଲଦି ଉଠାନ୍ତୁ ଫାଇଦା,Suddenly ହ୍ରାସ ପାଇଲା ଲୁହାଛଡ଼ର ଦାମ,ନୂଆ ଦାମ ଜାଣିଲେ ହେବେ ଖୁସି…

ବନ୍ଧୁଗଣ ଆପଣମାନେ ସମସ୍ତେ ନିଜର ଘର କରିବାକୁ ଚାହୁଁଥିବେ ସତ କିନ୍ତୁ ପାଖରେ ଉପଯୁକ୍ତ ପରିମାଣର ବଜେଟ ନଥିବା କାରଣରୁ ଆପଣମାନେ ଏଥିପାଇଁ ପଛଘୁଞ୍ଚା ଦେଉଥିବେ। କାରଣ ଘର କରିବାପାଇଁ ସିମେଟ, ବାଲି, ଗୋଡ଼ି ଓ ଲୁହାଛଡ଼ର ଦାମ ଶୁଣିଲେ ଆପଣଙ୍କ ମୁଣ୍ଡ ଘାବୁରାଇ ଯାଇଥାଏ କିନ୍ତୁ ଏବେ ବର୍ଷା ଦିନ ଚାଲିଥିବା କାରଣରୁ ବହୁତ ବଡ଼ ଖୁସି ଖବର ସାମ୍ନାକୁ ଆସିଛି।

ଖବରଟି ଏହାକି ଯେ, ବର୍ଷାଦିନ ଯୋଗୁଁ ନିର୍ମାଣ ଓ ମରାମତି କାମ ବନ୍ଦ ପଡ଼ିଥିବା କାରଣରୁ ମାର୍କେଟରେ ଷ୍ଟିଲ, ଲୁହା ଓ ସିମେଣ୍ଟର ଦର ବହୁତ ମାତ୍ରାରେ ହ୍ରାସ ପାଇଛି। ୨ ମାସ ପୂର୍ବରୁ ଯେଉଁଠି ଲୁହାଛଡ଼ର ଦାମ ଟନ ପ୍ରତି ଏକଲକ୍ଷ ଟଙ୍କା ରହିଥିଲା ଆଜି ଏହାର ଦାମ ୮୫ ହଜାର ପ୍ରତି ଟନ ହିସାବରେ ମିଳୁଛି।

କେବଳ ଲୁହାଛଡ଼ ନୁହେଁ ନିର୍ମାଣ କ୍ଷେତ୍ରରେ ଲାଗୁଥିବା ବାଲି, ଗୋଡ଼ି ଓ ସିମେଣ୍ଟ ଇତ୍ୟାଦିର ଦାମ ମଧ୍ୟ ଭାରି ମାତ୍ରାରେ ହ୍ରାସ ପାଇଛି। କିଛି ସ୍ଥାନରେ ଲୁହାଛଡ଼ର ଦାମ ୫୦ ହଜାର ଟଙ୍କାର ଜବରଦସ୍ତ ହ୍ରାସ ହୋଇଛି। ଏହି ଖବର ପାଇବାପରେ ଗ୍ରାହକ ମାନଙ୍କ ହାତରେ ଏକ ବଡ଼ ମୌକା ହାତରେ ଲାଗିଛି।

ବଜେଟ ଶର୍ଟ ଥିବା କାରଣରୁ ଘର କରିବାପାଇଁ ପଛଘୁଞ୍ଚା ଦେଉଥିବା ଗ୍ରାହକ ଏବେ ଏହାର ଫାଇଦା ଉଠାଇ ଆଗୁଆ ଏହିସବୁ କଞ୍ଚାମାଲକୁ କିଣି ଷ୍ଟକ ରଖିଦେବା ଉଚିତ ଓ ଖରାଦିନ ପାଗ ଦେଖି ସେମାନେ ନିଜର ଘର ନିର୍ମାଣ କାମ ଆରମ୍ଭ କରିଦେବା ଉଚିତ ଯାହାଦ୍ୱାରା ସେମାନେ ଏଥିରେ ବହୁତ ଲାଭରେ ରହିବାର ସମ୍ଭାବନା ରହିଛି।

Leave a Reply

Your email address will not be published. Required fields are marked *