ଦାନ୍ତ ଦରଜରୁ ରକ୍ଷା ପାଇବାର ଘରୋଇ ଉପାୟ – ଘରୋଇ ଉପାୟ ରେ ଆପଣଙ୍କ ଦାନ୍ତ ବିନ୍ଧାର ଉପଶମ ମିଳିବ ଆପଣଙ୍କୁ

ସାଙ୍ଗମାନେ ଆଜିର ଏହି ଆର୍ଟିକିଲରେ ଆମେ ଜାଣିବା ଆପଣଙ୍କ ଦାନ୍ତରେ ଜଦି ବହୁତ ଦରଜ ହେଉଥାଏ ତେବେ ତାହା ଭଲ କରିବାପାଇଁ ଘରୋଇ ଉପଚାର ବିଷୟରେ।ତେବେ ଏହି ଆର୍ଟିକିଲକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବରେ ପଢ଼ନ୍ତୁ।ତେବେ ଆସନ୍ତୁ ଜାଣିବା ଏହି ଉପାୟ ବିଷୟରେ।ସାଙ୍ଗମାନେ ଦାନ୍ତରେ ଦରଜ ବିଭିନ୍ନ କାରଣକୁ ନେଇ ହୋଇଥାଇ ପାରେ।କେବେ କେବେ ପୋକ ଖାଇବା ଯୋଗୁ ଦାନ୍ତରେ ଦରଜ ହୋଇଥାଏ ଏବଂ କେବେ କେବେ ଦାନ୍ତ ମାଢ଼ିରେ କିଛି ଅସୁବିଧା କାରଣରୁ ହୋଇଥାଇ ପାରେ।ଯଦି ଆମ ଦାନ୍ତର ମାଢ଼ି ଢିଲା ହୋଇଜାଇଥାଏ ଦାନ୍ତ ଘଷିବା ସମୟରେ ତେବେ ଏହି କାରଣ ପାଇଁ ମଧ୍ୟ ଦାନ୍ତ ଦରଜ ହୋଇଥାଏ।ଏବଂ ଏହି ପରିସ୍ଥିତିରେ ଯଦି ଆପଣ ଭଲ ଭାବରେ ଦାନ୍ତ ଘଷିପାରନ୍ତି ନାହିଁ ତେବେ ଦାନ୍ତରୁ ଗନ୍ଧ ମଧ୍ୟ ବାହାରିଥାଏ।ଓ ମୁହଁରୁ ମଧ୍ୟ ଦୁର୍ଗନ୍ଧ ଆସିଥାଏ।

ଦାନ୍ତ ଦରଜ ଭଲ କରିବାପାଇଁ ଆପଣ ନିଜ ରୋଷେଇଘରେ ବ୍ୟବହାର କରାଯାଉଥିବା ସାମଗ୍ରୀର ବ୍ୟବହାର କରିପାରିବେ।ସେହି ସବୁ ସାମଗ୍ରୀର ବ୍ୟବହାର ଦ୍ୱାରା ଆପଣ ଦାନ୍ତ ଦରଜରୁ ବଞ୍ଚିପାରିବେ।ଆମ ରୋଷେଇ ଘରେ ଏହିପରି ଔଷଧ ଅଛି ଯାହା ଦାନ୍ତ ଦରଜକୁ ଏକ ମିନିଟ ମଧ୍ୟରେ ଭଲ କରିପାରେ।ଏହି ସବୁ ସାମଗ୍ରୀ ମଧ୍ୟରୁ ସବୁଠାରୁ ପ୍ରଥମ ନମ୍ବରରେ ଆସିଥାଏ ଲବଙ୍ଗ।ଦାନ୍ତ ଦରଜ ଭଲ କରିବାପାଇଁ ଲବଙ୍ଗର ପ୍ରୟୋଗ ବହୁତ ପୁରୁଣା ସମୟରୁ କରାଯାଇଥାଏ।ଲବଙ୍ଗ ଦାନ୍ତରେ ଲାଗିଥିବା ପୋକକୁ ବାହାର କରିବାରେ ସାହାଯ୍ୟ କରିଥାଏ।

ଏହି ଉପାୟ ପାଇଁ ଆପଣ ଲବଙ୍ଗ ନିଅନ୍ତୁ ଏବଂ ଏହାକୁ ଭଲ ଭାବରେ ପେଷିଦିଅନ୍ତୁ।କିମ୍ବା ଆପଣ ଲବଙ୍ଗ ତେଲର ମଧ୍ୟ ବ୍ୟବହାର କରିପାରିବେ।ପେଷିସାରିବାପରେ ଯେଉଁସ୍ଥାନରେ ଆପଣଙ୍କ ଦାନ୍ତରେ ଦରଜ ହେଉଛି ସେହି ସ୍ଥାନରେ ଲଗାଇବାର ଅଛି।କିମ୍ବା ଆପଣ ଲବଙ୍ଗର ତେଲକୁ ତୁଳାଦ୍ୱାରା ଲଗାଇପାରିବେ।ଏହାର କେବଳ ଗୋଟିଏ ଥର ପ୍ରୟୋଗ କରିବାଦ୍ୱାରା ଦନ୍ତରୁ ପୋକ ବାହାରିଯାଇଥାନ୍ତି ଏବଂ ଦାନ୍ତ ଦରଜରୁ ଆରାମ ମିଳିଥାଏ।ଏବେ ଆସନ୍ତୁ ଜାଣିବା ଦ୍ୱିତୀୟ ଉପାୟ ବିଷୟରେ।

ଏହି ଉପାୟ ପାଇଁ ଆପଣ ରସୁଣର ବ୍ୟବହାର କରିପାରିବେ।ରସୁଣ ଦାନ୍ତ ଦରଜ କରିବାପାଇଁ ଏକ ଉତ୍ତମ ଔଷଧ ଅଟେ।ଏଥିରେ ଆଣ୍ଟିବାୟୋଟିକ ଭରପୁର ମାତ୍ରାରେ ରହିଥାଏ।ଏହି ଉପାୟ ପାଇଁ ଆପଣ ରସୁଣକୁ ଗୁଣ୍ଡ କରି ସେଥିରେ ଅଳ୍ପ ଲୁଣ ମିଶାନ୍ତୁ ଏବଂ ଅଳ୍ପ ଗୋଲମରିଚ ମିଶାନ୍ତୁ।ଏହାପରେ ଯେଉଠରେ ଆପଣଙ୍କ ଦାନ୍ତ ଦରଜ ହେଉଛି ସେହିଠାରେ ଏହାକୁ ଲଗାନ୍ତୁ।ଯଦି ଆପଣ ରସୁଣକୁ ଏହିପରି ଭାବରେ ତିନି ଦିନ ପର୍ଯ୍ୟନ୍ତ ଵ୍ୟବହାର କରିବେ ତେବେ ଆପଣଙ୍କ ଦାନ୍ତ ଦରଜ ସହଜରେ ଦୂର ହୋଇଯିବ।ଏବେ ଆସନ୍ତୁ ଜାଣିବା ତୃତୀୟ ଉପାୟ ବିଷୟରେ।

ଏହି ଉପାୟ ପାଇଁ ଆପଣ ଲୁଣପାଣି ତିଆରି କରନ୍ତୁ ଏବଂ ଏହାର କୁଳି କରନ୍ତୁ।ଏହାଦ୍ୱାରା ଯଦି ଆପଣଙ୍କ ଦନ୍ତରୁ ରକ୍ତ ବାହାରିଥାଏ ତେବେ ରକ୍ତ ବାହାରିବା ବନ୍ଦ ହୋଇଯାଇଥାଏ।ଚତୁର୍ଥ ଉପାୟରେ ଆପଣ ପିଜୁଳି ଗଛର ପତ୍ରର ବ୍ୟବହାର କରିପାରିବେ।ଏଥିପାଇଁ ଆପଣ ପ୍ରଥମେ ପିଜୁଳି ଗଛର ପତ୍ର ଆଣନ୍ତୁ ଏବଂ ଏହାକୁ ପେଷି ଏକ ପ୍ରକାର ପେଷ୍ଟ ତିଆରି କରନ୍ତୁ।ଏହାପରେ ଯେଉଁ ସ୍ଥାନରେ ଦାନ୍ତରେ ଦରଜ ହେଉଛି ସେଠାରେ ଲଗାନ୍ତୁ।ଏହାର ପ୍ରୟୋଗ କରିବା ମାତ୍ରେ ଆପଣଙ୍କ ଦାନ୍ତ ଦରଜ ଭଲ ହୋଇଯିବ।

Leave a Reply

Your email address will not be published. Required fields are marked *